For Quick Alerts
Turn On Notification  
For Daily Alerts
Oneindia App Download

ବଲୁଚିସ୍ତାନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀ ମୃତ, 11 ଜଣ ଆହତ

ବଲୁଚିସ୍ତାନର ରାଜଧାନୀ କ୍ୱେଟାର ସରିୟାବ ରୋଡ ନିକଟ ବଲୁଚିସ୍ତାନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି ।

|

ନୂଆଦିଲ୍ଲୀ : ସୋମବାର ବିଳମ୍ବିତ ସନ୍ଧ୍ୟାରେ ପାକିସ୍ତାନର ବଲୁଚିସ୍ତାନରେ ଆଉ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି । ବଲୁଚିସ୍ତାନର ରାଜଧାନୀ କ୍ୱେଟାର ସରିୟାବ ରୋଡ ନିକଟ ବଲୁଚିସ୍ତାନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବାହାରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଏହି ସୂଚନା ଦିଆଯାଇଛି ।

blast

ପୋଲିସ ସୂତ୍ର ଅନୁଯାୟୀ, ସରିୟାବ ରୋଡରେ ପାର୍କିଂ ହୋଇଥିବା ପୋଲିସ ଗାଡି ନିକଟରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଖବର ପାଇବା ମାତ୍ରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ଏବଂ ଉଦ୍ଧାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସୁରକ୍ଷା ଅଧିକାରୀମାନେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bomb Blast outside main gate of Balochistan University, One Police man Dead
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X