ପାକିସ୍ତାନ ମସଜିଦରେ ବିସ୍ପୋରଣ, ମୃତ୍ୟୁ ସଂଖ୍ୟା 28 କୁ ବୃଦ୍ଧି, 150 ରୁ ଅଧିକ ଆହତ
ପାକିସ୍ତାନର ପେଶାୱାର ସହରରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ପୋଣରେ ଏପର୍ଯ୍ୟନ୍ତ 28 ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବାବେଳେ 150 ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ: ପାକିସ୍ତାନର ପେଶାୱାର ସହରରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ପୋଣରେ ଏପର୍ଯ୍ୟନ୍ତ 28 ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବାବେଳେ 150 ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ପେଶୱାରର ପୋଲିସ୍ ଲାଇନ୍ ଅଞ୍ଚଳରେ ଥିବା ଏକ ମସଜିଦରେ ଏହି ବିସ୍ଫୋରଣ ହୋଇଛି । ଟେଲିଭିଜନ ରିପୋର୍ଟରେ କୁହାଯାଇଛି ଯେ ଅପରାହ୍ନ 1ଟା 40 ମିନିଟରେ ଏହି ବିସ୍ପୋରଣ ହୋଇଛି । ମସଜିଦରେ ନମାଜ ପାଠ ବେଳେ ଏହି ଦୁର୍ଘଟଣା ଘଟିଛି ।
ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି ଏବଂ ଏହି ଅଞ୍ଚଳକୁ କର୍ଡନ କରାଯାଇଛି । ଏହି ବୋମା ବିସ୍ଫୋରଣ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା କରାଯାଇଛି । ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଆତ୍ମଘାତୀ ବିସ୍ଫୋରଣକାରୀ ନମାଜ ପାଠ ସମୟରେ ଆଗ ଧାଡ଼ିରେ ଥିଲା । ଏହି ସମୟରେ ବିସ୍ପୋରଣ କରି ଥିଲା ।
ଆହତମାନଙ୍କୁ ପେଶୱାରର ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି । ଅନ୍ୟପକ୍ଷରେ, ଏହି ବିସ୍ଫୋରଣ ଘଟିଥିବା ସ୍ଥାନ ହେଉଛି ଏକ ଭିଆଇପି ଅଞ୍ଚଳ ଏବଂ ବରିଷ୍ଠ ପୋଲିସ କର୍ମଚାରୀଙ୍କ ଘର । ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳ ପୋଲିସ ଲାଇନ ଅଞ୍ଚଳରେ ଘଟିଥିଲା ତେଣୁ ମସଜିଦରେ ଅଧିକାଂଶ ପୋଲିସ୍ ନମାଜ ପାଠ କରିବାକୁ ଯାଇଥିଲେ ।












Click it and Unblock the Notifications