ଅଦେନ ବିମାନବନ୍ଦରରେ ବିସ୍ଫୋରଣ ; 22 ମୃତ, ଅଳ୍ପକେ ବର୍ତ୍ତିଲେ ୟେମେନ ପ୍ରଧାନମନ୍ତ୍ରୀ

ବୁଧବାର ଦିନ ଦକ୍ଷିଣ ୟେମେନର ଅଦେନ ସହରର ବିମାନବନ୍ଦରରେ ଏକ ବଡ଼ ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଛନ୍ତି |

ବୁଧବାର ଦିନ ଦକ୍ଷିଣ ୟେମେନର ଅଦେନ ସହରର ବିମାନବନ୍ଦରରେ ଏକ ବଡ଼ ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଛନ୍ତି | ଏଥିରେ ୟେମେନର ପ୍ରଧାନମନ୍ତ୍ରୀ ଅବଦୁଲ ମାଲିକ ସଇଦ ଓ ନୂତନ ଭାବେ ଗଠିତ କ୍ୟାବିନେଟକୁ ନେଇ ଏକ ବିମାନ ସେଠାରେ ଅବତରଣ କରିବାର କିଛି ସମୟ ପରେ ଏହି ବିସ୍ପୋରଣ ହୋଇଥିବା ନେଇ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ଏହି ଦୁରଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି |

ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି | ସରକାରୀ ବିମାନର କୌଣସି ବ୍ୟକ୍ତି ଆହତ ହୋଇନଥିବା ନେଇ ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି |

Aden-airport-blast

ବିମାନବନ୍ଦର ବିସ୍ପୋରଣ ପରେ କ୍ୟାବିନେଟ ସଦସ୍ୟମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଅନ୍ୟ ଏକ ସ୍ଥାନରେ ମଧ୍ୟ କିଛି ସମୟ ପରେ ବିସ୍ପୋରଣ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି |

ବିମାନରେ ଥିବା ୟେମେନର ଯୋଗାଯୋଗ ମନ୍ତ୍ରୀ ନାଗୁଏବ ଅଲ-ଆଗ୍ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ ସେ ଏହି ଦୁଇଟି ବିସ୍ପୋରଣ ଡ୍ରୋନ୍‌ ଆକ୍ରମଣ | ଏହାପରେ ୟେମେନର ପ୍ରଧାନମନ୍ତ୍ରୀ ​​ଅବଦୁଲ ମାଲିକ ସଇଦ ଏବଂ ଅନ୍ୟମାନଙ୍କୁ ଶୀଘ୍ର ବିମାନବନ୍ଦରରୁ ସହରର ମାଶିକ ପ୍ୟାଲେସକୁ ନିଆଯାଇଥିଲା |

ସହରର ରାଜପ୍ରାସାଦର ଚାରିପାଖକୁ ସାମରିକ ଏବଂ ସୁରକ୍ଷା ବାହିନୀ ଜଗି ରହିଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+