Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନ ସେନା ଉପରେ ବଡ଼ ଅଭିଯୋଗ, ବଳ ପୂର୍ବକ ୨ଜଣଙ୍କୁ.....

ବଲୋଚ ଅଞ୍ଚଳରୁ ପାକିସ୍ତାନ ସେନା ଦ୍ୱାରା ବଳପୂର୍ବକ ଭାବେ ୨ ଜଣ ବ୍ୟକ୍ତିଙ୍କୁ ନିଖୋଜ କରାଯାଇଥିବା ଅଭିଯୋଗ ହୋଇଛି। ସେଠାକାର ମାନବାଧିକାର ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସେନା ପକ୍ଷରୁ ବଲୋଚ ଅଞ୍ଚଳରୁ ଅନେକ ଲୋକଙ୍କୁ ବଳପୂର୍ବକ ନିଆଯାଇ ପରେ ସେମାନଙ୍କୁ ନିଖୋଜ ଦର୍ଶାଯାଉଥିବା ଅଭିଯୋଗ ହୋଇଛି । ବଲୋଚ ଜାତୀୟ ଆନ୍ଦୋଳନର ମାନବାଧିକାର ଶାଖା ପାଙ୍କ୍‍ ପକ୍ଷରୁ କରାଯାଇଥିବା ଅଭିଯୋଗ ମୁତାବକ କେଚ୍‍ ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ଗତକାଲି ବଳପୂର୍ବକ ନିଆଯାଇଛି ।

ପ୍ରଥମେ ସଂପୃକ୍ତ ବ୍ୟକ୍ତିଙ୍କ ଘର ଉପରେ ପାକିସ୍ତାନ ସେନା ପକ୍ଷରୁ ଚଢ଼ଉ କରାଯାଇଥିଲା । ସୂଚନା ମୁତାବକ, ଏପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିଙ୍କ କୌଣସି ଖୋଜ୍‍ ଖବର ମିଳିପାରି ନାହିଁ । ଅନ୍ୟପକ୍ଷରେ ଚଳିତମାସ ୧୮ ତାରିଖରେ ଗଦ୍ଦାର ଜିଲ୍ଲାର ଜଣେ ବ୍ୟକ୍ତିଙ୍କୁ ପାକିସ୍ତାନ ସେନା ବଳପୂର୍ବକ ନେଇଯାଇଥିବା ଅଭିଯୋଗ ହୋଇଛି ।

pak army

ସଂପୃକ୍ତ ମାନବାଧିକାର ସଂଗଠନ ପକ୍ଷରୁ ଏଭଳି କାର୍ଯ୍ୟକଳାପ ନେଇ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ବଲୋଚ ସ୍ଥାନ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସେନା ପକ୍ଷରୁ ଅପହରଣ ଓ ନିଖୋଜ କରିବା କାର୍ଯ୍ୟକଳାପ ଜାରି ରହିଥିବା ମାନବାଧିକାର ସଂଗଠନ ଅଭିଯୋଗ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+