For Quick Alerts
Turn On Notification  
For Daily Alerts
Oneindia App Download

LIVE : ଏହା ଲୋକତନ୍ତ୍ରର ବିଜୟ, ଆମେରିକାର ଦିନ : ଜୋ ବାଇଡେନ୍

ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ନବ ନିର୍ବାଚିତ ଜୋ ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ହେବେ ଉପରାଷ୍ଟ୍ରପତି । ଏହି ଶପଥ ଗ୍ରହଣ ଉତ୍ସବ ଭାରତୀୟ ସମୟ ରାତି 10.30ରେ ଆମେରିକାର ଜାତୀୟ ସଙ୍ଗୀତ ଗାନ ସହ ଆରମ୍ଭ ହେବ ।

|

ଓ୍ୱାସିଙ୍ଗଟନ୍ : ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ନବ ନିର୍ବାଚିତ ଜୋ ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ହେବେ ଉପରାଷ୍ଟ୍ରପତି । ଏହି ଶପଥ ଗ୍ରହଣ ଉତ୍ସବ ଭାରତୀୟ ସମୟ ରାତି 10.30ରେ ଆମେରିକାର ଜାତୀୟ ସଙ୍ଗୀତ ଗାନ ସହ ଆରମ୍ଭ ହେବ । ଆମେରିକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ବାଇଡେନଙ୍କୁ ଶପଥ ଗ୍ରହଣ କରାଇବା ସହ ସୁପ୍ରିମ କୋର୍ଟର ବିଚାରପତି ସୋନିଆ ସୋଟୋମେୟର କମଳା ହ୍ୟାରିସଙ୍କୁ ଉପ ରାଷ୍ଚ୍ରପତି ପଦର ଶପଥ ଗ୍ରହଣ କରାଇବେ । ଆଜିର ଏହି ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Joe biden-Kamala harris

କଡ଼ା ସୁରକ୍ଷା ବଳୟରେ ଓ୍ୱସିଙ୍ଗଟନ୍

ଶପଥ ଗ୍ରହଣ ସମାରୋହ ପୂର୍ବରୁ ୱାଶିଂଟନ୍ ଡିସିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏନେଇ ୱାଶିଂଟନରେ 25,000 ଆମେରିକୀୟ ସୈନିକ ନିୟୋଜିତ ହୋଇଛନ୍ତି । ଏହି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜୋ ବାଇଡେନ ଏବଂ କମଲା ହ୍ୟାରିସ କ୍ୟାପିଟାଲ ହିଲ ସମ୍ମୁଖରେ ଯଥାକ୍ରମେ ରାଷ୍ଟ୍ରପତି ଏବ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଜାନୁଆରୀ 6 ରେ ଟ୍ରମ୍ପ ସମର୍ଥକମାନେ ଭିଆଇଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଏପରି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କୁହାଯାଉଛି ।ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ମୁଖ୍ୟ ମାଟ୍ ମିଲର ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଅନ୍ୟପକ୍ଷରେ ସୁରକ୍ଷା ଭୟ ଥିବାରୁ ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ହ୍ବାଇଟ୍ ହାଉସ ବାହାରେ ଶପଥ ନେବା ଜୋ ବାଇଡେନ୍ କହିଥିଲେ ମଧ୍ୟ ଏଥିରେ ପରିବର୍ତ୍ତନ କରାଯାଇଛି ।

Joe biden-Kamala harris

କୋଭିଡ -୧୯ ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ଆମେରିକା ସିନେଟର ଓ କଂଗ୍ରେସର ସଦସ୍ୟମାନେ ବିନା ଟିକେଟରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଅନ୍ୟ ଏକ ହଜାର ଦର୍ଶକଙ୍କୁ ଏଥିରେ ଯୋଗଦେବା ଲାଗି ଟିକେଟ ଦିଆଯାଇଛି ।

ଅହଂକାରୀ ଟ୍ରମ୍ପଙ୍କ ଜିଦ୍ : ମାନିବେନି ହ୍ୱାଇଟ ହାଉସର 200 ବର୍ଷର ପରମ୍ପରା ; କଣ ରହିଛି ନୂଆ ରାଷ୍ଟ୍ରପତିଙ୍କ ଯୋଜନା ?ଅହଂକାରୀ ଟ୍ରମ୍ପଙ୍କ ଜିଦ୍ : ମାନିବେନି ହ୍ୱାଇଟ ହାଉସର 200 ବର୍ଷର ପରମ୍ପରା ; କଣ ରହିଛି ନୂଆ ରାଷ୍ଟ୍ରପତିଙ୍କ ଯୋଜନା ?

କଣ ରହିଛି ଆଜିର କାର୍ଯ୍ୟକ୍ରମ ?

  • ଜୋ ବାଇଡେନଙ୍କ ଏହି ଶପଥ ଗ୍ରହଣ ଉତ୍ସବକୁ bideninaugural.org/watch/ ମାଧ୍ୟମରେ ଲାଇଭ୍ ଟେଲିକାଷ୍ଟ କରାଯିବ ।
  • ଏହି ଉତ୍ସବରେ ପ୍ରସିଦ୍ଧ ଗାୟିକା ଜେନିଫର୍ ଲୋପେଜ୍ ଙ୍କ କାର୍ଯ୍ୟକ୍ରମ ରହିଛି । ଏଥିସହିତ ଲେଡି ଗାଗା ଆମେରିକାର ଜାତୀୟ ସଙ୍ଗୀତ ପରିବେଷଣ କରିବେ ।
  • ଇମିଗ୍ରେସନ ୱେବସାଇଟ୍ ଅନୁଯାୟୀ, ବାଇଡେନ ଶପଥ ଗ୍ରହଣ କରିବା ପରେ ଆମେରିକାର ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
  • ଆଜିର ଏହି ଶପଥ ଗ୍ରହଣ ଉତ୍ସବକୁ ଆମେରିକାର ପ୍ରମୁଖ ଟିଭି ଚ୍ୟାନେଲ୍ ABC, CBS, CNN, NBC ଇତ୍ୟାଦି ସିଧା ପ୍ରସାରଣ କରିବେ ।

Newest First Oldest First
11:25 PM, 20 Jan

ଆମେ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ସମୟରେ ନଷ୍ଟ କରିବାର ନାହିଁ | ସେଥିପାଇଁ ଆଜି, ମୁଁ ଆମେରିକୀୟ ପରିବାରମାନଙ୍କ ପାଇଁ ସାହସିକ କାର୍ଯ୍ୟ ଏବଂ ତୁରନ୍ତ ରିଲିଫ୍ ପ୍ରଦାନ କରିବାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଓଭାଲ୍ କାର୍ଯ୍ୟାଳୟକୁ ଯାଉଛି : ଜୋ ବାଇଡେନ୍
11:17 PM, 20 Jan

କମଳା ହ୍ୟାରିସ୍ ଟ୍ୱିଟ୍ କରି ଲେଖିଛନ୍ତି, ସବୁବେଳେ ଲୋକଙ୍କ ପାଇଁ ।
11:08 PM, 20 Jan

କରୋନାଭାଇରସ କାରଣରୁ ମୃତ୍ୟୁ ହୋଇତିବା ବ୍ୟକ୍ତିଙ୍କ ପାଇଁ ନୀରବ ପ୍ରାର୍ଥନା କଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ।
11:05 PM, 20 Jan

କମଲା ହାରିସ୍ ଦେଶର ଇତିହାସରେ ପ୍ରଥମ ମହିଳା, ପ୍ରଥମ କଳା ଏବଂ ପ୍ରଥମ ଦକ୍ଷିଣ ଏସୀୟ ଉପରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଛନ୍ତି । ଏହା ସହିତ ତାଙ୍କ ସ୍ୱାମୀ ଡଗ୍ ଏମହାଫ୍ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି |
11:04 PM, 20 Jan

ବିଡେନ କହିଛନ୍ତି ଯେ ଆମେରିକା ଆଜି ପ୍ରଥମ ମହିଳା ଉପ-ରାଷ୍ଟ୍ରପତି ପାଇଛି । ଆମେରିକାର କ୍ୟାପିଟାଲ (ଆମେରିକା ସଂସଦ) ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ଏଭଳି ହିଂସା କେବେ ହେବ ନାହିଁ ।
11:03 PM, 20 Jan

ଆମେରିକାର ରାଷ୍ଚ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ । ଟ୍ୱିଟ୍ କରି କହିଲେ, ଗଣତନ୍ତ୍ରର ନୂଆ ଅଧ୍ୟାୟକୁ ସ୍ୱାଗତ । ରାଷ୍ଚ୍ରପତି ବାଇଡେନ୍ ଏବଂ ଉପରାଷ୍ଚ୍ରପତି କମଳାଙ୍କୁ ଅଭିନନ୍ଦନ ।
11:00 PM, 20 Jan

ଆମେରିକା ପରୀକ୍ଷା କରାଯାଇଛି ଏବଂ ଆମେ ଏଥିପାଇଁ ଦୃଢ ହୋଇପାରିଛୁ । ଆମେ ଆମର ଗଠବନ୍ଧନକୁ ଆହୁରି ଦୃଢ କରିବୁ । ଗତକାଲିର ଆହ୍ୱାନକୁ ପୂରଣ କରିବା ପାଇଁ ନୁହେଁ, ବରଂ ଆସନ୍ତାକାଲିର ଆହ୍ୱାନ ପାଇଁ କାମ କରିବୁ । ଆମେ ଆମର ଶକ୍ତିର ଉଦାହରଣରୁ ନୁହେଁ ବରଂ ଆମର ଉଦାହରଣର ଶକ୍ତି ଦ୍ୱାରା ଆଗକୁ ବଢିବା : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍
10:57 PM, 20 Jan

ରାଷ୍ଟ୍ରପତି ଜୋ ବାଇଡେନ ଆମେରିକୀୟମାନଙ୍କୁ ଏକତ୍ରିତ ହୋଇ ଦେଶର ସମ୍ମୁଖୀନ ହେଉଥିବା ଅସାଧାରଣ ସମସ୍ୟାକୁ ଦୂର କରିବାକୁ ଆହ୍ୱାନ୍ ଦେଇଛନ୍ତି ।
10:50 PM, 20 Jan

ଆଜି ଆମେ ବିଜୟୀ ପ୍ରାର୍ଥୀ ନୁହେଁ, ଗଣତନ୍ତ୍ରର ବିଜୟ ଉତ୍ସବ ପାଳନ କରୁଛୁ । ଲୋକଙ୍କ ଇଚ୍ଛା ଶୁଣାଯାଇଛି ଏବଂ ଲୋକଙ୍କ ଇଚ୍ଛାକୁ ବିଚାରକୁ ନିଆଯାଇଛି । ଆମେ ପୁନର୍ବାର ଶିଖିଲୁ ଯେ ଗଣତନ୍ତ୍ର ମୂଲ୍ୟବାନ ଅଟେ | ଏବଂ ଏହି ସମୟରେ, ମୋର ବନ୍ଧୁଗଣ, ଗଣତନ୍ତ୍ରର ବିଜୟ ହୋଇଛି ।
10:48 PM, 20 Jan

ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ ଅଭିଭାଷଣରେ ସେ କହିଥଲେ ଯେ ଏହା ଆମେରିକାର ଦିନ । ଏହା ଗଣତନ୍ତ୍ରର ବିଜୟ ଏବଂ ଉତ୍ସବ ପାଇଁ ଏକ ସମୟ | ନୂତନ ଇତିହାସ ସୃଷ୍ଟି ହେଉଛି |
10:40 PM, 20 Jan

ଆମେରିକାର 46ତମ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ୍ କରି ଲେଖିଲେ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜୋ ବିଡେନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ । ଭାରତ-ଆମେରିକାର ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମୁଁ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ ।
10:26 PM, 20 Jan

ଆମେରିକାର 46ତମ ରାଷ୍ଚ୍ରପତି ଭାବେ ଶପଥ ଗ୍ରହଣ କଲେ ଜୋ ବାଇଡେନ୍ । ଆମେରିକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ବାଇଡେନଙ୍କୁ ଶପଥ ଗ୍ରହଣ କରାଇଲେ ।
10:22 PM, 20 Jan

ଆମେରିକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ବାଇଡେନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ।
10:16 PM, 20 Jan

କମଳା ହ୍ୟାରିସଙ୍କ ଶପଥ ଗ୍ରହଣ ପରେ ପ୍ରସିଦ୍ଧ ଗାୟିକା ଜେନିଫର୍ ଲୋପେଜ୍ ପରିବେଷଣ କଲେ ଦିସ୍ 'ଲ୍ୟାଣ୍ଡ ଇଜ୍ ୟୋର୍ ଲ୍ୟାଣ୍ଡ' ସଙ୍ଗୀତ ପରିବେଷଣ କରୁଛନ୍ତି ।
10:14 PM, 20 Jan

ସୁପ୍ରିମ କୋର୍ଟର ବିଚାରପତି ସୋନିଆ ସୋଟୋମେୟର କମଳା ହ୍ୟାରିସଙ୍କୁ ଉପ ରାଷ୍ଚ୍ରପତି ପଦର ଶପଥ ଗ୍ରହଣ କରାଇଲେ । ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଡାହାଣ ହାତ ଟେକି ଆମେରିକାର ଉପ-ରାଷ୍ଚ୍ରପତି ଭାବେ ଶପଥ ଗ୍ରହଣ କଲେ କମଳା ।
10:11 PM, 20 Jan

ଡେପୁଟି ପ୍ରେସ ସେକ୍ରେଟାରୀ ଜୁଡ୍ ଡିରେ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲବର୍ଟ ଜେ ପିରୋଙ୍କୁ କ୍ଷମା ପ୍ରଦାନ କରିଛନ୍ତି ।
10:08 PM, 20 Jan

ଆମେରିକାର ଜାତୀୟ ସଙ୍ଗୀତ ପରିବେଷଣ କରୁଛନ୍ତି ଆମେରିକାର ପ୍ରସିଦ୍ଧ ଗାୟିକା ଲେଡି ଗାଗା ।
10:01 PM, 20 Jan

ଉପ-ରାଷ୍ଚ୍ରପତି କମଳା ହ୍ୟାରିସ୍ ଏବଂ ତାଙ୍କ ପତି ଜୋଗ୍ ଏମହୋଫ୍ ଆମେରିକାର କ୍ୟାପିଟାଲ୍ ହିଲରେ ଥିବା ଲୋକଙ୍କୁ ସମ୍ୱୋଧିତ କଲେ ।
9:56 PM, 20 Jan

ଜୋ ବାଇଜେନଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ୱାଇଟ୍ ହାଉସ୍ ଛାଡିଲେ ପୂର୍ବତନ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର ବିଦାୟୀ ଅଭିଭାଷଣ ରଖିବା ସହ ନୂଆ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଲେ । କିନ୍ତୁ ଭାଷଣରେ ସେ ଜୋ ବାଇଡେନଙ୍କ ନାମ ନେଇ ନାହାନ୍ତି ।
9:48 PM, 20 Jan

ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ଟ୍ୱିଟ୍ କରି ଲେଖିଲେ, 'ମୋ ବନ୍ଧୁ ରାଷ୍ଚ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା । ଏହା ତୁମ ସମୟ ।'
9:45 PM, 20 Jan

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଓ ବିଲ୍ କ୍ଲିଣ୍ଟନ୍ । ସାଥିରେ ଅଛନ୍ତି ହିଲାରୀ କ୍ଲିଣ୍ଟନ୍ ।
9:43 PM, 20 Jan

ଆଜି ଆମେରିକା ପାଇଁ ଅକ ନୂଆ ଦିନ ବୋଲି ଟ୍ୱିଟ୍ କଲେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ।
1:47 PM, 20 Jan

ଆମେରିକାର 46ତମ ରାଷ୍ଟ୍ରପତିଙ୍କୁ ଅଭିନବ ଉପାୟରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ । ବୋତଲ ଭିତରେ ପ୍ରଦର୍ଶିତ ହୋଇଛନ୍ତି ଜୋ ବାଇଡେନ୍ । ଦୀର୍ଘ ସାତ ଦିନ ପରିଶ୍ରମ କରି ଜଟଣୀର ଆଲିଶ୍ୱ ରାଓ ତିଆରି କରିଛନ୍ତି ଏହି ଅସାଧାରଣ କୃତି ।
1:03 PM, 20 Jan

ବାଲୁକାରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ବାଲୁକା କଳା ମାଧ୍ୟମରେ ଆମେରିକାର 46 ତମ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
11:55 AM, 20 Jan

ଭାରତର ଗାଁରେ କମଲା ହାରିସଙ୍କ ପୋଷ୍ଟର

ତାମିଲନାଡୁର ତୁଲସେନ୍ଦ୍ରପୁରମ୍ ଠାରେ ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ପୋଷ୍ଟର ଲାଗିଛି । ଏହି ଗାଁର ଘରେ ଓ ଦୋକାନରେ କମଲା ହାରିସଙ୍କ ପୋଷ୍ଟର ଦେଖିବାକୁ ମିଳିଛି ।
11:41 AM, 20 Jan

ଆଜିର ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭାଷଣର ପ୍ରସଙ୍ଗ ରହିଛି 'ଏକଜୁଟ୍ ଆମେରିକା'। କୋଭିଡ୍ ମହାମାରୀ ଏବଂ ଗତ ଜାନୁଆରୀ 6 ତାରିଖରେ କ୍ୟାପିଟାଲ ହିଲରେ ହୋଇଥିବା ହିଂସା ଦ୍ୱାରା ଆମେରିକା ପ୍ରଭାବିତ ହୋଇଛି । ତେଣୁ ସମସ୍ତଙ୍କୁ ଏକଜୁଟ୍ କରି ଆମେରିକାକି ଆହୁରି ବିକାଶ ପଥରେ ଅଗ୍ରସର କରିବା ନେଇ ରାଷ୍ଚ୍ରପତିଙ୍କ ଏପରି ଅଭିଭାଷଣ ରହିଛି ବୋଲି କୁହାଯାଇଛି ।
11:22 AM, 20 Jan

ଭାଙ୍ଗିବ ହ୍ୱାଇଟ୍ ହାଉସର 200 ବର୍ଷର ପରମ୍ପରା

ହ୍ୱାଇଟ୍ ହାଉସର 200 ବର୍ଷର ପରମ୍ପରା ଆଜି ଭାଙ୍ଗିବ । ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥି ସହିତ ପରମ୍ପରା ଅନୁଯାୟୀ ତାଙ୍କୁ ହ୍ୱାଇଟ୍ ହାଉସକୁ ମଧ୍ୟ ସ୍ୱାଗତ କରିବେନି ବୋଲି ମନା କରିଦେଇଛନ୍ତି ଟ୍ରମ୍ପ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Live Update of JO Biden's oath ceremony as 46th president of USA. Kamala Harris will be the vice president.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X