Get Updates
Get notified of breaking news, exclusive insights, and must-see stories!

LIVE : ଏହା ଲୋକତନ୍ତ୍ରର ବିଜୟ, ଆମେରିକାର ଦିନ : ଜୋ ବାଇଡେନ୍

ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ନବ ନିର୍ବାଚିତ ଜୋ ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ହେବେ ଉପରାଷ୍ଟ୍ରପତି । ଏହି ଶପଥ ଗ୍ରହଣ ଉତ୍ସବ ଭାରତୀୟ ସମୟ ରାତି 10.30ରେ ଆମେରିକାର ଜାତୀୟ ସଙ୍ଗୀତ ଗାନ ସହ ଆରମ୍ଭ ହେବ ।

ଓ୍ୱାସିଙ୍ଗଟନ୍ : ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ନବ ନିର୍ବାଚିତ ଜୋ ବାଇଡେନ୍ । ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ହେବେ ଉପରାଷ୍ଟ୍ରପତି । ଏହି ଶପଥ ଗ୍ରହଣ ଉତ୍ସବ ଭାରତୀୟ ସମୟ ରାତି 10.30ରେ ଆମେରିକାର ଜାତୀୟ ସଙ୍ଗୀତ ଗାନ ସହ ଆରମ୍ଭ ହେବ । ଆମେରିକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ବାଇଡେନଙ୍କୁ ଶପଥ ଗ୍ରହଣ କରାଇବା ସହ ସୁପ୍ରିମ କୋର୍ଟର ବିଚାରପତି ସୋନିଆ ସୋଟୋମେୟର କମଳା ହ୍ୟାରିସଙ୍କୁ ଉପ ରାଷ୍ଚ୍ରପତି ପଦର ଶପଥ ଗ୍ରହଣ କରାଇବେ । ଆଜିର ଏହି ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Joe biden-Kamala harris

କଡ଼ା ସୁରକ୍ଷା ବଳୟରେ ଓ୍ୱସିଙ୍ଗଟନ୍

ଶପଥ ଗ୍ରହଣ ସମାରୋହ ପୂର୍ବରୁ ୱାଶିଂଟନ୍ ଡିସିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏନେଇ ୱାଶିଂଟନରେ 25,000 ଆମେରିକୀୟ ସୈନିକ ନିୟୋଜିତ ହୋଇଛନ୍ତି । ଏହି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜୋ ବାଇଡେନ ଏବଂ କମଲା ହ୍ୟାରିସ କ୍ୟାପିଟାଲ ହିଲ ସମ୍ମୁଖରେ ଯଥାକ୍ରମେ ରାଷ୍ଟ୍ରପତି ଏବ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଜାନୁଆରୀ 6 ରେ ଟ୍ରମ୍ପ ସମର୍ଥକମାନେ ଭିଆଇଥିବା ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ଏପରି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କୁହାଯାଉଛି ।ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ମୁଖ୍ୟ ମାଟ୍ ମିଲର ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଅନ୍ୟପକ୍ଷରେ ସୁରକ୍ଷା ଭୟ ଥିବାରୁ ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ହ୍ବାଇଟ୍ ହାଉସ ବାହାରେ ଶପଥ ନେବା ଜୋ ବାଇଡେନ୍ କହିଥିଲେ ମଧ୍ୟ ଏଥିରେ ପରିବର୍ତ୍ତନ କରାଯାଇଛି ।

Joe biden-Kamala harris

କୋଭିଡ -୧୯ ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ଆମେରିକା ସିନେଟର ଓ କଂଗ୍ରେସର ସଦସ୍ୟମାନେ ବିନା ଟିକେଟରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଅନ୍ୟ ଏକ ହଜାର ଦର୍ଶକଙ୍କୁ ଏଥିରେ ଯୋଗଦେବା ଲାଗି ଟିକେଟ ଦିଆଯାଇଛି ।

କଣ ରହିଛି ଆଜିର କାର୍ଯ୍ୟକ୍ରମ ?

  • ଜୋ ବାଇଡେନଙ୍କ ଏହି ଶପଥ ଗ୍ରହଣ ଉତ୍ସବକୁ bideninaugural.org/watch/ ମାଧ୍ୟମରେ ଲାଇଭ୍ ଟେଲିକାଷ୍ଟ କରାଯିବ ।
  • ଏହି ଉତ୍ସବରେ ପ୍ରସିଦ୍ଧ ଗାୟିକା ଜେନିଫର୍ ଲୋପେଜ୍ ଙ୍କ କାର୍ଯ୍ୟକ୍ରମ ରହିଛି । ଏଥିସହିତ ଲେଡି ଗାଗା ଆମେରିକାର ଜାତୀୟ ସଙ୍ଗୀତ ପରିବେଷଣ କରିବେ ।
  • ଇମିଗ୍ରେସନ ୱେବସାଇଟ୍ ଅନୁଯାୟୀ, ବାଇଡେନ ଶପଥ ଗ୍ରହଣ କରିବା ପରେ ଆମେରିକାର ଲୋକଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
  • ଆଜିର ଏହି ଶପଥ ଗ୍ରହଣ ଉତ୍ସବକୁ ଆମେରିକାର ପ୍ରମୁଖ ଟିଭି ଚ୍ୟାନେଲ୍ ABC, CBS, CNN, NBC ଇତ୍ୟାଦି ସିଧା ପ୍ରସାରଣ କରିବେ ।

Jan 20, 2021, 11:25 pm IST

ଆମେ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ସମୟରେ ନଷ୍ଟ କରିବାର ନାହିଁ | ସେଥିପାଇଁ ଆଜି, ମୁଁ ଆମେରିକୀୟ ପରିବାରମାନଙ୍କ ପାଇଁ ସାହସିକ କାର୍ଯ୍ୟ ଏବଂ ତୁରନ୍ତ ରିଲିଫ୍ ପ୍ରଦାନ କରିବାର କାର୍ଯ୍ୟ ଆରମ୍ଭ କରିବା ପାଇଁ ଓଭାଲ୍ କାର୍ଯ୍ୟାଳୟକୁ ଯାଉଛି : ଜୋ ବାଇଡେନ୍
Jan 20, 2021, 11:17 pm IST

କମଳା ହ୍ୟାରିସ୍ ଟ୍ୱିଟ୍ କରି ଲେଖିଛନ୍ତି, ସବୁବେଳେ ଲୋକଙ୍କ ପାଇଁ ।
Jan 20, 2021, 11:08 pm IST

କରୋନାଭାଇରସ କାରଣରୁ ମୃତ୍ୟୁ ହୋଇତିବା ବ୍ୟକ୍ତିଙ୍କ ପାଇଁ ନୀରବ ପ୍ରାର୍ଥନା କଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ।
Jan 20, 2021, 11:05 pm IST

କମଲା ହାରିସ୍ ଦେଶର ଇତିହାସରେ ପ୍ରଥମ ମହିଳା, ପ୍ରଥମ କଳା ଏବଂ ପ୍ରଥମ ଦକ୍ଷିଣ ଏସୀୟ ଉପରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଛନ୍ତି । ଏହା ସହିତ ତାଙ୍କ ସ୍ୱାମୀ ଡଗ୍ ଏମହାଫ୍ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି |
Jan 20, 2021, 11:04 pm IST

ବିଡେନ କହିଛନ୍ତି ଯେ ଆମେରିକା ଆଜି ପ୍ରଥମ ମହିଳା ଉପ-ରାଷ୍ଟ୍ରପତି ପାଇଛି । ଆମେରିକାର କ୍ୟାପିଟାଲ (ଆମେରିକା ସଂସଦ) ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ଏଭଳି ହିଂସା କେବେ ହେବ ନାହିଁ ।
Jan 20, 2021, 11:03 pm IST

ଆମେରିକାର ରାଷ୍ଚ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ । ଟ୍ୱିଟ୍ କରି କହିଲେ, ଗଣତନ୍ତ୍ରର ନୂଆ ଅଧ୍ୟାୟକୁ ସ୍ୱାଗତ । ରାଷ୍ଚ୍ରପତି ବାଇଡେନ୍ ଏବଂ ଉପରାଷ୍ଚ୍ରପତି କମଳାଙ୍କୁ ଅଭିନନ୍ଦନ ।
Jan 20, 2021, 11:00 pm IST

ଆମେରିକା ପରୀକ୍ଷା କରାଯାଇଛି ଏବଂ ଆମେ ଏଥିପାଇଁ ଦୃଢ ହୋଇପାରିଛୁ । ଆମେ ଆମର ଗଠବନ୍ଧନକୁ ଆହୁରି ଦୃଢ କରିବୁ । ଗତକାଲିର ଆହ୍ୱାନକୁ ପୂରଣ କରିବା ପାଇଁ ନୁହେଁ, ବରଂ ଆସନ୍ତାକାଲିର ଆହ୍ୱାନ ପାଇଁ କାମ କରିବୁ । ଆମେ ଆମର ଶକ୍ତିର ଉଦାହରଣରୁ ନୁହେଁ ବରଂ ଆମର ଉଦାହରଣର ଶକ୍ତି ଦ୍ୱାରା ଆଗକୁ ବଢିବା : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍
Jan 20, 2021, 10:57 pm IST

ରାଷ୍ଟ୍ରପତି ଜୋ ବାଇଡେନ ଆମେରିକୀୟମାନଙ୍କୁ ଏକତ୍ରିତ ହୋଇ ଦେଶର ସମ୍ମୁଖୀନ ହେଉଥିବା ଅସାଧାରଣ ସମସ୍ୟାକୁ ଦୂର କରିବାକୁ ଆହ୍ୱାନ୍ ଦେଇଛନ୍ତି ।
Jan 20, 2021, 10:50 pm IST

ଆଜି ଆମେ ବିଜୟୀ ପ୍ରାର୍ଥୀ ନୁହେଁ, ଗଣତନ୍ତ୍ରର ବିଜୟ ଉତ୍ସବ ପାଳନ କରୁଛୁ । ଲୋକଙ୍କ ଇଚ୍ଛା ଶୁଣାଯାଇଛି ଏବଂ ଲୋକଙ୍କ ଇଚ୍ଛାକୁ ବିଚାରକୁ ନିଆଯାଇଛି । ଆମେ ପୁନର୍ବାର ଶିଖିଲୁ ଯେ ଗଣତନ୍ତ୍ର ମୂଲ୍ୟବାନ ଅଟେ | ଏବଂ ଏହି ସମୟରେ, ମୋର ବନ୍ଧୁଗଣ, ଗଣତନ୍ତ୍ରର ବିଜୟ ହୋଇଛି ।
Jan 20, 2021, 10:48 pm IST

ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ ଅଭିଭାଷଣରେ ସେ କହିଥଲେ ଯେ ଏହା ଆମେରିକାର ଦିନ । ଏହା ଗଣତନ୍ତ୍ରର ବିଜୟ ଏବଂ ଉତ୍ସବ ପାଇଁ ଏକ ସମୟ | ନୂତନ ଇତିହାସ ସୃଷ୍ଟି ହେଉଛି |
Jan 20, 2021, 10:40 pm IST

ଆମେରିକାର 46ତମ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ୍ କରି ଲେଖିଲେ ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜୋ ବିଡେନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ । ଭାରତ-ଆମେରିକାର ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ମୁଁ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ ।
Jan 20, 2021, 10:26 pm IST

ଆମେରିକାର 46ତମ ରାଷ୍ଚ୍ରପତି ଭାବେ ଶପଥ ଗ୍ରହଣ କଲେ ଜୋ ବାଇଡେନ୍ । ଆମେରିକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ବାଇଡେନଙ୍କୁ ଶପଥ ଗ୍ରହଣ କରାଇଲେ ।
Jan 20, 2021, 10:22 pm IST

ଆମେରିକାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ବାଇଡେନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ।
Jan 20, 2021, 10:16 pm IST

କମଳା ହ୍ୟାରିସଙ୍କ ଶପଥ ଗ୍ରହଣ ପରେ ପ୍ରସିଦ୍ଧ ଗାୟିକା ଜେନିଫର୍ ଲୋପେଜ୍ ପରିବେଷଣ କଲେ ଦିସ୍ 'ଲ୍ୟାଣ୍ଡ ଇଜ୍ ୟୋର୍ ଲ୍ୟାଣ୍ଡ' ସଙ୍ଗୀତ ପରିବେଷଣ କରୁଛନ୍ତି ।
Jan 20, 2021, 10:14 pm IST

ସୁପ୍ରିମ କୋର୍ଟର ବିଚାରପତି ସୋନିଆ ସୋଟୋମେୟର କମଳା ହ୍ୟାରିସଙ୍କୁ ଉପ ରାଷ୍ଚ୍ରପତି ପଦର ଶପଥ ଗ୍ରହଣ କରାଇଲେ । ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଡାହାଣ ହାତ ଟେକି ଆମେରିକାର ଉପ-ରାଷ୍ଚ୍ରପତି ଭାବେ ଶପଥ ଗ୍ରହଣ କଲେ କମଳା ।
Jan 20, 2021, 10:11 pm IST

ଡେପୁଟି ପ୍ରେସ ସେକ୍ରେଟାରୀ ଜୁଡ୍ ଡିରେ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲବର୍ଟ ଜେ ପିରୋଙ୍କୁ କ୍ଷମା ପ୍ରଦାନ କରିଛନ୍ତି ।
Jan 20, 2021, 10:08 pm IST

ଆମେରିକାର ଜାତୀୟ ସଙ୍ଗୀତ ପରିବେଷଣ କରୁଛନ୍ତି ଆମେରିକାର ପ୍ରସିଦ୍ଧ ଗାୟିକା ଲେଡି ଗାଗା ।
Jan 20, 2021, 10:01 pm IST

ଉପ-ରାଷ୍ଚ୍ରପତି କମଳା ହ୍ୟାରିସ୍ ଏବଂ ତାଙ୍କ ପତି ଜୋଗ୍ ଏମହୋଫ୍ ଆମେରିକାର କ୍ୟାପିଟାଲ୍ ହିଲରେ ଥିବା ଲୋକଙ୍କୁ ସମ୍ୱୋଧିତ କଲେ ।
Jan 20, 2021, 9:56 pm IST

ଜୋ ବାଇଜେନଙ୍କ ଶପଥ ଗ୍ରହଣ ପୂର୍ବରୁ ହ୍ୱାଇଟ୍ ହାଉସ୍ ଛାଡିଲେ ପୂର୍ବତନ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର ବିଦାୟୀ ଅଭିଭାଷଣ ରଖିବା ସହ ନୂଆ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଲେ । କିନ୍ତୁ ଭାଷଣରେ ସେ ଜୋ ବାଇଡେନଙ୍କ ନାମ ନେଇ ନାହାନ୍ତି ।
Jan 20, 2021, 9:48 pm IST

ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ଟ୍ୱିଟ୍ କରି ଲେଖିଲେ, 'ମୋ ବନ୍ଧୁ ରାଷ୍ଚ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା । ଏହା ତୁମ ସମୟ ।'
Jan 20, 2021, 9:45 pm IST

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଓ ବିଲ୍ କ୍ଲିଣ୍ଟନ୍ । ସାଥିରେ ଅଛନ୍ତି ହିଲାରୀ କ୍ଲିଣ୍ଟନ୍ ।
Jan 20, 2021, 9:43 pm IST

ଆଜି ଆମେରିକା ପାଇଁ ଅକ ନୂଆ ଦିନ ବୋଲି ଟ୍ୱିଟ୍ କଲେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ।
Jan 20, 2021, 1:47 pm IST

ଆମେରିକାର 46ତମ ରାଷ୍ଟ୍ରପତିଙ୍କୁ ଅଭିନବ ଉପାୟରେ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ଶିଳ୍ପୀ । ବୋତଲ ଭିତରେ ପ୍ରଦର୍ଶିତ ହୋଇଛନ୍ତି ଜୋ ବାଇଡେନ୍ । ଦୀର୍ଘ ସାତ ଦିନ ପରିଶ୍ରମ କରି ଜଟଣୀର ଆଲିଶ୍ୱ ରାଓ ତିଆରି କରିଛନ୍ତି ଏହି ଅସାଧାରଣ କୃତି ।
Jan 20, 2021, 1:03 pm IST

ବାଲୁକାରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ବାଲୁକା କଳା ମାଧ୍ୟମରେ ଆମେରିକାର 46 ତମ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
Jan 20, 2021, 11:55 am IST

ଭାରତର ଗାଁରେ କମଲା ହାରିସଙ୍କ ପୋଷ୍ଟର

ତାମିଲନାଡୁର ତୁଲସେନ୍ଦ୍ରପୁରମ୍ ଠାରେ ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ପୋଷ୍ଟର ଲାଗିଛି । ଏହି ଗାଁର ଘରେ ଓ ଦୋକାନରେ କମଲା ହାରିସଙ୍କ ପୋଷ୍ଟର ଦେଖିବାକୁ ମିଳିଛି ।
Jan 20, 2021, 11:41 am IST

ଆଜିର ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭାଷଣର ପ୍ରସଙ୍ଗ ରହିଛି 'ଏକଜୁଟ୍ ଆମେରିକା'। କୋଭିଡ୍ ମହାମାରୀ ଏବଂ ଗତ ଜାନୁଆରୀ 6 ତାରିଖରେ କ୍ୟାପିଟାଲ ହିଲରେ ହୋଇଥିବା ହିଂସା ଦ୍ୱାରା ଆମେରିକା ପ୍ରଭାବିତ ହୋଇଛି । ତେଣୁ ସମସ୍ତଙ୍କୁ ଏକଜୁଟ୍ କରି ଆମେରିକାକି ଆହୁରି ବିକାଶ ପଥରେ ଅଗ୍ରସର କରିବା ନେଇ ରାଷ୍ଚ୍ରପତିଙ୍କ ଏପରି ଅଭିଭାଷଣ ରହିଛି ବୋଲି କୁହାଯାଇଛି ।
Jan 20, 2021, 11:22 am IST

ଭାଙ୍ଗିବ ହ୍ୱାଇଟ୍ ହାଉସର 200 ବର୍ଷର ପରମ୍ପରା

ହ୍ୱାଇଟ୍ ହାଉସର 200 ବର୍ଷର ପରମ୍ପରା ଆଜି ଭାଙ୍ଗିବ । ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥି ସହିତ ପରମ୍ପରା ଅନୁଯାୟୀ ତାଙ୍କୁ ହ୍ୱାଇଟ୍ ହାଉସକୁ ମଧ୍ୟ ସ୍ୱାଗତ କରିବେନି ବୋଲି ମନା କରିଦେଇଛନ୍ତି ଟ୍ରମ୍ପ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+