For Quick Alerts
Turn On Notification  
For Daily Alerts
Oneindia App Download

କୋଭାକ୍ସିନକୁ ବାହାରୀନର ସ୍ୱୀକୃତି, ଆନ୍ତର୍ଜାତୀୟ ବଜାରରେ ଭାରତର ଉଭୟ ସ୍ୱଦେଶୀ ଟିକାର ବଢିଛି ଚାହିଦା

ଭାରତର ସ୍ୱଦେଶୀ ବିକଶିତ COVID-19 ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ବାହାରୀନ ଅନୁମୋଦନ କରିଛି । ବାହାରୀନରେ ଥିବା ଭାରତୀୟ ଦୂତାବାସ ଗୁରୁବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

|

ବାହାରୀନ : WHO ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ମାନ୍ୟତା ଦେବା ପରେ ବିଭିନ୍ନ ଦେଶରୁ ମାନ୍ୟତା ପାଇବା ଆରମ୍ଭ କରିଛି । ବର୍ତ୍ତମାନ ଧୀରେ ଧୀରେ ଭାରତୀୟ ଟିକା ଆନ୍ତର୍ଜାତୀୟ ବଜାରରେ ଲୋକପ୍ରିୟତା ହାସଲ କରିବା ଆରମ୍ଭ କରିଥିବାବେଳେ କୋଭାକ୍ସିନ୍ ଟିକା ନେଇଥିବା ଭାରତୀୟ ନାଗରିକଙ୍କ ପାଇଁ ବିଭିନ୍ନ ଦେଶର ଦ୍ୱାର ଖୋଲିବା ଆରମ୍ଭ କରିଛି ।

covaxin

ଭାରତର ସ୍ୱଦେଶୀ ବିକଶିତ COVID-19 ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ବାହାରୀନ ଅନୁମୋଦନ କରିଛି । ବାହାରୀନରେ ଥିବା ଭାରତୀୟ ଦୂତାବାସ ଗୁରୁବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଭାରତୀୟ ଦୂତାବାସ ନିଜ ଟ୍ୱିଟରେ କହିଛି ଯେ ବାହାରୀନର ଜାତୀୟ ସ୍ୱାସ୍ଥ୍ୟ ନିୟାମକ ପ୍ରାଧିକରଣ @ NHRABahrain ଭାରତ ବାୟୋଟେକ୍ ଦ୍ୱାରା ଭାରତର ସ୍ୱଦେଶୀ ବିକଶିତ COVID-19 ଟିକା COVAXIN ର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି ।

ଏହି ଟ୍ୱିଟରେ ଆହୁରି କୁହାଯାଇଛି ବାହାରୀନ ଯାତ୍ରା କରିବାକୁ ଯାଉଥିବା ଏବଂ WHO ଦ୍ୱାରା ସ୍ୱୀକୃତିପ୍ରାପ୍ତ କୋଭାକ୍ସିନ୍ ଟିକା ନେଇଥିବା ଭାରତୀୟ ନାଗରିକମାନେ ଭାରତରେ ଗ୍ରହଣ କରାଯାଇଥିବା ଟୀକା ପ୍ରମାଣପତ୍ର ସହିତ ବାହାରୀନ ଯାଇପାରିବେ । ସେମାନଙ୍କର ଟିକା ପ୍ରମାଣପତ୍ରର QR କୋଡ୍ ସ୍କାନ୍ କରାଯିବ ଏବଂ ତା'ପରେ ସେମାନଙ୍କୁ ବାହାରୀନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଟିକା ନେଇଥିବା ନାଗରିକମାନଙ୍କୁ ଆଉ 10 ଦିନିଆ କ୍ୱାରେଣ୍ଟିନ ଅବଧିରେ ରହିବାକୁ ପଡ଼ିବ ନାହିଁ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ 95 ରୁ ଅଧିକ ଦେଶ ଭାରତରେ ନିର୍ମିତ କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ସ୍ୱୀକୃତି ଦେଇଛନ୍ତି । କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସ୍ପେନ୍, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ରୁଷ ଏବଂ ସ୍ୱିଜରଲ୍ୟାଣ୍ଡ 96 ଟି ଦେଶ ମଧ୍ୟରେ ଅଛନ୍ତି ଯେଉଁମାନେ ଭାରତର ଟିକାକୁ ଅନୁମୋଦନ କରିଛନ୍ତି । ଏହି ମାସର ଆରମ୍ଭରେ WHO କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bahrain has given recognition to the Indian-made Corona Virus Vaccine Covaccine
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X