Get Updates
Get notified of breaking news, exclusive insights, and must-see stories!

ଆତ୍ମଘାତୀ ବିସ୍ପୋରଣରେ 30 ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ଆତଙ୍କବାଦୀ ମାନେ କାର ବୋମା ବ୍ୟବହାର କରି ଏହି ବିସ୍ପୋରଣ କରିଛନ୍ତି | ଗଜନୀର ଡାକ୍ତରଖାନାର ନିର୍ଦ୍ଦଶକ ବାଜ ମହମ୍ମଦ ହେମତ କହିଛନ୍ତି, ଡାକ୍ତରଖାନାକୁ 30ଟି ମୃତ ଦେହ ଏବଂ 20 ଜଣ ଗୁରୁତରଙ୍କୁ ଅଣାଯାଇଥିଲା | ସମସ୍ତେ ସୁରକ୍ଷାକର୍ମୀ ବୋଲି ସେ ସୂଚନା ଦେଇଛନ୍ତି |

କାବୁଲ : ଆଫଗାନିସ୍ତାନର କେନ୍ଦ୍ରୀୟ ପ୍ରାନ୍ତ ଗଜନିରେ ହୋଇଥିବା ଏକ ଆତ୍ମଘାତୀ ବିସ୍ପୋରଣରେ 30 ସୁରକ୍ଷା କର୍ମୀଙ୍କର ମୃତ୍ୟୁ ହୋଇଛି | ଏଥି ସହିତ 20 ଜଣ ଆହତ ହୋଇଛନ୍ତି |
ସୂଚନା ଆନୁଯାୟୀ, ଗଜନିଠାରେ ସାର୍ବଜନୀନ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସୁରକ୍ଷାକର୍ମୀଙ୍କ ଶିବିରରେ ବିସ୍ପୋରଣ ହୋଇଛି | ଆତଙ୍କବାଦୀ ମାନେ କାର ବୋମା ବ୍ୟବହାର କରି ଏହି ବିସ୍ପୋରଣ କରିଛନ୍ତି | ଗଜନୀର ଡାକ୍ତରଖାନାର ନିର୍ଦ୍ଦଶକ ବାଜ ମହମ୍ମଦ ହେମତ କହିଛନ୍ତି, ଡାକ୍ତରଖାନାକୁ 30ଟି ମୃତ ଦେହ ଏବଂ 20 ଜଣ ଗୁରୁତରଙ୍କୁ ଅଣାଯାଇଥିଲା | ସମସ୍ତେ ସୁରକ୍ଷାକର୍ମୀ ବୋଲି ସେ ସୂଚନା ଦେଇଛନ୍ତି |

Afghanistan-bomb blast

ସୁରକ୍ଷା ବଳର ଜଣେ ଅଧିକାରୀ କହିଛନ୍ତି, ଏହି ବିସ୍ପୋରଣ ସାର୍ବଜନିକ ସୁରକ୍ଷା ବଳର ଏକ ପରିସରକୁ ଲକ୍ଷ୍ୟ କରି କରାଯାଇଛି | ଏହା ଦ୍ୱାରା ନିକଟରେ ଥିବା ସାଧାରଣ ନାଗରକମାନଙ୍କର ମଧ୍ୟ କ୍ଷତି ହୋଇଛି | ଏଥି ସହିତ କେତେକ ସ୍ଥାନୀୟ ଲୋକଙ୍କ ପ୍ରାଣହାନୀ ହୋଇଥିବାର ଆଶଙ୍କା କରାଯାଉଛି | ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ ନିଶ୍ଚିତ କରିଛନ୍ତି ଯେ କାର ବୋମା ଦ୍ୱାରା ଏହି ବିସ୍ଫୋରଣ ଘଟିଛି, କିନ୍ତୁ ସେ କୌଣସି ମୃତାହତ କିମ୍ବା ଆହତଙ୍କ ସମ୍ପର୍କରେ ସୂଚନା ଦେଇନାହାନ୍ତି | ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି |

ଖବର ସରବରାହ ସଂସ୍ଥା ରଏଟର୍ସ ପକ୍ଷରୁ ଯୋଗାଯୋଗ କରାଯାଇଥିବା ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏହି ଘଟଣାରେ ତାଙ୍କ ସଙ୍ଗଠନର ସମ୍ପୃକ୍ତିକୁ ଅସ୍ୱୀକାର କରିନାହାଁନ୍ତି | ସୂଚନାଯୋଗ୍ୟ, ଗତ ମାସରେ ଆଫଗାନିସ୍ତାନରେ ଅନ୍ୟ ଏକ କାର ବୋମା ବିସ୍ଫୋରଣ ହୋଇଥିଲା | କତାର ରାଜଧାନୀ ଦୋହାରେ ବିଦ୍ରୋହୀ ତାଲିବାନ ଏବଂ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଛି |

ଗତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଯୁଦ୍ଧ, ହିଂସା ପରିସ୍ଥିତି ଜାରି ରହିଛି | ଏହି ସମୟରେ ଅନେକ ଦେଶର ସରକାର ଏବଂ ଅନୁଷ୍ଠାନ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ଥିବା ଯୁଦ୍ଧ ଆଶଙ୍କାକୁ ବନ୍ଦ କରିବାକୁ କୁହାଯାଇଛି |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+