Get Updates
Get notified of breaking news, exclusive insights, and must-see stories!

1961 ପରେ ପ୍ରଥମ ଥର ପାଇଁ ହ୍ରାସ ହେବ ଚୀନର ଜନସଂଖ୍ୟା, ଭାରତ ହେବ ବିଶ୍ୱର ଜନବହୁଳ ଦେଶ

1961 ପରଠାରୁ ପ୍ରଥମ ଥର ପାଇଁ ଗତ ବର୍ଷ ଚାଇନାର ଜନସଂଖ୍ୟା ହ୍ରାସ ପାଇଛି । ଚୀନ୍ ର ଏଭଳି ପରିସ୍ଥିତି ମଧ୍ୟରେ ଭାରତ 2023 ରେ ଜନସଂଖ୍ୟା କ୍ଷେତ୍ରରେ ଚୀନକୁ ଟପିଯିବ । ଭାରତ ହେବ ବିଶ୍ୱର ଜନସଂଖ୍ୟା ବହୁଳ ଦେଶ ।

ନୂଆଦିଲ୍ଲୀ: କମୁଛି ଚୀନ୍ ର ଜନସଂଖ୍ୟା । ବିହତ ବର୍ଷ ଅପେକ୍ଷା ଚୀନର ଜନସଂଖ୍ୟାରେ ହ୍ରାସ ହେବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଚୀନ୍ ଅନେକ ଦଶନ୍ଧି ପୂର୍ବରୁ ନିଜ ଲୋକଙ୍କ ଉପରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିଥିଲା । ଏହା ପରେ ବର୍ତ୍ତମାନ ଚୀନ୍ ସେହି ନିଷ୍ପତ୍ତି ପାଇଁ ସମସ୍ୟାର ସମ୍ମୁଖୀନ ହୋଇଛି । 1961 ମସିହାରୁ ଚାଇନାର ଜନସଂଖ୍ୟାରେ ଐତିହାସିକ ହ୍ରାସ ପାଇଛି । ଏହା ପରେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ପାଇଁ ଚୀନ୍ ଚେଷ୍ଟା କରୁଥିଲେ ମଧ୍ୟ ଏହାର ସମସ୍ତ ପ୍ରୟାସ ବିଫଳ ହୋଇଛି ।

population

ଭାରତ ହେବ ଜନବହୁଳ ଦେଶ

ରିପୋର୍ଟ ଅନୁଯାୟୀ, 1961 ପରଠାରୁ ପ୍ରଥମ ଥର ପାଇଁ ଗତ ବର୍ଷ ଚାଇନାର ଜନସଂଖ୍ୟା ହ୍ରାସ ପାଇଛି । ଚୀନ୍ ଏଭଳି ପରିସ୍ଥିତି ମଧ୍ୟରେ ଭାରତ 2023 ରେ ଜନସଂଖ୍ୟା କ୍ଷେତ୍ରରେ ଚୀନକୁ ଟପିଯିବ । ଭାରତ ଦୁନିଆର ସବୁଠାରୁ ଜନବହୁଳ ଦେଶ ହେବ । ସମସ୍ତ ରିପୋର୍ଟରେ କୁହାଯାଇଛି ଯେ 2023 ମସିହାରେ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ ।

ଚୀନ୍‌ର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଏହାର ରିପୋର୍ଟରେ କହିଛି ଯେ 2022 ବର୍ଷ ଶେଷରେ ଚାଇନାର ଜନସଂଖ୍ୟା 141 କୋଟି 50 ଲକ୍ଷ ଥିବା ବେଳେ ଏକ ବର୍ଷ ପୂର୍ବେ ଏହି ଜନସଂଖ୍ୟା 141 ବିଲିୟନ 141 କୋଟି 60 ଲକ୍ଷ ଥିଲା । ଅର୍ଥାତ୍ ଚୀନ୍‌ର ଜନସଂଖ୍ୟାରେ ହ୍ରାସ ହୋଇଛି ।

2022 ମସିହାରେ ଚାଇନାରେ ଜନ୍ମ ହାର ହଜାରେ ଲୋକରେ 6.77 ଥିଲା, ଯାହାକି 2021 ମସିହାରେ 7.52 ଥିଲା । ଅର୍ଥାତ୍ 2022 ମସିହାରେ ଜନ୍ମ ହାର ହ୍ରାସ ପାଇଛି । ଏହା ସହିତ, 1976 ମସିହାରୁ ଚାଇନାରେ ମୃତ୍ୟୁ ହାରରେ ସର୍ବାଧିକ ବୃଦ୍ଧି ଘଟିଛି ଏବଂ 2021 ମସିହାରେ ଚାଇନାରେ ମୃତ୍ୟୁ ହାର ଏକ ହଜାର ଲୋକରେ 7.18 ପ୍ରତିଶତ ଥିବାବେଳେ 1976 ମସିହାରେ ଏହା ଥିଲା 7.37 ପ୍ରତିଶତ । ଚାଇନାର ଜନସଂଖ୍ୟାରେ ଏହି ପରିବର୍ତ୍ତନ ହେବାର କାରଣ ହେଉଛି ଜନସଂଖ୍ୟା ନିୟନ୍ତ୍ରଣ ଆଇନ, ଯାହା ଚୀନର କମ୍ୟୁନିଷ୍ଟ ସରକାର ଦ୍ୱାରା ଅତି କଠୋର ଭାବରେ କାର୍ଯ୍ୟକାରୀ କରାଯାଇଥିଲା ।

ଚାଇନାରେ 1980 ମସିହାରେ ଏକ ଶିଶୁ ଆଇନ ପ୍ରଣୟନ କରାଯାଇଥିଲା ଏବଂ କମ୍ୟୁନିଷ୍ଟ ପାର୍ଟି ଏହି ନିଷ୍ପତ୍ତିକୁ ଏତେ କଠୋରତାର ସହ କାର୍ଯ୍ୟକାରୀ କରିଥିଲା ଯେ ଧୀରେ ଧୀରେ ଚୀନ୍ ଲୋକଙ୍କ ପରିବାର ପ୍ରତି ମୋହ ଭାଙ୍ଗି ଯାଇଥିଲା । ଏହି ନିଷ୍ପତ୍ତି ହେତୁ ଚାଇନାରେ ଲକ୍ଷ ଲକ୍ଷ ପରିବାର ଆଗକୁ ବଢିପାରି ନଥିଲା । ଯେଉଁ ପରିବାରରେ ଝିଅ ଜନ୍ମ ହୋଇଥିଲା, ସେହି ପରିବାରର ବଂଶ ବିସ୍ତାର ହୋଇ ପାରିନଥିଲା ।

ସାରା ବିଶ୍ୱରେ ଗତ ବର୍ଷ 13 କୋଟି ପିଲା ଜନ୍ମ ହୋଇଥିଲେ । ଏଥି ମଧ୍ୟରୁ କେବଳ ଭାରତରେ 2.5 କୋଟି ଶିଶୁ ଜନ୍ମ ହୋଇଛନ୍ତି । କିନ୍ତୁ ଚାଇନାରେ ଏହି ସଂଖ୍ୟା ମାତ୍ର କେତେ ଲକ୍ଷରେ ସୀମିତ ରହିଥିଲା ।

ଚଳିତ ବର୍ଷ ଚାଇନାରେ କୋଭିଡ କାରଣରୁ ମୃତ୍ୟୁ ହେବାର ଆଶଙ୍କା ବଢିପାରେ । ଏହା ପରେ ଚୀନ ର ଜନସଂଖ୍ୟା ଆହୁରି ହ୍ରାସ ହୋଇପାରେ ବୋଲି ମଧ୍ୟ କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+