ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ, ପାକିସ୍ତାନରେ ହଙ୍ଗାମା
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ର ତିନି ବଡ ନେତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଜାରି କରିଛି ।
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ର ତିନି ବଡ ନେତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଜାରି କରିଛି । ରିପୋର୍ଟ ଅନୁଯାୟୀ ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଅସଦ ଉମର ଏବଂ ଫୱାଦ ଚୌଧୁରୀଙ୍କ ବିରୋଧରେ ଜାମିନ ବିହୀନ ଗିରଫଦାରୀ ଜାରି କରିଛନ୍ତି ।

ପାକିସ୍ତାନ ନିର୍ବାଚନ ଆୟୋଗ ଅବମାନନା ମାମଲାର ଶୁଣାଣି କରି ଇମରାନ ଖାନ୍ ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ନିର୍ବାଚକ ମଣ୍ଡଳର ସଦସ୍ୟ ନିସାର ଦୁରାନୀଙ୍କ ନେତୃତ୍ୱରେ ଚାରି ଜଣିଆ ଖଣ୍ଡପୀଠ ଇମ୍ରାନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ପିଟିଆଇ ନେତାଙ୍କୁ ଜାନୁଆରୀ 17 ରେ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ଜାନୁଆରୀ 3 ରେ ପାକିସ୍ତାନର ନିର୍ବାଚନ ଆୟୋଗ ସେମାନଙ୍କ ଆବେଦନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ଇମ୍ରାନ ଖାନ, ତାଙ୍କ ସହଯୋଗୀଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ।
ପାକିସ୍ତାନର ନିର୍ବାଚନ ଆୟୋଗରେ ଶେଷ ଶୁଣାଣି ସମୟରେ ପିଟିଆଇ ନେତାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ଅଲି ବୁଖାରୀ ତିନି ନେତାଙ୍କ ହାଜର ହେବାକୁ ଛାଡ କରିବା ନେଇ ଦାବି କରିଥିଲେ । ଫୱାଦ ଚୌଧୁରୀଙ୍କ ମା ଗୁରୁତର ଅସୁସ୍ଥ ଏବଂ ସେ ତାଙ୍କ ସହ ଲାହୋରର ଏକ ଡାକ୍ତରଖାନାରେ ଅଛନ୍ତି । ଓକିଲ ନିର୍ବାଚନ ଆୟୋଗଙ୍କୁ କହିଛନ୍ତି ଯେ ଗୁଳିରେ ଆଘାତ ହୋଇଥିବା ଇମ୍ରାନ ଖାନଙ୍କୁ ଏପର୍ଯ୍ୟନ୍ତ ଯାତ୍ରା କରିବାକୁ ଅନୁମତି ଦିଆଯାଇ ନାହିଁ । ଏହା ପରେ ନିର୍ବାଚନ ଆୟୋଗର ଜଣେ ସଦସ୍ୟ ତାଙ୍କ ଡାକ୍ତରୀ ରିପୋର୍ଟ ବିଷୟରେ ପଚାରି ବୁଝିଥିଲେ, ଏଥିରେ କୁହାଯାଇଥିଲା ୟେ ପିଟିଆଇ ମୁଖ୍ୟ ଯାତ୍ରା କରିପାରିବେ ନାହିଁ । ଏଥିସହ ନିର୍ବାଚନ ଆୟୋଗର ସଦସ୍ୟ କହିଛନ୍ତି ଯେ କାରଣ ଦର୍ଶାଇ ନୋଟିସ ସମ୍ପର୍କରେ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ତେଣୁ ନିର୍ବାଚନ ଆୟୋଗ ତାଙ୍କୁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଇମ୍ରାନ ଖାନଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ଗତ ବର୍ଷ ତାଙ୍କର ବିଭିନ୍ନ ସମାବେଶରେ ଇମ୍ରାନ ଖାନ ଏବଂ ତାଙ୍କ ସହଯୋଗୀମାନେ ନିର୍ବାଚନ ଆୟୋଗଙ୍କ ବିରୋଧରେ ବାରମ୍ବାର ଅପମାନଜନକ ମନ୍ତବ୍ୟ ଦେଇଥିଲେ, ଯାହା ନିର୍ବାଚନ ଆୟୋଗର ଅବମାନନା ସୃଷ୍ଟି କରିଛି । ତେଣୁ ପିଟିଆଇର ନେତାମାନଙ୍କୁ ନୋଟିସ ଜାରି କରାଯାଇଥିଲା । ଇସଲାମାବାଦ ରାଲିରେ ଜଣେ ପୋଲିସ ଅଧିକାରୀ ଏବଂ ଜଣେ ବିଚାରପତିଙ୍କୁ ଧମକ ଦେଇଥିବା ଇମ୍ରାନ ଖାନଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା ଏବଂ ସେ ପରେ ସେ କ୍ଷମା ମାଗିଥିଲେ । କିନ୍ତୁ, ବର୍ତ୍ତମାନ ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କୁ ଜାନୁଆରୀ 17 ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି












Click it and Unblock the Notifications