ମଣିଷ ଶରୀରରେ ତୀବ୍ର ହ୍ରାସ ହେଉଛି ରୋଗ ପ୍ରତିରୋଧ ଶକ୍ତି, ବିପଦରେ 24 ମିଲିୟନ ଲୋକ - WHO ର ଚେତାବନୀ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ 2050 ସୁଦ୍ଧା ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ (AMR) ବିଶ୍ୱର ବାର୍ଷିକ ଜିଡିପିର 3.8 ପ୍ରତିଶତକୁ ହ୍ରାସ ପାଇବ । ଯେଉଁଥିପାଇଁ ସମଗ୍ର ବିଶ୍ୱରେ 24 ନିୟୁତରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ ।
ଜେନିଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ 2050 ସୁଦ୍ଧା ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ (AMR) ବିଶ୍ୱର ବାର୍ଷିକ ଜିଡିପିର 3.8 ପ୍ରତିଶତକୁ ହ୍ରାସ ପାଇବ । ଯେଉଁଥିପାଇଁ ସମଗ୍ର ବିଶ୍ୱରେ 24 ନିୟୁତରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ । ନୂତନ ବିଶ୍ୱର ଆକଳନରୁ ଜଣାପଡିଛି ଯେ 2019 ରେ ବିଶ୍ୱରେ ପ୍ରାୟ 5 ନିୟୁତ ଲୋକ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ଯୋଗୁଁ ପ୍ରାଣ ହରାଇଛନ୍ତି ।

ଦକ୍ଷିଣ-ପୂର୍ବ ଏସିଆର WHO ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁମମ୍ ଖେତ୍ରପାଲ ସିଂହ କହିଛନ୍ତି ଯେ 1.3 ନିୟୁତ ଲୋକଙ୍କ ମୃତ୍ୟୁ ପାଇଁ ଏଏମ୍ଆର ବ୍ୟାକ୍ଟେରିଆ ସିଧାସଳଖ ଦାୟୀ । ଉଚ୍ଚ-ପ୍ରଭାବ ପରିସ୍ଥିତିରେ, AMR 2050 ସୁଦ୍ଧା ବିଶ୍ୱର ବାର୍ଷିକ ଜିଡିପି 3.8 ପ୍ରତିଶତ ହ୍ରାସ କରିବ । ଯଦି ଏହାକୁ ଏପରି ଅନିୟନ୍ତ୍ରିତ ଭାବେ ଛାଡ଼ିଦିଆଯାଏ, ତେବେ ଆଗାମୀ ଦଶନ୍ଧି ମଧ୍ୟରେ ଜିଡିପିରେ ବାର୍ଷିକ 3.4 ଟ୍ରିଲିୟନ ଆମେରିକୀୟ ଡଲାରର ଅଭାବ ହୋଇପାରେ । ଏହା 24 ନିୟୁତକୁ ଅତ୍ୟଧିକ ଦାରିଦ୍ର୍ୟକୁ ଠେଲି ଦେବ ।
WHO ବିଶ୍ୱ ଆଣ୍ଟିମାଇକ୍ରୋବାୟଲ୍ ସଚେତନତା ସପ୍ତାହ ସମୟରେ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକୁ ବନ୍ଦ କରିବାକୁ ଆହ୍ୱନ ଦେଇଥିଲା ଏବଂ ମଲ୍ଟି ସେକ୍ଟରାଲ୍ କାର୍ଯ୍ୟର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲା । ଜୀବାଣୁ, ବୀଜାଣୁ, କବକ ଏବଂ ପରଜୀବୀ ସମୟ ସହିତ ପରିବର୍ତ୍ତନ ହେଲେ AMR ହୁଏ ଏବଂ ଔଷଧ ବିରୁଦ୍ଧରେ ଆଉ ପ୍ରଭାବଶାଳୀ ହୁଏ ନାହିଁ । ଫଳରେ ସଂକ୍ରମଣର ଚିକିତ୍ସା କରିବା କଷ୍ଟକର ହୋଇପଡ଼ିଥାଏ ଏବଂ ରୋଗ ବିସ୍ତାର କରିବାକୁ ଦେଇଥାଏ । ଯେଉଁ କାରଣରୁ ଏହି ରୋଗ ଅଧିକ ଗମ୍ଭୀର ହୋଇଯାଏ, ଯେଉଁଥିପାଇଁ ଲୋକମାନେ ପ୍ରାଣ ହରାନ୍ତି ।
WHO କହିଛି ଯେ AMR ରୋକିବା ଏବଂ ମୁକାବିଲା କରିବା 2014 ରୁ WHO ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଠଟି ପ୍ରମୁଖ ପ୍ରାଥମିକତା ମଧ୍ୟରୁ ଏକ ରହିଛି । ଏହାପୂର୍ବରୁ ଡ ପୁନମ ଖେତ୍ରପାଲ ସିଂହ କହିଥିଲେ ଯେ ବିଶ୍ୱରେ ପ୍ରାୟ 422 ନିୟୁତ ଲୋକଙ୍କୁ ମଧୁମେହ ରୋଗ ହୋଇଛି ଏବଂ 1.5 ମିଲିୟନ ଲୋକଙ୍କ ମୃତ୍ୟୁର କାରଣ ସିଧାସଳଖ ମଧୁମେହ ।
WHO ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ 96 ନିୟୁତରୁ ଅଧିକ ଲୋକଙ୍କର ମଧୁମେହ ହୋଇଥିବାର ଏବଂ ଅନ୍ୟ 96 ନିୟୁତ ଲୋକଙ୍କର ପୂର୍ବ-ମଧୁମେହ ରୋଗ ହେବାର ଆକଳନ କରିଛି । ଯାହା ଦ୍ୱାରା ବାର୍ଷିକ ଅତି କମରେ 6 ଲକ୍ଷ ମୃତ୍ୟୁ ହେଉଛି । ସେ ମଧୁମେହର ଗମ୍ଭୀରତା ଉପରେ ଆଲୋକପାତ କରି କହିଛନ୍ତି ଯେ ଯଦି ବିଳମ୍ବରେ ଚିହ୍ନଟ ହୁଏ କିମ୍ବା ଭୁଲ ଭାବରେ ପରିଚାଳିତ ହୁଏ ତେବେ ଏହା ହୃଦରୋଗ, ରକ୍ତବାହୀ, ଆଖି, କିଡନୀ ଏବଂ ସ୍ନାୟୁ ପାଇଁ ଗୁରୁତର ତଥା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।












Click it and Unblock the Notifications