ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା
ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବଜେନ୍ଦ୍ର ବିଶ୍ବାସ । ଏହି ଘଟଣା ସେହି ମୈମନସିଂ ଜିଲ୍ଲାରେ ଘଟିଛି ଯେଉଁଠାରେ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ଏକ ଜନତା ପିଟି ପିଟି ହତ୍ୟା କରିଥିଲେ । ଗତ ଦଶ ଦିନ ମଧ୍ୟରେ ବାଂଲାଦେଶରେ ୩ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଗଲାଣି। କିଛିଦିନ ପୂର୍ବେ ଅମୃତ ମଣ୍ଡଳଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରେ ଦାଦାବଟି ଆଦାୟ ଅଭିଯୋଗ ହୋଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଜେନ୍ଦ୍ରଙ୍କୁ ତାଙ୍କ ସହକର୍ମୀ ନୋମାନ ମିଆଁ ଗୁଳିକରି ହତ୍ୟା କରିଛନ୍ତି । ଘଟଣାଟି ସୋମବାର ସନ୍ଧ୍ୟାରେ ଘଟିଥିଲେ ବି ପୁଲିସ ବିଳମ୍ବରେ ଏହି ଘଟଣାର ସୂଚନା ଦେଇଛି । ଉଭୟ ଭାଲୁକା ଉପଜିଲ୍ଲାର ଲାବିବ ଗ୍ରୁପ୍ ପୋଷାକ କାରଖାନା ସୁଲତାନ ସ୍ୱେଟର୍ସ ଲିମିଟେଡରେ ସୁରକ୍ଷାକର୍ମୀଭାବେ କାମ କରୁଥିଲେ । ପୁଲିସ ନୋମାନକୁ ଗିରଫ କରିଛି। ବଜେନ୍ଦ୍ର ଅନସାର ନାମକ ସିକ୍ୟୁରିଟ ସଂସ୍ଥାର କର୍ମଚାରୀ ଥିଲେ। କାରଖାନାକୁ ସୁରକ୍ଷା ଦେବା ପାଇଁ କୋଡ଼ିଏ ଜଣ ଅନସାର ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା।
ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବଜେନ୍ଦ୍ର ଏବଂ ନୋମାନ କାରଖାନାରେ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତ ଥିଲେ ଏବଂ କାରଖାନା ଭିତରେ ଥିବା ଅନସାର ବାରାକରେ ରହୁଥିଲେ। ଉଭୟ କଥାବର୍ତ୍ତା କରୁଥିବାବେଳେ ହଠାତ୍ ନୋମାନ ବଜେନ୍ଦ୍ରଙ୍କ ଆଡ଼କୁ ବନ୍ଧୁକ ଦେଖାଇଲା। କୁହାଯାଉଛି ଯେ ସେ ମଜା କରୁଥିଲେ, କିନ୍ତୁ ଟ୍ରିଗର ଚିପିହୋଇଯିବାରୁ ଗୁଳିଚାଳନା ହୋଇଥିଲା ।
-
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ






Click it and Unblock the Notifications