24 ଘଣ୍ଟାରେ ତୁର୍କୀରେ ତୃତୀୟ ଭୟଙ୍କର ଭୂକମ୍ପ, 1600 ଟପିଛି ମୃତ୍ୟୁ ସଂଖ୍ୟା
ତୁର୍କୀ-ସିରିଆରେ ପ୍ରବଳ ଭୂକମ୍ପ ପରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଖବର ଲେଖିବା ସୁଦ୍ଧା ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ 1797 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ : ତୁର୍କୀ ପ୍ରକୃତିର ପ୍ରକୋପର ସାମ୍ନା କରୁଛି । ଗତ 24 ଘଣ୍ଟା ମଧ୍ୟରେ ତୃତୀୟ ଥର ପାଇଁ ଭୂ କମ୍ପ ଅନୁଭୂତ ହୋଇଛି । ଏଥର ତୀବ୍ରତା 6.0 ରେ ଥିବା ନେଇ ରିଚ୍ଟର ସ୍କେଲ ରେକର୍ଡ କରାଯାଇଛି । ଏହାପୂର୍ବରୁ ତୁର୍କୀରେ ଆଉ 2 ଟି ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ତୁର୍କୀ-ସିରିଆରେ ପ୍ରବଳ ଭୂକମ୍ପ ପରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଖବର ଲେଖିବା ସୁଦ୍ଧା ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ 1797 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ତୁର୍କୀରେ ପୁଣି ଥରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା ।
ପ୍ରଥମ ଭୂକମ୍ପର କେନ୍ଦ୍ରସ୍ଥଳ ତୁର୍କୀ ଏବଂ ସିରିଆର ନିକଟବର୍ତ୍ତୀ ଅଞ୍ଚଳରେ ଥିଲା । ଫଳରେ ଏହି ସମୟରେ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ତୁର୍କୀରେ ଏପର୍ଯ୍ୟନ୍ତ 1014 ଜଣଙ୍କର ମୃତ୍ୟୁ ହୋଇଛି । 5385 ଜଣ ଆହତ ହୋଇଛନ୍ତି । ସିରିଆରେ 783 ଜଣଙ୍କର ମୃତ୍ୟୁ ହୋଇଛି । ତୁର୍କୀ ଗଣମାଧ୍ୟମ ଅନୁଯାୟୀ - ତିନୋଟି ବଡ଼ ଭୂ କମ୍ପ ଅନୁଭୂତ ହୋଇଛି । ପ୍ରଥମଟି ତୁର୍କୀର ସ୍ଥାନୀୟ ସମୟ ସକାଳ ପ୍ରାୟ 4 ଟା ରେ 7.8 ତୀବ୍ରତାର ଭୂ କମ୍ପ ଅନୁଭୂତ ହୋଇଥିଲା । ଦ୍ୱିତୀୟଟି ପ୍ରାୟ 10 ଟା ସମୟରେ 7.6 ତୀବ୍ରତାର ଭୂକମ୍ପ ହୋଇଥିଲା । ତୃତୀୟଟି ଅପରାହ୍ନ 3 ଟା ରେ ଅନୁଭୂତ ହୋଇଥିଲା ।
ସିରିଆରେ 783 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 1500 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଉଭୟ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 1800 ଅତିକ୍ରମ କରିଛି । ଲିବାନୋନ୍ ଏବଂ ଇସ୍ରାଏଲରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା, କିନ୍ତୁ ସେଠାରେ କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ ।
ଭୂକମ୍ପରେ ପୀଡିତ ତୁର୍କୀ ଏବଂ ସିରିଆକୁ ସାହାଯ୍ୟ କରିବା ପାଇଁ ଭାରତ ସାହାଯ୍ୟର ହାତ ବଢାଇଛି । ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଦେଶମାନଙ୍କୁ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ତୁର୍କୀ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରିଲିଫ୍ ସାମଗ୍ରୀ ସହିତ NDRF ଏବଂ ଡାକ୍ତରୀ ଦଳ ପଠାଇବାକୁ ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ତାଲିମ ପ୍ରାପ୍ତ କୁକୁର ସ୍କ୍ୱାାଡ୍ ଏବଂ ସ୍ପେଶାଲ୍ ରେସକ୍ୟୁ ଟିମ୍ ରେ ଆବଶ୍ୟକ ଉପକରଣ ସହିତ 100 ଜଣ କର୍ମଚାରୀଙ୍କୁ ନେଇ NDRF ର ଦୁଇଟି ଟିମ୍ ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ଏହା ସହିତ ତାଲିମପ୍ରାପ୍ତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଡାକ୍ତରୀ ଦଳ ମଧ୍ୟ ଆବଶ୍ୟକୀୟ ଔଷଧ ସହିତ ପ୍ରଭାବିତ ଅଞ୍ଚଳକୁ ଯିବେ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications