Get Updates
Get notified of breaking news, exclusive insights, and must-see stories!

ପୁଣି ଥରିଲା ତୁର୍କୀ, ତିନି ମୃତ 700 ଆହତ

ଫେବୃଆରୀ 6 ରେ ତୁର୍କୀରେ ହୋଇଥିବା ବଡ଼ ଧରଣର ଭୂକମ୍ପ ହେବାର ଦୁଇ ସପ୍ତାହ ପରେ ପୁଣିଥରେ ଥରିଛି ତୁର୍କୀ । ପୁଣି ଦୁଇଟି ଭୂକମ୍ପ ସାରା ଦେଶକୁ ଭୟଭୀତ କରିଛି ।

Turkey Earth Quake

ନୂଆଦିଲ୍ଲୀ: ଫେବୃଆରୀ 6 ରେ ତୁର୍କୀରେ ହୋଇଥିବା ବଡ଼ ଧରଣର ଭୂକମ୍ପ ହେବାର ଦୁଇ ସପ୍ତାହ ପରେ ପୁଣିଥରେ ଥରିଛି ତୁର୍କୀ । ପୁଣି ଦୁଇଟି ଭୂକମ୍ପ ସାରା ଦେଶକୁ ଭୟଭୀତ କରିଛି । ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରାଧିକରଣ ସୋମବାର କହିଛନ୍ତି ଯେ ସ୍ଥାନୀୟ ସମୟ ରାତି 8:44 ରେ ତୁର୍କୀର ଡେଫନେ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.4 ରେକର୍ଡ କରାଯାଇଛି । ଏହାର ମାତ୍ର ତିନି ମିନିଟ୍ ପରେ ହଟେ ପ୍ରାନ୍ତର ସାମଦାଙ୍ଗ ଜିଲ୍ଲାରେ ଆଉ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା 5.8 ରେକର୍ଡ କରାଯାଇଛି । ଏହି ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ପ୍ରାୟ 700 ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ସିରିଆ, ମିଶର, ଲେବାନାନ୍, ଇରାକ, ଇସ୍ରାଏଲ୍ ଏବଂ ଜୋର୍ଡାନରେ ଏହାର କମ୍ପନ ଅନୁଭୂତ ହୋଇଥିଲା । ରିପୋର୍ଟରେ କୁହାଯାଇଛି ଯେ ହଟେ ରେ ହୋଇଥିବା ଭୂକମ୍ପ ପରେ ଖୁବ୍ ଶୀଘ୍ର 3.9 ଏବଂ 4.5 ମ୍ୟାଗ୍ନିଚ୍ୟୁଡର ଭୁ କମ୍ପ ମଧ୍ୟ ଅନୁଭୂତ ହୋଇଥିଲା । ତୁର୍କୀର ଉପରାଷ୍ଟ୍ରପତି ଫୁଅତ ଓକତେ କହିଛନ୍ତି ଯେ ସନ୍ଧ୍ୟା ପରଠାରୁ ଦେଶରେ 27 ରୁ ଅଧିକ ଭୂକମ୍ପ ଅନୁଭୂତ ହୋଇଛି ।

ଏହାପୂର୍ବରୁ AFDA ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ସମୁଦ୍ର କୂଳକୁ କାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଉପରାଷ୍ଟ୍ରପତି କହିଛନ୍ତି ଯେ ସୁନାମି ଆଲର୍ଟ ଜାରି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ପ୍ରତ୍ୟାହାର କରାଯିବ । ବର୍ତ୍ତମାନ ବିପଜ୍ଜନକ ଅଟ୍ଟାଳିକାଠାରୁ ଦୂରରେ ରହିବାକୁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଫେବୃଆରୀ 6 ରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ 47 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କେବଳ ତୁର୍କୀରେ ଏପର୍ଯ୍ୟନ୍ତ 41,156 ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ସିରିଆରେ 6,210 ଜଣଙ୍କର ମୃତ୍ୟୁ ହୋଇଛି । ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ବିଶ୍ୱର ବିଭିନ୍ନ ଦେଶ ତୁର୍କୀ ଏବଂ ସିରିଆରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଭୂକମ୍ପରେ ପୀଡିତମାନଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି । ଭୟଙ୍କର ଭୂକମ୍ପରେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+