ଦେବାଳିଆ ପାକିସ୍ଥାନ, ବିଦେଶୀ ଦୂତାବାସରେ ଥିବା ପାକ୍ କର୍ମଚାରୀଙ୍କୁ ଘରକୁ ପଠାଇବ
ଦେବାଳିଆ ହେବାରେ ଲାଗିଛି ପାକିସ୍ତାନ । ପାକିସ୍ତାନର ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି । ଏହାର ପ୍ରଭାବ ଦେଶର ସମସ୍ତ ଅନୁଷ୍ଠାନରେ ଦେଖାଯାଉଛି ।

ନୂଆଦିଲ୍ଲୀ: ଦେବାଳିଆ ହେବାରେ ଲାଗିଛି ପାକିସ୍ତାନ । ପାକିସ୍ତାନର ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି । ଏହାର ପ୍ରଭାବ ଦେଶର ସମସ୍ତ ଅନୁଷ୍ଠାନରେ ଦେଖାଯାଉଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୈଦେଶିକ ମନ୍ତ୍ରଣାଳୟକୁ ବିଦେଶରେ ମିଶନ କମାଇବା ସହିତ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ, ଖର୍ଚ୍ଚ ହ୍ରାସ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିଦେଶରେ ଥିବା ଦୂତାବାସର ଖର୍ଚ୍ଚ ପ୍ରାୟ 15 ପ୍ରତିଶତ ହ୍ରାସ କରିବାକୁ ପଡ଼ିବ । ସୂଚନାଯୋଗ୍ୟ ଯେ ପାକିସ୍ତାନ ବର୍ତ୍ତମାନ ଦେବାଳିଆ ଅବସ୍ଥାରେ ଅଛି, ସେଥିପାଇଁ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ କଡା ପଦକ୍ଷେପ ନିଆଯାଉଛି ।
ସରକାରୀ କର୍ମଚାରୀଙ୍କ ଦରମାରେ କାଟ୍
ପାକିସ୍ତାନ ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କ ଦରମା କାଟୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ଏବଂ ସଂଖ୍ୟା ମଧ୍ୟ ହ୍ରାସ କରାଯାଉଛି । ପ୍ରକୃତରେ ପାକିସ୍ତାନ ଉପରେ ଋଣ ଭାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶ୍ୱ ମହାମାରୀ ଏବଂ ରାଜନୈତିକ ଅସ୍ଥିରତାର ପ୍ରଭାବ ପାକିସ୍ତାନ ଉପରେ ସ୍ପଷ୍ଟ ଦେଖାଯାଉଛି । ଏହା ପରେ ଯେ ଶୀଘ୍ର ଶାହବାଜ ସରିଫ କଠୋର ପଦକ୍ଷେପ ଘୋଷଣା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଏଥିରେ ମୁଖ୍ୟତ କଠୋର ମୁଦ୍ରା ନୀତି, ସରକାରୀ ଖର୍ଚ୍ଚ ହ୍ରାସ, କିଛି ଟିକସ ବୃଦ୍ଧି, ପେନସନ୍ ରିଫର୍ମ, ଶ୍ରମ ସୁରକ୍ଷା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରହିପାରେ ବୋଲି ଜଣାପଡ଼ିଛି । ଏହି କଠୋର ପଦକ୍ଷେପ ମାଧ୍ୟମରେ ସରକାର ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରିବେ ।
ଆଗାମୀ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଯେଉଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି, ସେଥିରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ସମ୍ଭାବ୍ୟ କାଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ବ୍ୟତୀତ ଅବସରପ୍ରାପ୍ତ ବିଚାରପତିଙ୍କ ପେନ୍ସନ୍ ମଧ୍ୟ କାଟ୍ ହୋଇପାରେ । ଏହା ବ୍ୟତୀତ ଶାହାବାଜ ସରିଫଙ୍କ କ୍ୟାବିନେଟ ବର୍ତ୍ତମାନ ବେତନ ବିନା କାମ କରିବ ବୋଲି କୁହାଯାଉଛି । ଅର୍ଥାତ୍ ବର୍ତ୍ତମାନ ମନ୍ତ୍ରୀମାନେ ଗ୍ରହଣ କରିଥିବା ଦରମା ଉପରେ ପ୍ରତିବନ୍ଧକ ଲଗାଯାଇପାରେ ।
ନୂତନ ନିଯୁକ୍ତି ଉପରେ ରୋକ୍
ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଦିଆଯାଇଥିବା ସୁବିଧାଗୁଡ଼ିକରେ କାଟଛାଟ୍ ମଧ୍ୟ କରାଯାଇପାରେ । ଏହା ସହିତ ସଂସଦରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ଯାନବାହାନର ସୁରକ୍ଷା, ପ୍ରୋଟୋକଲ୍, ସୁବିଧା ପ୍ରତ୍ୟାହାର କରାଯାଇପାରେ । କ୍ୟାବିନେଟ ସଦସ୍ୟଙ୍କ ବେତନରେ 15 ପ୍ରତିଶତ ହ୍ରାସ କରିବାକୁ ମଧ୍ୟ ସରକାର ଘୋଷଣା କରିପାରନ୍ତି । ଏପରିକି ସରକାରୀ ଚାକିରିରେ ନୂତନ ନିଯୁକ୍ତି ଉପରେ ରୋକ ଲଗାଇପାରନ୍ତି ପାକିସାତନ ସରକାର । ଗତ ତିନିବର୍ଷ ଧରି ଖାଲି ପଡିଥିହା ପୋଷ୍ଟଗୁଡିକ ବାତିଲ୍ ହେବ ।
ପାକିସ୍ତାନର ଆର୍ଥିକ ଅବସ୍ଥା ଗୁପ୍ତଚର ଏଜେନ୍ସି ଆଇଏସଆଇ ଉପରେ ମଧ୍ୟ ପ୍ରଭାବ ପକାଇବ । ଆଇଏସଆଇ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋର ଖର୍ଚ୍ଚ ମଧ୍ୟ କଟାଯିବ । କୌଣସି ନୂତନ ସରକାରୀ ସଂସ୍ଥା ଗଠନ ହେବ ନାହିଁ । କ୍ୟାବିନେଟ ଏବଂ ଡିଭିଜନର ସଚିବାଳୟରେ କାର୍ଯ୍ୟ କରୁଥିବା ସଦସ୍ୟମାନଙ୍କୁ ମଧ୍ୟ ହ୍ରାସ କରାଯିବ । କେତେକ ମନୋନୀତ ବିଭାଗରେ, ଯେଉଁ କର୍ମଚାରୀମାନେ ମାଗଣା ବିଦ୍ୟୁତ୍ ପାଉଥିଲେ ସେମାନଙ୍କୁ ମଧ୍ୟ ନୂତନ ନୀତି ଅନୁଯାୟୀ ପ୍ରତ୍ୟାହାର କରାଯାଇପାରେ ।












Click it and Unblock the Notifications