ଆତ୍ମହତ୍ୟା କଲେ ଆମେରିକୀୟ ଶିଳ୍ପପତି ଥୋମାସ ଲି, ଅଫିସରେ ନିଜକୁ ନିଜେ କଲେ ଗୁଳି

ଆମେରିକାର ବିଲିୟନେୟାର ଥୋମାସ ଲିଙ୍କ କାର୍ଯ୍ୟାଳୟରେ ତାଙ୍କର ମୃତଦେହ ମିଳିଛି । ଖବର ଅନୁଯାୟୀ ସେ ଆତ୍ମହତ୍ୟା କରିଛନ୍ତି ।

Thomas Lee

ୱାସିଙ୍ଗଟନ୍ ଡିସି : ଆମେରିକାର ବିଲିୟନେୟାର ଥୋମାସ ଲିଙ୍କ କାର୍ଯ୍ୟାଳୟରେ ତାଙ୍କର ମୃତଦେହ ମିଳିଛି । ଖବର ଅନୁଯାୟୀ ସେ ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି ଯେ ନ୍ୟୁୟର୍କର 767 ପଞ୍ଚମ ଆଭେନ୍ୟୁ ଅଫିସରେ ବିଲିୟନେୟାର ଫାଇନାନ୍ସର୍ ଥୋମାସ୍ ଲିଙ୍କ ମୃତଦେହ ମିଳିଛି । ଗୁଳି ଲାଗିବାରୁ ଲିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଗୁରୁବାର ଦିନ ସ୍ଥାନୀୟ ସମୟ ପ୍ରାୟ 11:10 ସମୟରେ ତାଙ୍କ ନିବେଶକାରୀ ସଂସ୍ଥାର ପଞ୍ଚମ ଆଭେନ୍ୟୁ ମ୍ୟାନହଟନ୍ କାର୍ଯ୍ୟାଳୟରେ ବ୍ୟବସାୟୀ ଥୋମାସ୍ ଲିଙ୍କୁ ମୃତ ଘୋଷଣା କରାଯାଇଥିଲା । ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସେ ନିଜ ଅଫିସରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ।

ରିପୋର୍ଟ ଅନୁଯାୟୀ, ଗୁଳିରେ ଲିଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ଲି ଙ୍କୁ ଅଫିସର ବାଥରୁମ ଫ୍ଲୋରରେ ଜଣେ ମହିଳା ସହାୟକ ଦେଖିଥିଲେ । ସକାଳୁ କୌଣସି ସୂଚନା ନ ପାଇବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ପରେ ସେ ଆତ୍ମହତ୍ୟା କରିଥଇବା ଜଣାପଡ଼ିଛି । କିନ୍ତୁ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

ଫୋର୍ବସ୍ ଅନୁଯାୟୀ, ଥୋମାସ୍ ଲିଙ୍କ ମୃତ୍ୟୁ ସମୟରେ ସମ୍ପତ୍ତି ପ୍ରାୟ ଦୁଇ ବିଲିୟନ ଡଲାର ଥିଲା । ଲି ଙ୍କ ପରିବାରରେ ତାଙ୍କ ପତ୍ନୀ ଆନ୍ ଟେନେନବାମ୍ ଏବଂ ପାଞ୍ଚ ଜଣ ପିଲା ଅଛନ୍ତି । ଥୋମାସ୍ ଲି ଇକ୍ୱିଟିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଥିଲେ, ଯାହା ସେ 2006 ରେ ପ୍ରତିଷ୍ଠା କରିଥିଲେ । ଏହା ପୂର୍ବରୁ ଥୋମାସ୍ ଏଚ୍ ଲି ପାର୍ଟନର୍ସର ଚେୟାରମ୍ୟାନ୍ ତଥା ସିଇଓ ଭାବରେ କାର୍ଯ୍ୟ କରିଥିଲେ, ଯାହା ସେ 1974 ରେ ପ୍ରତିଷ୍ଠା କରିଥିଲେ । ବିଲିୟନେୟାର ଲି ଗତ 46 ବର୍ଷ ମଧ୍ୟରେ ଶହ ଶହ କାରବାରରେ 15 ବିଲିୟନ ଡଲାରରୁ ଅଧିକ ବିନିଯୋଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+