13 ଦିନରେ ଦେବାଳିଆ ହୋଇଯିବ ଆମେରିକା ! ବିଦେଶ ଗସ୍ତ ବାତିଲ କଲେ ବାଇଡେନ୍, ଦେଶ ଉପରେ ଆର୍ଥିକ ସଙ୍କଟ

ୱାସିଙ୍ଗଟନ୍ ଡିସି : ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଆମେରିକା । ଏହାକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନେକ ବିଦେଶୀ ଗସ୍ତକୁ ବାତିଲ କରାଯାଇଛି । ଏ ନେଇ ହ୍ୱାଇଟ ହାଉସ ମଙ୍ଗଳବାର ଦିନ ନିଶ୍ଚିତ କରିଛି ।
ହ୍ୱାଇଟ ହାଉସ କହିଛି ଯେ ଜୋ ବାଇଡେନଙ୍କ ଅଷ୍ଟ୍ରେଲିଆ ଏବଂ ପପୁଆ ନ୍ୟୁ ଗିନି ଗସ୍ତକୁ ବାତିଲ କରିଦିଆଯାଇଛି । ବର୍ତ୍ତମାନ ଆମେରିକାର ଘରୋଇ ପରିସ୍ଥିତିକୁ ପରିଚାଳନା କରିବା ଦିଗରେ କାର୍ଯ୍ୟ କରିବେ । ତେଣୁ ଏପରି ପଦକ୍ଷେପ ନିଆଯାଇଛି ।
ବାଇଡେନଙ୍କ ଅଷ୍ଟ୍ରେଲିଆ ଗସ୍ତ ବାତିଲ ହେତୁ କ୍ୱାଡର ବୈଠକ ବାତିଲ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଅଂଶଗ୍ରହଣ କରିବାକୁ ଅଷ୍ଟ୍ରେଲିଆ ଯିବାର କାର୍ଯ୍ୟକ୍ରମ ଥିଲା । ହ୍ୱାଇଟ ହାଉସର ପ୍ରେସ ସଚିବ କରାଇନ୍ ଜାନ-ପେୟର ଏକ ବିବୃତ୍ତିରେ କହିଛନ୍ତି ଯେ ବାଇଡେନ ମଙ୍ଗଳବାର ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୀସଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ଏହି ଯାତ୍ରାକୁ ସ୍ଥଗିତ ରଖିଥିବା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନଙ୍କ ଦଳ ମଧ୍ୟ ତାଙ୍କ ଗସ୍ତ ବାତିଲ ସମ୍ପର୍କରେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ନିୟୋଜିତ ଅଛନ୍ତି । ତେବେ ଜାପାନରେ ହେବାକୁ ଥିବା G7 ବୈଠକରେ ରାଷ୍ଟ୍ରପତି ବାଇଡେନ ଅଂଶଗ୍ରହଣ କରିବେ ଯେଉଁଥିରେ ସାତୋଟି ଦେଶର ନେତା ଅର୍ଥନୀତି, ୟୁକ୍ରେନ ଯୁଦ୍ଧ ସମେତ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ
ଏହାପୂର୍ବରୁ ଆମେରିକାର ଟ୍ରେଜେରୀ ସଚିବ ଜାନେଟ ୟେଲେନ ଚେତାବନୀ ଦେଇଥଲେ ଯେ ସରକାର ଜୁନ୍ ପହିଲା ସୁଦ୍ଧା ବିଲ୍ ପୈଠ କରିବାକୁ ନଗଦ ଟଙ୍କା ସରିଯିବ । ଆମେରିକାର ଟ୍ରେଜେରୀ ସଚିବଙ୍କ ଚେତାବନୀ ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କଂଗ୍ରେସର ବରିଷ୍ଠ ଚାରିଜଣ ସଦସ୍ୟଙ୍କ ସହ ବୈଠକ ଡାକିବାକୁ ପଡିଥିଲା ।
ଆମେରିକାର ସଂସଦର ବାଚସ୍ପତି ତଥା ରିପବ୍ଲିକାନ୍ ପାର୍ଟି ନେତା କେଭିନ୍ ମ୍ୟାକ୍ୱାର୍ଥୀଙ୍କ ସହ ଆଲୋଚନା କରି ଏହି ସଙ୍କଟର ସମାଧାନ କରିବା ନେଇ ବାଇଡେନ୍ ପ୍ରଶାସନ ଯୋଜନା କରିଥିଲା, କିନ୍ତୁ ସେପରି କିଛି ହୋଇ ନଥିଲା ।
ଯୁକ୍ତରାଷ୍ଟ୍ରର ଟ୍ରେଜେରୀ ସଚିବ ଜେନେଟ ୟେଲେନ ହାଉସ ବାଚସ୍ପତି କେଭିନଙ୍କୁ ଏକ ଚିଠି ପଠାଇ ଚେତାବନୀ ଦେଇଥିଲେ ଯେ ଯଦି କଂଗ୍ରେସ ଋଣ ସୀମା ବୃଦ୍ଧି ନକରେ, ତେବେ କେନ୍ଦ୍ର ସରକାର ଏହାର ଖର୍ଚ୍ଚ ସୀମା ହ୍ରାସ କରିବାକୁ ବାଧ୍ୟ ହୋଇପାରନ୍ତି ।
ଟ୍ରେଜେରୀ ସଚିବ ୟେଲେନ କହିଛନ୍ତି ଯେ ଉପଲବ୍ଧ ତଥ୍ୟ ଜୁନ୍ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ସୂଚାଉଛି । ସରକାର ଏହାର ଖର୍ଚ୍ଚ ବହନ କରିବାକୁ ଟଙ୍କା ନ ପାଇବା ପୂର୍ବରୁ ଦେଶର ସଂସଦକୁ ଏହାର ଋଣ ସୀମା ବଢାଇବାକୁ ହେବ ।
ଯଦି ଆମେରିକାର ଅର୍ଥମନ୍ତ୍ରୀଙ୍କ ବୟାନକୁ ଦେଖାଯାଏ, ତେବେ ଜୁନ୍ ପହିଲାରେ ଦେଶ ଦେବାଳିଆ ହୋଇଯାଇପାରେ । ଅର୍ଥାତ୍ 13 ଦିନ ପରେ ଯଦି ସ୍ଥିତି ନିୟନ୍ତ୍ରଣ ନହୁଏ ତେବେ ଆମେରିକା ଦେବାଳିଆ ହୋଇଯିବ । ଯଦି ଏପରି ହୁଏ ତେବେ ଏହା ବିଶ୍ୱ ଅର୍ଥନୀତି ପାଇଁ ଭୟଙ୍କର ପରିଣାମ ଆଣିବ ।












Click it and Unblock the Notifications