କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି, ଆମେରିକାରେ ସମସ୍ତ ବିମାନ ଉଡ଼ାଣ ବାତିଲ

ଯୁକ୍ତରାଷ୍ଟ୍ର ଆମେରିକାରେ ସମସ୍ତ ବିମାନ ଉଡ଼ାଣ ବାତିଲ ହୋଇଛି । କମ୍ପ୍ୟୁଟର ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁଁ 400 ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି ।

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ସମସ୍ତ ବିମାନ ଉଡ଼ାଣ ବାତିଲ ହୋଇଛି । କମ୍ପ୍ୟୁଟର ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁଁ 400 ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନର କମ୍ପ୍ୟୁଟର ସିଷ୍ଟମରେ ତ୍ରୁଟି ଦେଖାଦେଇଥିବାରୁ ଆମେରିକାର ସମସ୍ତ ବିମାନକୁ ବାତିଲ କରାଯାଇଛି । ଫଲରେ ବିମାନବନ୍ଦରରେ ବହୁ ସଂଖ୍ୟକ ଯାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

USA Flight

ପାଇଲଟ୍ ଏବଂ ଅନ୍ୟ ବିମାନ କର୍ମଚାରୀଙ୍କୁ ବିପଦ କିମ୍ବା ବିମାନବନ୍ଦର ସୁବିଧା ସେବାରେ ପରିବର୍ତ୍ତନ ବିଷୟରେ ସଚେତନ କରୁଥିବା ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ସିଷ୍ଟମ୍ କୌଣସି ଅପଡେଟ୍ ପ୍ରୋସେସ୍ କରିବାରେ ବିଫଳ ହେଉଛି । ଫଲରେ ପାଇଲଟ୍ ଏବଂ କ୍ରୁ ମେମ୍ବର କୌଣସି ପ୍ରକାର ସୂଚନା ପାଇପାରୁ ନାହାଁନ୍ତି । ସିଷ୍ଟମରେ ତ୍ରୁଟି ହେତୁ ସମଗ୍ର ଦେଶରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି ବୋଲି ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି ।

ଏହାକୁ ଶୀଘ୍ର ଯାଞ୍ଚ କରି ତ୍ରୁଟି ସୁଧାରିବାକୁ ଚେଷ୍ଟା କରାଯାଉଛି । ତଥାପି, କେବେ୍ ସୁଦ୍ଧା ଏହା ଠିକ୍ ହୋଇପାରିବ ସେ ନେଇ କୌଣସି ସୂଚନା ମିଳି ପାରିନାହିଁ ।

FAA ଏକ ବୟାନ ଜାରି କରି କହିଛି ଯେ, "FAA ଏହାର ନୋଟିସ ଟୁ ଏୟାର ମିଶନ ସିଷ୍ଟମକୁ ଠିକ୍ କରିବା ପାଇଁ କାର୍ଯ୍ୟ କରୁଛି । ଆମେ ଏହାର ତ୍ରୁଚି ଯାଞ୍ଚ କରୁଛୁ ଏବଂ ସିଷ୍ଟମକୁ ସଚଳ କରିବାକୁ ଚେଷ୍ଟା କରୁଛୁ । ଜାତୀୟ ବାୟୁସେନା ବ୍ୟସ୍ଥାରେ କାର୍ଯ୍ୟ ପ୍ରଭାବିତ ହୋଇଛି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+