ଆମେରିକାର ଦାବି : ସିରିଆରେ ଏୟାର ଷ୍ଟ୍ରାଇକ୍ ରେ ଅଲ କାଏଦାର ବରିଷ୍ଠ କମାଣ୍ଡର ଅବଦୁଲ ହମିଦ ନିହତ
ଆମେରିକାର ସୈନ୍ୟବାହିନୀ ଦାବି କରିଛି ଯେ ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ୍ ରେ ଅଲ-କାଏଦାର ଟପ୍ କମାଣ୍ଡର ଅବଦୁଲ ହମିଦ ଅଲ-ମାତାର ନିହତ ହୋଇଛି ।
ୱାଶିଂଟନ୍ : ଆମେରିକାର ସୈନ୍ୟବାହିନୀ ଦାବି କରିଛି ଯେ ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ୍ ରେ ଅଲ-କାଏଦାର ଟପ୍ କମାଣ୍ଡର ଅବଦୁଲ ହମିଦ ଅଲ-ମାତାର ନିହତ ହୋଇଛି । ସେଣ୍ଟ୍ରାଲ୍ କମାଣ୍ଡର ମୁଖପାତ୍ର ମେଜର ଜନ୍ ରିଗ୍ସବି ଶୁକ୍ରବାର (ସ୍ଥାନୀୟ ସମୟ 22 ଅକ୍ଟୋବର) କହିଛନ୍ତି ଯେ ଉତ୍ତର-ପଶ୍ଚିମ ସିରିଆରେ ଆମେରିକାର ସୈନ୍ୟମାନେ ଅଲ-କାଏଦାର ନେତା ଅବଦୁଲ ହମିଦ ଅଲ-ମାତାରଙ୍କୁ ହତ୍ୟା କରିଛନ୍ତି । ରିଗ୍ସବି କହିଛନ୍ତି ଯେ MQ-9 ବିମାନ ବ୍ୟବହାର କରି ହୋଇଥିବା ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ ।

ଆମେରିକା ସେନା ନିଜ ବିବୃତ୍ତିରେ କହିଛନ୍ତି ଯେ ଅଲ-କାଏଦା ଆମେରିକା ଏବଂ ଆମର ସହଯୋଗୀମାନଙ୍କ ପାଇଁ ବିପଦ ହୋଇ ରହିଛି । ଭବିଷ୍ୟତରେ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିବ ବୋଲି ଆମେରିକା ନିଜର ବିବୃତ୍ତିରେ କହିଛି । ଆମେରିକା କହିଛି ଯେ ଆମେରିକାର ଅଲ-କାଏଦା ତଥା ଅନ୍ୟ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଟାର୍ଗେଟ ଜାରି ରଖିବ, ଫଳରେ ଆମେରିକୀୟ ନାଗରିକଙ୍କ ଉପରେ କୌଣସି ବିପଦ ଆସିବ ନାହିଁ ।
ଆମେରିକାର ସେନା କହିଛି, ''ପୁନର୍ଗଠନ, ବାହ୍ୟ ସଙ୍ଗଠନଗୁଡ଼ିକ ସହାୟତା ଲୋଡ଼ିବା ଏବଂ ବାହ୍ୟ ଅଭିଯାନ ନିମନ୍ତେ ଯୋଜନା କରିବା ଲାଗି ଅଲ୍-କାଏଦା ସିରିୟାକୁ ନିରାପଦ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରୁଛି। ସିରିୟା, ଇରାକ୍ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଧମକ ଦେବା ପାଇଁ ମଧ୍ୟ ଅଲ୍-କାଏଦା ସିରିୟାକୁ ଆଡ୍ଡା ଭାବେ ଉପଯୋଗ କରୁଛି। ଉକ୍ତ ବରିଷ୍ଠ ନେତାଙ୍କୁ ହତ୍ୟା କରିବାଦ୍ୱାରା ଅଲ୍-କାଏଦା ଆମେରିକୀୟ ନାଗରିକ, ଆମେରିକାର ମିତ୍ରରାଷ୍ଟ୍ର ଓ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରି ପାରିବ ନାହିଁ କି ଷଡ଼ଯନ୍ତ୍ର କରିବାକୁ ତା'ର ସାମର୍ଥ୍ୟ ମଧ୍ୟ ରହିବ ନାହିଁ ।''
ଆପଣଙ୍କୁ କହିରଖୁଛୁ ଯେ ଗତ ମାସ 20 ସେପ୍ଟେମ୍ବରରେ ଆମେରିକା ଅଲ-କାଏଦାର ନେତା ସଲିମ ଅବୁ-ଅହମ୍ମଦକୁ ଏୟାର ଷ୍ଟ୍ରାଇକରେ ହତ୍ୟା କରିଥିଲା । ଆମେରିକା ସିରିଆର ଇଦଲିବ ସହରରେ ଏହି ଆକ୍ରମଣ କରିଥିଲା ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications