ଦାରିଦ୍ର୍ୟ ଉପରେ ରିପୋର୍ଟ କରିଥିବାରୁ ‘ଟୋଲୋ' ନ୍ୟୁଜ୍ ସାମ୍ବାଦିକଙ୍କୁ ତାଲିବାନଙ୍କ ମାଡ଼, ମୃତ୍ୟୁ ଖବର ଗୁଜବ
ଆଫଗାନିସ୍ତାନର ପ୍ରଥମ ସ୍ୱାଧୀନ ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜର ସାମ୍ବାଦିକ ଜିଆର ଖାନଙ୍କୁ ତାଲିବାନ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ମାଡ ମାରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ ।
କାବୁଲ : ଆଫଗାନିସ୍ତାନର ପ୍ରଥମ ସ୍ୱାଧୀନ ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜର ସାମ୍ବାଦିକ ଜିଆର ଖାନଙ୍କୁ ତାଲିବାନ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ମାଡ ମାରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ । କାବୁଲର ଟୋଲୋ ନ୍ୟୁଜ୍, ଏହାର ଖବରଦାତା ଜିଆର୍ ଖାନ୍ ୟାଦ ତାଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି ଦର୍ଶାଇଛି । ରିପୋର୍ଟ ଅନୁଯାୟୀ, ରାଜଧାନୀ କାବୁଲର ନ୍ୟୁ ସିଟି ଅଞ୍ଚଳରେ ତାଲିବାନ ଆତଙ୍କବାଦୀମାନେ ବନ୍ଧୁକ ମୁନରେ ଜିଆର ଖାନଙ୍କୁ ବିପଦପୂର୍ଣ୍ଣ ଭାବେ ମାରପିଟ କରିଥିଲେ । ଯାହା ସାମ୍ବାଦିକ ଜିଆର ଖାନ ନିଜେ ଏକ ଟ୍ୱିଟରେ ନିଶ୍ଚିତ କରିଛନ୍ତି ଏବଂ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ।

ଏହା ପୂର୍ବରୁ ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ତାଲିବାନ ଟୋଲୋ ନ୍ୟୁଜର ସାମ୍ବାଦିକଙ୍କୁ ହତ୍ୟା କରିଛି, ଯାହାକୁ ସାମ୍ବାଦିକ ଜିଆର ଖାନ ନିଜେ ଅସ୍ୱୀକାର କରିଛନ୍ତି । ସେ ଟ୍ୱିଟ୍ରେ ଲେଖିଛନ୍ତି ଯେ, "କାବୁଲର ନ୍ୟୁ ସିଟିରେ ଖବର ସଂଗ୍ରହ ବେଳେ ତାଲିବାନ ମୋତେ ମାଡ ମାରିଛନ୍ତି । କ୍ୟାମେରା, ବୈଷୟିକ ଉପକରଣ ଏବଂ ମୋର ବ୍ୟକ୍ତିଗତ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନିଆଯାଇଛି । କିଛି ଲୋକ ମୋ ମୃତ୍ୟୁ ଖବର ପ୍ରଚାର କରିଛନ୍ତି ଏହା ମିଥ୍ୟା ଅଟେ ତାଲିବାନ ଏକ ସଶସ୍ତ୍ର ଗାଡିରେ ଆସି ବନ୍ଧୁକ ମୁନରେ ମତେ ମାଡ଼ ମାରିଥିଲା ।"
I was beaten by the Taliban in Kabul's New City while reporting. Cameras, technical equipment and my personal mobile phone have also been hijacked
— Ziar Khan Yaad (@ziaryaad) August 26, 2021
Some people have spread the news of my death which is false.The The Taliban got out of an armored Land Cruiser and hit me at gunpoint
ଏହି ଘଟଣା ପରେ ଟ୍ୱିଟ୍ କରି ଟୋଲୋ ନ୍ୟୁଜ୍ ସାମ୍ବାଦିକ ଜିଆର୍ ଖାନ୍ କହିଛନ୍ତି, "ମୁଁ ଏପର୍ଯ୍ୟନ୍ତ ନିଶ୍ଚିତ ନୁହେଁ ଯେ ସେମାନେ ମୋତେ କାହିଁକି ମାଡ଼ ମାରିଥିଲେ, ହଠାତ୍ ମୋତେ କାହିଁକି ଆକ୍ରମଣ କରିଥିଲେ ? ମୋ ସହ ହୋଇଥିବା ଘଟଣା ସମ୍ପର୍କରେ ତାଲିବାନ ନେତାଙ୍କୁ ଅବଗତ କରାଯାଇଛି, ତଥାପି ଆକ୍ରମଣକାରୀଙ୍କୁ ଗିରଫ କରାଯାଇ ନାହିଁ, ଯାହା ଆଫଗାନିସ୍ତାନରେ ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ଗୁରୁତର ବିପଦ ଅଟେ ।"












Click it and Unblock the Notifications