ପ୍ରତିବାଦ ରିପୋର୍ଟ ସଂଗ୍ରହ କରିବାରୁ ସାମ୍ବାଦିକଙ୍କୁ ତାଲିବାନଙ୍କ ମାଡ଼
ଆମେରିକାର ସାମ୍ବାଦିକ ମାର୍କସ ୟାମ ଏକ ଫଟୋ ଦେଖାଇଛନ୍ତି ଯେଉଁଥିରେ ଦୁଇଜଣ ସାମ୍ବାଦିକଙ୍କୁ ନିର୍ଯାତନା ଦିଆଯାଇଥିଲା, ଫଳରେ ସେମାନଙ୍କ ଦେହରେ ରକ୍ତ ଜମାଟ ବାନ୍ଧିଯାଇଛି ।
କାବୁଲ : ଆଫଗାନିସ୍ତାନ ପୁଣି 20 ବର୍ଷ ପଛକୁ ଫେରିଯାଇଛି । ତାଲିବାନ ଶାସନ ପରେ ଏଠାରେ ସବୁକିଛି ବଦଳି ଯାଇଛି । ବର୍ତ୍ତମାନ ଏଠାରେ ସତ୍ୟ ଦେଖାଉଥିବା ସାମ୍ବାଦିକ ମାନଙ୍କ ଉପରେ ନିର୍ମମ ଅତ୍ୟାଚାର କରାଯାଉଛି । ବିରୋଧ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରାଯାଉଛି । ଆମେରିକାର ସାମ୍ବାଦିକ ମାର୍କସ ୟାମ ଏକ ଫଟୋ ଦେଖାଇଛନ୍ତି ଯେଉଁଥିରେ ଦୁଇଜଣ ସାମ୍ବାଦିକଙ୍କୁ ନିର୍ଯାତନା ଦିଆଯାଇଥିଲା, ଫଳରେ ସେମାନଙ୍କ ଦେହରେ ରକ୍ତ ଜମାଟ ବାନ୍ଧିଯାଇଛି । ଏହି ଫଟୋ ପୋଷ୍ଟ କରି ୟାମ ସ୍ପଷ୍ଟ କରିଛନ୍ତି ଯେ ପ୍ରଦର୍ଶନକୁ କଭର୍ କରିବା ପରେ ସାମ୍ବାଦିକମାନଙ୍କୁ ତାଲିବାନ ନିର୍ଯାତନା ଦେଇ ଗତି କରିବାକୁ ପଡିଛି ।

ପାକିସ୍ତାନ ଏବଂ ତାଲିବାନ ଆତଙ୍କବାଦୀ ସଙ୍ଗଠନ ବର୍ତ୍ତମାନ ଖୋଲାଖୋଲି ଭାବେ ବାହାରକୁ ଆସିଛନ୍ତି । ବାସ୍ତବରେ ଆଫଗାନିସ୍ତାନର ଅନେକ ପ୍ରସଙ୍ଗରେ ପାକିସ୍ତାନର ହସ୍ତକ୍ଷେପ ପରେ ଏବେ ସେଠାରେ ବିରୋଧ ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ବହୁ ସଂଖ୍ୟାରେ ମହିଳା କାବୁଲ ରାସ୍ତାରେ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହି ସମୟରେ ପ୍ରଦର୍ଶନକୁ କଭର କରୁଥିବା ସାମ୍ବାଦିକମାନଙ୍କ ଉପରେ ତାଲିବାନ ମାନେ ଆକ୍ରମଣ କରିଥିଲେ । ଅନେକ ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କୁ ନିର୍ମମ ଭାବେ ମାଡ଼ ମରାଯାଇଥିଲା, ଯାହା ସେମାନଙ୍କ ଶରୀରରେ ସ୍ପଷ୍ଟ ଦେଖାଯାଉଛି । ଏଥିରୁ ଏହା ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରେ ଯେ ତାଲିବାନୀ ଶାସନରେ ସତ୍ୟ ଦେଖାଇବା ପାଇଁ ବର୍ତ୍ତମାନ କେଉଁ ଦଣ୍ଡ ଦିଆଯାଉଛି ।
ସାମ୍ବାଦିକମାନଙ୍କ ଚିତ୍ର ଟ୍ୱିଟ୍ କରି ଆମେରିକୀୟ ସାମ୍ବାଦିକ ମାର୍କସ୍ ୟାମ ଲେଖିଛନ୍ତି, ଯନ୍ତ୍ରଣାଦାୟକ ! କାବୁଲରେ ମହିଳାଙ୍କ ରାଲିର ଖବର ଦେବାବେଳେ ଗିରଫ ହେବା ପରେ ନେମତ ନକଦୀ ଏବଂ ତକି ଦରିୟାବୀ ଆଫଗାନିସ୍ତାନ ସାମ୍ବାଦିକମାନେ ତାଲିବାନ ନିର୍ଯାତନାର ଶିକାର ହୋଇଛନ୍ତି ।
Painful. Afghan journalists from @Etilaatroz, Nemat Naqdi & Taqi Daryabi, display wounds sustained from Taliban torture & beating while in custody after they were arrested for reporting on a women’s rally in #Kabul, #Afghanistan.#JournalismIsNotACrime https://t.co/jt631nRB69 pic.twitter.com/CcIuCy6GVw
— Marcus Yam 文火 (@yamphoto) September 8, 2021
ଆଫଗାନିସ୍ତାନର ଟୋଲୋ ନ୍ୟୁଜ୍ ଅନୁଯାୟୀ ତାଲିବାନ ସେମାନଙ୍କ କ୍ୟାମେରାମ୍ୟାନ ୱାହିଦ୍ ଅହମ୍ମଦଙ୍କୁ ଅଟକ ରଖି ତାଙ୍କ କ୍ୟାମେରା ଜବତ କରିଛି । ଖବର ପ୍ରକାଶ ପାଇଥିଲା ଯେ ତାଲିବାନ ସୈନିକମାନେ କିଛି ସାମ୍ବାଦିକଙ୍କୁ ଏହି ବିରୋଧ ପ୍ରଦର୍ଶନ କରିବାକୁ ବାରଣ କରିଥିଲେ । ମହିଳା ପ୍ରଦର୍ଶନ ପଞ୍ଜଶୀର ପ୍ରଦେଶରେ ପାକିସ୍ତାନୀ ହସ୍ତକ୍ଷେପ ତଥା ଜେଟ୍ ଦ୍ୱାରା ଏୟାର ଷ୍ଟ୍ରାଇକ୍ ବିରୋଧରେ ଥିଲା ।












Click it and Unblock the Notifications