ଆଫଗାନିସ୍ତାନ ଭୂ-କମ୍ପ : ହଜାରେ ପାର୍ ଅତିକ୍ରମ ହେଲାଣି ମୃତ୍ୟୁ ସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି
ଆଫଗାନିସ୍ତାନରେ ହୋଇଥିବା ଭୂ-କମ୍ପ ଫଳରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 1000 ଅତିକ୍ରମ କରିଛି । ଏଥି ସହିତ 1500 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।
କାବୁଲ : ଆଫଗାନିସ୍ତାନରେ ହୋଇଥିବା ଭୂ-କମ୍ପ ଫଳରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 1000 ଅତିକ୍ରମ କରିଛି । ଏଥି ସହିତ 1500 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।
ଆଫଗାନିସ୍ତାନରୁ ଅନେକ ଫଟୋ ସାମ୍ନାକୁ ଆସିଛି ଯାହା ବିନାଶର କାହାଣୀ କହୁଛି । ଗୋଟିଏ ଫଟୋରେ ଲୋକଙ୍କୁ ହେଲିକପ୍ଟର ଯୋଗେ ଚିକିତ୍ସା ପାଇଁ ନିଆଯାଉଛି । ଭୂ କମ୍ପ ଯୋଗୁଁ ଅନେକ ସ୍ଥାନରେ ଘର ଭାଙ୍ଗିଯିବା ସହ ଧନଜୀବନ ହାନି ହୋଇଛି ।

ତାଲିବାନ ସରକାରଙ୍କ ଡେପୁଟି ମୁଖପାତ୍ର ବିଲାଲ କରୀମୀ କହିଛନ୍ତି ଯେ ପାକିଟା ପ୍ରଦେଶରେ ହୋଇଥିବା ଭୂକମ୍ପରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଛି । ସେ କହିଛନ୍ତି ମୁଁ ସାହାଯ୍ୟ ପାଇଁ ସମସ୍ତ ସହାୟତା ଏଜେନ୍ସିକୁ ନିବେଦନ କରୁଛି । ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖୁନ୍ଦ କାବୁଲରେ ଉଦ୍ଧାର ପାଇଁ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଅନ୍ୟପକ୍ଷରେ ଭାରତ, ପାକିସ୍ତାନ ସମେତ ଅନେକ ଦେଶ ଏହି ପ୍ରାକୃତିକ ବିପର୍ଯ୍ୟୟରେ ଦୁଃଖ ପ୍ରକାଶ କରିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂକମ୍ପରେ ସର୍ବାଧିକ ପ୍ରଭାବିତ ଅଞ୍ଚଳ ହେଉଛି ପାକଟିକା ପ୍ରଦେଶର ଚାରୋଟି ଜିଲ୍ଲା । ଏଠାରେ ଶହ ଶହ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ସୂଚନାନୁସାରେ, ପାକଟିକାର ଗାୟନ ଜିଲ୍ଲାରେ ଅଧିକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି । ଏହା ବ୍ୟତୀତ ଖୋସ୍ତ ପ୍ରଦେଶର ସ୍ପେରା ଜିଲ୍ଲାର ଆଫଗାନ ଦୁବାଇ ଗାଁରେ ଭୂକମ୍ପ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି ।
ଆପଣଙ୍କୁ କହିରଖୁଛୁ ଆଫଗାନିସ୍ତାନରେ 6.1 ମ୍ୟାଗ୍ନିଚ୍ୟୁଡର ଭୂ କମ୍ପନ ଅନୁଭୂତ ହୋଇଛି । ଏହି ଭୂକମ୍ପ ଆଫଗାନିସ୍ତାନରେ ବଡ ଧ୍ୱଂସ କରିଛି । ଏହି ଭୂକମ୍ପରେ ଜୀବନ ଓ ସମ୍ପତ୍ତିରେ ବ୍ୟାପକ କ୍ଷତି ଘଟିଛି । ଏହି ଭୂକମ୍ପରେ ଅତି କମରେ ଏକ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି ଏବଂ 1500 ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।
ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋସ୍ତ ନଗରୀଠାରୁ 44 କିଲୋମିଟର୍ ଦୂରରେ ସଂଘଠିତ ଏହି ଭୂମିକମ୍ପ ଭୂଗର୍ଭର 51 କିଲୋମିଟର୍ ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା ।
'ୟୁରୋପିୟାନ୍ ମେଡିଟରେନିୟାନ୍ ସିସ୍ମୋଲୋଜିକାଲ୍ ସେଣ୍ଟର୍' ଟ୍ୱିଟ୍ କରି ଲେଖିଛି, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଭାରତ ସମେତ 500 କିଲୋମିଟର୍ ପରିମିତ ଅଞ୍ଚଳରେ ଉକ୍ତ ଭୂମିକମ୍ପଜନିତ କମ୍ପନ ଅନୁଭୂତ ହୋଇଥିଲା ।












Click it and Unblock the Notifications