ଆଫଗାନିସ୍ତାନରେ ରୁଷ ଦୂତାବାସ ନିକଟରେ ବିସ୍ଫୋରଣ, 20 ଜଣଙ୍କ ମୃତ୍ୟୁ

ରୁଷର ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ୍ ଅନୁଯାୟୀ ସୋମବାର ଦିନ ଆଫଗାନିସ୍ତାନର ଜାତୀୟ ରାଜଧାନୀ କାବୁଲରେ ଥିବା ରୁଷ ଦୂତାବାସ ନିକଟରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ରୁଷ କୂଟନୀତିଜ୍ଞଙ୍କ ସମେତ 20 ଜଣଙ୍କର ମୃତ୍ୟୁ ହୋଇଛି ।

କାବୁଲ : ବର୍ଷ ବର୍ଷ ଧରି ଯୁଦ୍ଧଗ୍ରସ୍ତ ରହୁଥିବା ଆଫଗାନିସ୍ତାନରେ ଶାନ୍ତି ସ୍ଥାପନାର ନାମ ନେଉନାହିଁ । ବେଳେବେଳେ ପ୍ରକୃତି ଏହି ଦେଶ ଉପରେ ଦାଉ ସାଝୁଥିବା ବେଳେ ଆଉ କେତେବେଳେ ଆତଙ୍କବାଦୀ ସଂଗଠନ ଏହାର ଶାନ୍ତି ନଷ୍ଟ କରିଦେଉଛନ୍ତି । ଭୂକମ୍ପରେ ଆଫଗାନିସ୍ତାନ ପୁଣି ଥରେ ଥରି ଉଠିଥିବା ବେଳେ ରାଜଧାନୀ କାବୁଲରେ ଏକ ବଡ଼ ବୋମା ବିସ୍ଫୋରଣ ହୋଇଛି । ଏପଟେ ଭୂକମ୍ପ ଯୋଗୁଁ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ସହ କାବୁଲ ବିସ୍ପୋରଣରେ 20 ଜଣଙ୍କର ମୃତ୍ୟୁ ହୋଇଛି ।

afghanistan blast

ରୁଷର ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ୍ ଅନୁଯାୟୀ ସୋମବାର ଦିନ ଆଫଗାନିସ୍ତାନର ଜାତୀୟ ରାଜଧାନୀ କାବୁଲରେ ଥିବା ରୁଷ ଦୂତାବାସ ନିକଟରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ରୁଷ କୂଟନୀତିଜ୍ଞଙ୍କ ସମେତ 20 ଜଣଙ୍କର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଶୁକ୍ରବାର ଦିନ ହେରାତ ପ୍ରଦେଶର ଏକ ମସଜିଦରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଆଫଗାନିସ୍ତାନର ଜଣେ ପ୍ରମୁଖ ଧର୍ମଗୁରୁ ମଧ୍ୟ ଥିଲେ ।

ଟୋଲୋ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ମସଜିଦ ଭିତରେ ଶୁକ୍ରବାର ପ୍ରାର୍ଥନା ବେଳେ ଏହି ବିସ୍ଫୋରଣ ହୋଇଥିଲା । ଗତ ମାସ ଆରମ୍ଭରେ ଏକ ମସଜିଦରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ଅତି କମରେ 21 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 30 ରୁ ଅଧିକ ଲୋକ ଆହତ ହୋଇଥିଲେ । 2016 ମସିହାରେ ରୁଷ ଦୂତାବାସ ନିକଟରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଅତି କମରେ 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+