Get Updates
Get notified of breaking news, exclusive insights, and must-see stories!

ଆମେରିକାରେ ଦୀପାବଳି ହେବ ସରକାରୀ ଛୁଟି !

diwali

ୱାସିଙ୍ଗଟନ୍ ଡିସି : ଆମେରିକାରେ ଭାରତୀୟ ପରମ୍ପରାକୁ ମିଳିବ ଗୁରୁତ୍ୱ । ବିଦେଶରେ ବି ଦୀପବଳିକୁ ସରକାରୀ ଛୁଟି ଭାବେ ପାଳିବେ ଭାରତୀୟ । ଆମେରିକାରେ ଭାରତୀୟ ମୂଳଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଏବେ ସେଠାରେ ଦୀପାବଳିକୁ ସରକାରୀ ଛୁଟିଦିନ ଘୋଷଣା କରିବାକୁ ଯୋଜନା କରାଯାଇଛି । ନ୍ୟୁୟର୍କ ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଛି, ଯାହା ପରେ ଦୀପାବଳିରେ ଛୁଟି ପାଇବା ପାଇଁ ରାସ୍ତା ସଫା ହେବ । ଦୀପାବଳ ସହ ନ୍ୟୁୟର୍କରେ ଚନ୍ଦ୍ର ନୂଆ ବର୍ଷରେ ସରକାରୀ ଛୁଟି ଦେବା ପାଇଁ ଏହି ପ୍ରସ୍ତାବରେ ଏକ ବ୍ୟବସ୍ଥା କରାଯାଇଛି ।

ନ୍ୟୁୟର୍କ ବିଧାନସଭା ବାଚସ୍ପତି କାର୍ଲ ହାଷ୍ଟି ବୁଧବାର ଏକ ବିବୃତ୍ତି ଜାରି କରି ଏହା ନିଶ୍ଚିତ କରିଛନ୍ତି ଏବଂ ନ୍ୟୁୟର୍କର ସମୃଦ୍ଧ ତଥା ବିବିଧ ସଂସ୍କୃତିକୁ ଚିହ୍ନିବା ପାଇଁ ଏହା କରାଯାଉଛି ବୋଲି କହିଛନ୍ତି । ସେ କହିଛନ୍ତି ଏହି ପ୍ରସ୍ତାବ ବିଧାନସଭା ଅଧିବେଶନ ଶେଷ ହେବା ପୂର୍ବରୁ ଚନ୍ଦ୍ର ନୂତନ ବର୍ଷ ଏବଂ ଦୀପାବଳିରେ ଛୁଟିଦିନ ପ୍ରଦାନ କରିବାକୁ ଅନୁମୋଦନ କରାଯାଇପାରିବ । ବିଦ୍ୟାଳୟ କ୍ୟାଲେଣ୍ଡରରେ ଏହି ନିଷ୍ପତ୍ତିର ପ୍ରଭାବ କ'ଣ ହେବ, ଆଲୋଚନା ଚାଲିଛି ।

ଜୁନ 8 ପର୍ଯ୍ୟନ୍ତ ଚାଲିବ ନ୍ୟୁୟର୍କ ବିଧାନସଭାର ଅଧିବେଶନ । ଅଧିବେଶନ ଶେଷ ସୁଦ୍ଧା ଏହି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ବୋଲି ଆଶା କରାଯାଉଛି । ଦୀପାବଳି ଦିବସ ଅଧିନିୟମ ନାମକ ଏହି ପ୍ରସ୍ତାବରେ ଦୀପାବଳି ଛୁଟି ଦିନ ନ୍ୟୁୟର୍କରେ ଦ୍ୱାଦଶ ସରକାରୀ ଛୁଟି ହେବ । ଏହା ଆମେରିକାରେ ବାସ କରୁଥିବା ଭାରତୀୟଙ୍କୁ ବହୁତ ଲାଭଦାୟକ ହେବ । ସେମାନେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଦୀପାବଳି ପର୍ବକୁ ଭଲ ଭାବରେ ପାଳନ କରିବାକୁ ସମର୍ଥ ହେବେ ।

ନ୍ୟୁୟର୍କ ବିଧାନସଭା ସଦସ୍ୟ ଜେନିଫର ରାଜକୁମାର ଏବଂ ସିନେଟର ଜୋ ଆଡାବୋ ନ୍ୟୁୟର୍କ ସିଟି ବିଦ୍ୟାଳୟଗୁଡ଼ିକୁ ଦୀପାବଳିରେ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି । ନ୍ୟୁୟର୍କ ରାଜ୍ୟ ପରିଷଦ ସଦସ୍ୟ ଶେଖର କୃଷ୍ଣନ ଏବଂ ପରିଷଦ ମହିଳା ଲିଣ୍ଡା ଲି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଦୀର୍ଘ ଦିନ ଧରି ଦୀପାବଳିକୁ ସରକାରୀ ଛୁଟିଦିନ କରିବା ନେଇ ଦାବି ରହିଥିଲା । ବର୍ତ୍ତମାନ ଏହା ସଫଳ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+