ରୁଷ ବିରୋଧରେ ସେନାରେ ଯୋଗଦେବା ପାଇଁ ପହଞ୍ଚିଲେ 80 ବର୍ଷୀୟ ୟୁକ୍ରେନ ନାଗରିକ, କହିଲେ - ନାତି ନାତୁଣୀଙ୍କ ପାଇଁ କରିବି ଯୁଦ୍ଧ
ନିକଟରେ, ଜଣେ 80 ବର୍ଷ ବୟସ୍କ ମଧ୍ୟ ରୁଷ ବିରୁଦ୍ଧରେ ଲଢେଇରେ ୟୁକ୍ରେନ ସେନାରେ ଯୋଗଦେବା ପାଇଁ ତାଙ୍କ ନାମ ପଞ୍ଜିକରଣ କରିବାକୁ ଆସିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୃଦ୍ଧ ଜଣକ ନାତି ନାତୁଣୀଙ୍କ ପାଇଁ ଯୁଦ୍ଧରେ ଯୋଗଦେବାକୁ ଚାହୁଁଥିଲେ ।
କ୍ୱିଭ୍ : ଯେତେବେଳେ କୌଣସି ଦେଶରେ ସଙ୍କଟ ଦେଖାଯାଏ, ସର୍ବପ୍ରଥମେ ସେଠାକାର ସେନା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଆଗ ଧାଡ଼ିରେ ଠିଆ ହୋଇଥାଏ । ଦୁନିଆରେ ଏପରି ଅନେକ ଶକ୍ତିଶାଳୀ ଦେଶ ଅଛି, ଯାହାର ସୈନ୍ୟବାହିନୀ ତୁଳନାରେ କେତେକ ଛୋଟ ଦେଶର ସେନା କିଛି ନୁହେଁ । ରୁଷ ସାମ୍ନାରେ ୟୁକ୍ରେନର ଅବସ୍ଥା ମଧ୍ୟ ସେହିପରି । ରୁଷ ତୁଳନାରେ ଖୁବ୍ କମ୍ ସଂଖ୍ୟକ ସେନା ଥିବାରୁ ୟୁକ୍ରେନ ନାଗରିକ ମାନ ବର୍ତ୍ତମାନ ନିଜ ମାଟି ପାଇଁ ବନ୍ଧୁକ ଉଠାଉଛନ୍ତି । ୟୁକ୍ରେନର ଏପରି ସଙ୍କଟ ସମୟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା କୌଣସି ଦେଶର ଯୁବକଙ୍କୁ ଦେଶ ପ୍ରତି ଥିବା କର୍ତ୍ତବ୍ୟକୁ ମନେ ପକାଇ ଦେବ । ୟୁକ୍ରେନର ଝଣେ 80 ବର୍ଷୀୟ ବୃଦ୍ଧ ରୁଷ ବିରୋଧରେ ଲଢେଇ କରିବା ପାଇଁ ସେନାରେ ସାମିଲ ହେବାକୁ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।

ରୁଷର ସାମରିକ କାର୍ଯ୍ୟରେ ଏପର୍ଯ୍ୟନ୍ତ ଅନେକ ୟୁକ୍ରେନ ନାଗରିକ ଏବଂ ସୈନିକ ନିହତ ହୋଇଛନ୍ତି । ତେଣୁ ବର୍ତ୍ତମାନ ୟୁକ୍ରେନର ସ୍ଥାନୀୟ ବାସିନ୍ଦା ମଧ୍ୟ ଅସ୍ତ୍ର ଉଠାଇଛନ୍ତି । ନିକଟରେ, ଜଣେ 80 ବର୍ଷ ବୟସ୍କ ମଧ୍ୟ ରୁଷ ବିରୁଦ୍ଧରେ ଲଢେଇରେ ୟୁକ୍ରେନ ସେନାରେ ଯୋଗଦେବା ପାଇଁ ତାଙ୍କ ନାମ ପଞ୍ଜିକରଣ କରିବାକୁ ଆସିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୃଦ୍ଧ ଜଣକ ନାତି ନାତୁଣୀଙ୍କ ପାଇଁ ଯୁଦ୍ଧରେ ଯୋଗଦେବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ୟୁକ୍ରେନ ସେନାରେ ସାମିଲ ହେବାକୁ ଚାହୁଁଥିଲେ ବୋଲି କୁହାଯାଇଛି ।
ୟୁକ୍ରେନର ପୂର୍ବତନ ପ୍ରଥମ ମହିଳା କୈଟରିନା ୟୁଶଚେଙ୍କୋ ଗୁରୁବାର ଦିନ ଟ୍ୱିଟରରେ ବୃଦ୍ଧଙ୍କ ଫଟୋ ସେୟାର କରିଥିଲେ । ଫଟୋରେ ଗୋଟିଏ ଚମଡ଼ା ବ୍ୟାଗ ଧରି କଳା ଟୋପି ପିନ୍ଧିଥିବା ଜଣେ ବୃଦ୍ଧ ବ୍ୟକ୍ତି ୟୁକ୍ରେନ ସୈନିକଙ୍କ ନିକଟକୁ ଆସୁଥିବାର ନଜର ଆସିଛନ୍ତି । କୈଟରିନା ୟୁଶଚେଙ୍କୋ ବୃଦ୍ଧଙ୍କ ଛବି ଟ୍ୱିଟ୍ କରି ଲେଖିଛନ୍ତି, 'ସେନାରେ ଯୋଗଦେବାକୁ ଚାହୁଁଥିବା ଏହି 80 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଚିତ୍ର କେହି ଜଣେ ପୋଷ୍ଟ କରିଛନ୍ତି । ସେ ତାଙ୍କ ବ୍ୟାଗରେ ଟି-ସାର୍ଟ, ପ୍ୟାଣ୍ଟ, ଟୁଥ୍ ବ୍ରଶ୍ ଏବଂ ମଧ୍ୟାହ୍ନ ଭୋଜନ ପାଇଁ କିଛି ସ୍ୟାଣ୍ଡୱିଚ୍ ନେଇଥିଲେ ।
କୈଟରିନାଙ୍କ ଅନୁଯାୟୀ ବୃଦ୍ଧ ଜଣକ ସେନା ଅଧିକାରୀଙ୍କୁ କହିଥିଲେ ଯେ ସେ ନାତି ନାତୁଣୀଙ୍କ ସୁରକ୍ଷା ପାଇଁ ସେନାରେ ଯୋଗଦେବାକୁ ଚାହୁଁଛନ୍ତି । ଯଦିଓ ୟୁକ୍ରେନର ଫଟୋ କେଉଁ ସ୍ଥାନରୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ଶୁକ୍ରବାର ଠାରୁ ଏହା ସୋଶାଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଇଣ୍ଟରନେଟ୍ ବ୍ୟବହାରକାରୀମାନେ ବୃଦ୍ଧଙ୍କ ସାହସକୁ ପ୍ରଶଂସା କରିଛନ୍ତି ।












Click it and Unblock the Notifications