ପ୍ରାଥମିକ ବିଦ୍ୟାଳୟର 80 ଜଣ ଛାତ୍ରୀଙ୍କୁ ଦିଆଯାଇଛି ବିଷ, ଉତ୍ତର ଆଫଗାନିସ୍ତାନ ହସ୍ପିଟାଲରେ ଭର୍ତ୍ତି

କାବୁଲ: ଆଫଗାନିସ୍ତାନର ଜଣେ ଶିକ୍ଷା ଅଧିକାରୀ କହିଛନ୍ତି ଯେ ସ୍କୁଲରେ ପ୍ରାୟ 80 ଜଣ ବାଳିକାଙ୍କୁ ବିଷ ଦିଆଯାଇଛି । ଏହା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଖବର ଅନୁଯାୟୀ, ଶନିବାର ଏବଂ ରବିବାର ଦିନ ଉତ୍ତରରେ ଥିବା ସର-ଇ-ପୁଲ ପ୍ରଦେଶରେ ଏହି ଘଟଣା ଘଟିଛି । ପ୍ରାଦେଶିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ମହମ୍ମଦ ରହମାନ କହିଛନ୍ତି ଯେ ସାଙ୍ଗରଚକ ଜିଲ୍ଲାରେ ପ୍ରଥମରୁ ଷଷ୍ଠ ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଙ୍କୁ ଏହି ବିଷ ଦିଆଯାଇଛି ।
ସେ କହିଛନ୍ତି ଯେ ନାସୱାନ-ଇ-କାବୋଡ ଆବା ସ୍କୁଲରେ 60 ଜଣ ଏବଂ ନାସୱାନ-ଇ-ଫୈଜାବାଦ ସ୍କୁଲରେ 17 ଜଣ ପିଲାଙ୍କୁ ବିଷ ଦିଆଯାଇଛି ବୋଲି ଫକ୍ସ ନ୍ୟୁଜ ରିପୋର୍ଟ କରିଛି । ସେ କହିଛନ୍ତି ଯେ "ଉଭୟ ପ୍ରାଥମିକ ବିଦ୍ୟାଳୟ ପରସ୍ପରର ନିକଟବର୍ତ୍ତୀ ଏବଂ ଗୋଟିଏ ପରେ ଗୋଟିଏ ଟାର୍ଗେଟ କରାଯାଇଥିଲା । ଆମେ ଛାତ୍ରୀମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛୁ ଏବଂ ବର୍ତ୍ତମାନ ସେମାନେ ଭଲରେ ଅଛନ୍ତି ।"
ବିଭାଗର ତଦନ୍ତ ଜାରି ରହିଛି ଏବଂ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆକ୍ରମଣ ଘଟାଇବା ପାଇଁ କେହି ଜଣେ ତୃତୀୟ ପକ୍ଷକୁ ଅର୍ଥ ପ୍ରଦାନ କରିଛନ୍ତି ବୋଲି ରହମାନୀ କହିଛନ୍ତି । ଫକ୍ସ ନ୍ୟୁଜ୍ ଅନୁଯାୟୀ, ବାଳଇକା ମାନଙ୍କୁ କିପରୁ ବିଷ ଦିଆଗଲା ଏବଂ ସେମାନଙ୍କର କଣ କ୍ଷତି ହୋଇଛି ସେ ନେଇ ସେ କୌଣସି ସୂଚନା ଦେଇନାହାଁନ୍ତି ।
ଅଗଷ୍ଟ 2021 ରେ ତାଲିବାନ କ୍ଷମତାକୁ ଆସିବା ପରେ ଏବଂ ଆଫଗାନିସ୍ତାନ ମହିଳା ଓ ବାଳିକାମାନଙ୍କର ଅଧିକାର ତଥା ସ୍ୱାଧୀନତା ଉପରେ କଟକଣା ଆରମ୍ଭ କରିବା ପରେ ଏହା ପ୍ରଥମ ଥର ପାଇଁ ଘଟିଥିବାର ଅନୁମାନ କରାଯାଉଛି ।












Click it and Unblock the Notifications