ଇସ୍ରାଏଲ ମାଡ଼ରେ ଧ୍ୱଂସ ହେଉଛି ଗାଜା, ଗୋଟିଏ ପରିବାରର 76 ଜଣ ମୃତ

ଜାତିଂସଘରୁ ଚେତାବନୀ ପରେ ମଧ୍ୟ ଗାଜା ଉପରେ ଇସ୍ରାଏଲ ଏହାର ଆକ୍ରମଣ ଜାରି ରହିଛି । ଆକାଶ ମାର୍ଗରୁ କରୁଛି ଆକ୍ରମଣ । ଶୁକ୍ରବାର ଏହିଭଳି ଆକ୍ରମଣରେ ଗୋଟିଏ ସଂପ୍ରସାରିତ ପରିବାରର 76 ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ ପ୍ରକାଶ କରିଛନ୍ତି ଜଣେ ଉଦ୍ଧାରକାରୀ ।

ଏହାର ଦିନକ ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ କହିଥିଲେ ଯେ ଇସ୍ରାଏଲ ଆକ୍ରମଣ ଯୋଗୁଁ ଗାଜାର କୌଣସି ସ୍ଥାନ ଆଉ ନିରାପଦ ନୁହେଁ । ଏସ୍ରାଏଲ ଏଭଳି ଆକ୍ରମଣ କରୁଛି ଯେ ମାନବିକ ସହାୟତା ବଣ୍ଟନ କରିବା ମଧ୍ୟ ସମ୍ଭବ ହେଉନାହିଁ ।

attack

ଉଦ୍ଧାରକାରୀ ଅଧିକାରୀ ମହମ୍ମୁଦ ବାସାଲ ଶନିବାର କହିଛନ୍ତି ଶୁକ୍ରବାର ଇସ୍ରାଏଲ ପକ୍ଷରୁ ଗାଜାର ଗୋଟିଏ ବଡ଼ କୋଠା ଉପରେ ବୋମା ବର୍ଷଣ କରାଯାଇଥିଲା । ଏଥିରେ 76 ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ସମସ୍ତେ ଗୋଟିଏ ସଂପ୍ରସାରିତ ପରିବାରର ସଦସ୍ୟ । ନିହତ ଲୋକମାନଙ୍କ ମଧ୍ୟରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଜଣେ ଅଧିକାରୀ ଇସାମ ଅଲ୍‌ ମୁଘରାବି ତାଙ୍କ ପତ୍ନୀ ଓ ସେମାନଙ୍କର 5 ଜଣ ସନ୍ତାନ ଥିଲେ । ତେବେ ଏହି ଅଧିକାରୀ ଜଣଙ୍କ ମୃତ ଲୋକମାନଙ୍କର ସଂପୂର୍ଣ୍ଣ ତାଲିକା ଦେଇପାରି ନାହାଁନ୍ତି । ସେ ଗଣମାଧ୍ୟମ ଓ ଅନ୍ୟମାନଙ୍କୁ ଦେଇଥିବା ତାଲିକାରେ ଅଲ୍‌ ମୁଘରାବି ପରିବାରର 16 ଜଣ ମୁରବୀ ରହିଛନ୍ତି । ଏମାନଙ୍କ ବ୍ୟତିତ ମୃତ ଲୋକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି ।

ସୂଚନାଯୋଗ୍ୟ ଯେ ଅକ୍ଟୋବର 7 ତାରିଖରେ ଗାଜାରେ ଶାସନ କ୍ଷମତାରେ ଥିବା ହମାସ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣରେ 1200 ଇସ୍ରାଏଲୀ ନିହତ ହୋଇଥିଲେ ଓ ହମାସ ବାହିନୀ 240 ଇସ୍ରାଏଲୀଙ୍କୁ ପଣବନ୍ଦୀ କରି ନେଇଥିଲା । ଏହାର ଜବାବରେ ସେବେଠାରୁ ଇସ୍ରାଏଲ ସେନା ଗାଜା ଉପରେ ଭୟାନକ ଆକ୍ରମଣ ଜାରି ରଖିଛି । ପ୍ରାୟ 12 ସପ୍ତାହ ହେଲାଣି ଇସ୍ରାଏଲ ଆକ୍ରମଣରେ ଗାଜାରେ ବସବାସ କରୁଥିବା ପ୍ରାୟ 20 ହଜାର ପାଲେଷ୍ଟିନୀୟ ନିହତ ହେବା ସହିତ 53 ହଜାର ଆହତ ହୋଇଛନ୍ତି ।

ଶୁକ୍ରବାର ଜାତିସଂଘ ନିରାପତ୍ତା ପରିଷଦରେ ଗାଜାରେ ତୁରନ୍ତ ମାନବିକ ସହାୟତା ବଣ୍ଟନ କରିବାକୁ ସୁଯୋଗ ଓ ସୁବିଧା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହି ପ୍ରସ୍ତାବରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଥିଲା । ମାତ୍ର, ଆମେରିକା ଚାପରେ ଶେଷ ମୁହୂର୍ତ୍ତରେ ସେହି ଶବ୍ଦ ପ୍ରତ୍ୟାହାର କରାଯାଇଛି । ଆମେରିକା ଭୋଟଦାନରୁ ବିରତ ରହିଥିଲା । ରୁଷିଆ ମଧ୍ୟ ଭୋଟରେ ଭାଗ ନେଇନଥିଲା । ଇସ୍ରାଏଲ ତୁରନ୍ତ ଗାଜା ଆକ୍ରମଣ ବନ୍ଦ ରଖୁ ବୋଲି ରୁଷିଆ ଦାବି କରି ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+