ମଦ ସରିବାରୁ ସାନିଟାଇଜର ପିଇ 7 ମୃତ
ରୁଷିଆର ୟାକୁଟିଆ ଜିଲ୍ଲାର ଟାଟିନସ୍କି ଗ୍ରାମରେ ସାନିଟାଇଜର ପିଇ 7ଜଣଙ୍କର ମୃତ୍ୟୁ ହୋଇଛି | ଏହା ସହିତ ଆଉ ଦୁଇ ଜଣ ଗୁରୁତର ଆହତ ହୋଇ କୋମାରେ ଭର୍ତ୍ତି ହୋଇଛନ୍ଥି |
ମସ୍କୋ: ସାନିଟାଇଜର ପିଇ 7ଜଣଙ୍କର ମୃତ୍ୟୁ ହୋଇଛି | ଏହା ସହିତ ଆଉ ଦୁଇ ଜଣ ଗୁରୁତର ଆହତ ହୋଇ କୋମାରେ ଭର୍ତ୍ତି ହୋଇଛନ୍ଥି | ଏପରି ଏକ ଘଟଣା ଦେଖିବାକୁ ମିଳିଛି ରୁଷିଆର ୟାକୁଟିଆ ଜିଲ୍ଲାର ଟାଟିନସ୍କି ଗ୍ରାମରେ |

ଗୁରୁବାର ଏକ ପାର୍ଟିରେ ମଦ ସରିଯିବାରୁ 9ଜଣ ଲୋକ ହ୍ୟାଣ୍ଡ ସାନିଟାଇଜର ପିଇଦେଇଥିଲେ | ଏହି ସାନିଟାଇଜରରେ 69 ପ୍ରତିଶତ ମିଥାନଲ ଥାଏ, ଯାହାକି ସାଧାରଣତଃ ମହାମାରୀ ସମୟରେ ହାତ ସଫା କରିବାକୁ ବ୍ୟବହୃତ ହୋଇଥାଏ | ଏହି ଘଟଣାରେ ପ୍ରଥମେ 3ଜଣଙ୍କର ମୃତ୍ୟୁୁ ହୋଇଥିଲା | ସେମାନଙ୍କ ମଧ୍ୟରୁ ଜଣେ 41 ବର୍ଷୀୟ ମହିଳାଙ୍କ ସମେତ 27 ଏବଂ 59 ବର୍ଷ ବୟସେକ ଦୁଇଜଣ ପୁରୁଷ ଅଛନ୍ତି | ସଙ୍ଗେ ସଙ୍ଗେ 6 ଗୁରୁତରଙ୍କୁ ବିମାନ ଯୋଗେ ସେହି ଅଞ୍ଚଳର ରାଜଧାନୀ ୟାକୁଟସ୍କାକୁ ନିଆଯାଇଥିଲା | ଶୁକ୍ରବାର ଆଉ 3ଜଣଙ୍କର ମୃତ୍ୟୁ ହୋଇଥିଲା | ଏହାପରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ହେଲା |
ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାନିଟାଇଜର ପିଇବା ଦ୍ୱାରା ତାଙ୍କ ଶରୀରରେ ବିଷ ବ୍ୟାପିଯାଇଥିଲା | ଏନେଇ ଏକ ଅପରାଧିକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି | ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରୁଷିଆ ସରକାର ଲୋକଙଅଖୁ ସାନିଟାଇଜର ନ ପିଇବାକୁ ନିର୍ଦ୍ଦେଶ ଜାରି କରିଥିଲେ |












Click it and Unblock the Notifications