Get Updates
Get notified of breaking news, exclusive insights, and must-see stories!

ବେକାବୁ ହେଉଛି କରୋନା, ଏକ ମାସରେ 60 ହଜାର ଲୋକଙ୍କ ମୃତ୍ୟୁ ନେଇ ତଥ୍ୟ ଦେଲା ଜିନପିଙ୍ଗ ସରକାର

ଗତ ଏକମାସ ମଧ୍ୟରେ କେବଳ ଚୀନରେ 60 ହଜାରରୁ ଅଧିକ ଲୋକ କରୋନା କାରଣରୁ ପ୍ରାଣ ହରାଇଛନ୍ତି । ଏ ନେଇ ସରକାରୀ ରିପୋର୍ଟ ପ୍ରକାଶ କରିଛି ସି ଜିନପିଙ୍ଗ ସରକାର ।

ନୂଆଦିଲ୍ଲୀ: ଚୀନ୍ ରେ ନିୟନ୍ତ୍ରଣ ବାହାରେ କରୋନା ଭାଇରସ ସଂକ୍ରମଣ । ଚୀନ୍ ସମେତ ବିଶ୍ୱର ଅନେକ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ସବ୍ ଭାରିଆଣ୍ଟ BF.7 ପୁଣି ଆତଙ୍କ ଖେଳାଇଛି । ଚୀନ୍ ରେ ପରିସ୍ଥିତି ଏପରି ହୋଇଛି ଯେ ସଂକ୍ରମଣକୁ ରୋକିବାରେ ସରକରା ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।କରୋନାଜନିତ ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲାଗୁନାହିଁ । ଗତ ଏକମାସ ମଧ୍ୟରେ କେବଳ ଚୀନରେ 60 ହଜାରରୁ ଅଧିକ ଲୋକ କରୋନା କାରଣରୁ ପ୍ରାଣ ହରାଇଛନ୍ତି । ଏ ନେଇ ସରକାରୀ ରିପୋର୍ଟ ପ୍ରକାଶ କରିଛି ସି ଜିନପିଙ୍ଗ ସରକାର । ଚୀନ୍ ସରକାର କରୋନା ମୃତ୍ୟୁକୁ ନେଇ ଏପରି ରିପୋର୍ଟ ଦର୍ଶାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅଭିଯୋଗ କରିଛି ଯେ ଚୀନ୍ ବିଶ୍ୱ ଆଗରେ ଏହାର ସଠିକ୍ ତଥ୍ୟ ଲୁଚାଇଛି ।

corona virus

ଚୀନ୍ ସରକାରୀ ଅଧିକାରୀଙ୍କ ଅନୁଯାୟୀ, ଡିସେମ୍ବର 8 ରୁ ଜାନୁୟାରୀ 12 ମଧ୍ୟରେ ଚାଇନାରେ କରୋନା ସଂକ୍ରମଣରେ 59 ହଜାର 938 ଜଣଙ୍କର ପ୍ରାଣହାନି ହୋଇଛି । ଚାଇନାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ପ୍ରାଣ ହରାଇଥିବା ଅଧିକାଂଶ ଲୋକଙ୍କ ହାରାହାରି ବୟସ ପ୍ରାୟ 80 ବର୍ଷ ଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ ବିଭିନ୍ନ ରୋଗରେ ପୀଡିତ ଥିଲେ ।

ଚୀନ୍ ପକ୍ଷରୁ କୁହାଯାଇଛି ଯେ, ଏହି ଲୋକମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ଅଲଗା ରୋଗରେ ପୀଡ଼ିତ ଥିଲେ । ଏହା ପରେ କରୋନା ଆକ୍ରାନ୍ତ ହେବାରୁ ସ୍ୱାସ୍ଥ୍ୟବସ୍ଥା ଆହୁରି ଗମ୍ଭୀର ହୋଇଯାଇଥିଲା । ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଚାଇନା କହିଛି ଯେ କୋଭିଡ ସଂକ୍ରମଣ ସମୟରେ ନିଶ୍ୱାସ ନେବାରେ ଅସୁବିଧା ହେତୁ 5 ହଜାର 503 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ଭାଇରସ ଆକ୍ରାନ୍ତ ହୋଇ 54 ହଜାର 435 ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚୀନର ଏହି ରିପୋର୍ଟକୁ ସଠିକ୍ ବୋଲି ସ୍ୱୀକାର କରୁନାହିଁ । ଚୀନ୍ ତଥ୍ୟ ଲୁଚାଉଥିବା ନେଇ ଅଭିଯୋଗ କରୁଛି WHO ।

ଅପରପକ୍ଷରେ ଚୀନ୍ ସବୁବେଳେ ଦାବି କରିଆସୁଛି ଯେ କୋଭିଡ ସମ୍ପର୍କରେ ଏହାର ତଥ୍ୟ ସଠିକ୍ । କିନ୍ତୁ WHO କ୍ରମାଗତ ଭାବରେ ଚୀନ୍‌ର ଦାବି ଉପରେ ପ୍ରଶ୍ନ କରୁଛି । ଅଧିକାରୀମାନେ କହିଛନ୍ତି ଯେ ଜାନୁଆରୀ ଆରମ୍ଭରେ ଗୁରୁତର COVID-19 ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିଲା । ସେହି ଦିନଠାରୁ COVID-19 କାରଣରୁ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ଚାଇନାରେ ଜିରୋ କୋଭିଡ ନୀତି ବିରୋଧରେ ଜୋରଦାର ବିରୋଧ ଆରମ୍ଭ ହୋଇଥିଲା । ତା'ପରେ ଗତ ମାସ ଆରମ୍ଭରେ ଚୀନ୍ ସରକାର ହଠାତ୍ ସମସ୍ତ କୋଭିଡ୍ ପ୍ରତିବନ୍ଧକ ହଟାଇଦେଇଥିଲେ । ଏହା ପରେ ଚାଇନାରେ ବିଶ୍ୱର ସବୁଠୁ ଅଧିକ କରୋନା ସଂକ୍ରମଣ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+