ଭୂ କମ୍ପରେ ଥରିଲା ନ୍ୟୁଜିଲ୍ୟାଣ୍ଡ, ରିକ୍ଟର ସ୍କେଲରେ ତୀବ୍ରତା ରହିଛି 6.9 ମ୍ୟାଗ୍ନିଚୁଡ୍
ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଭୂକମ୍ପରେ ଥରି ଉଠିଛି । ଶନିବାର ସନ୍ଧ୍ୟାରେ ନ୍ୟୁଜିଲ୍ୟାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ 6.9 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ।

ପଶ୍ଚିମ ଏସୀୟ ଦେଶ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ପରେ ବର୍ତ୍ତମାନ ଅଷ୍ଟ୍ରେଲିଆ ମହାଦ୍ୱୀପର ଦକ୍ଷିଣରେ ଅବସ୍ଥିତ ଦେଶ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଭୂକମ୍ପରେ ଥରି ଉଠିଛି । ଶନିବାର ସନ୍ଧ୍ୟାରେ ନ୍ୟୁଜିଲ୍ୟାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ 6.9 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ।
ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ଶନିବାର ଦିନ ନ୍ୟୁଜିଲ୍ୟାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ 6.9 ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । USGS କହିଛି ଯେ ଭୂକମ୍ପ କେନ୍ଦ୍ର 152 କିଲୋମିଟର (94 ମାଇଲ) ଗଭୀରରେ ଥିଲା । ଏହାପୂର୍ବରୁ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର 6.6 ମ୍ୟାଗ୍ନିଚ୍ୟୁଡ୍ ଏବଂ 183 କିଲୋମିଟର ଗଭୀରତା ଆକଳନ କରିଥିଲା । ଆମେରିକାର ସୁନାମି ଚେତାବନୀ ସିଷ୍ଟମ କହିଛି ଯେ ଭୂକମ୍ପ ପରେ ସୁନାମି ଚେତାବନୀ ଦିଆଯାଇ ନାହିଁ ।












Click it and Unblock the Notifications