For Quick Alerts
Turn On Notification  
For Daily Alerts
Oneindia App Download

ହ୍ୱାଟସ୍ଆପ୍ ଡାଟା ଲିକ୍ ! 50 କୋଟି ୟୁଜରଙ୍କ ଡାଟା ହୋଇଛି ଲିକ୍, ଅନଲାଇନ୍ ବିକ୍ରି ପାଇଁ ପ୍ରସ୍ତୁତ

ଫୋନ୍ ନମ୍ବର ସମେତ ପ୍ରାୟ 50 କୋଟି ୟୁଜରଙ୍କ ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି ଏବଂ ଏହା ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।

|

ନୂଆଦିଲ୍ଲୀ : ହ୍ୱାଟସ୍ ଆପ୍ ସମ୍ବନ୍ଧରେ ସବୁଠୁ ବଡ ଡାଟା ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି । ଏକ ସାଇବର ନ୍ୟୁଜ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଫୋନ୍ ନମ୍ବର ସମେତ ପ୍ରାୟ 50 କୋଟି ୟୁଜରଙ୍କ ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି ଏବଂ ଏହା ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।

whatsapp

ପ୍ରସିଦ୍ଧ ହ୍ୟାକିଂ ଫୋରମରେ ବିକ୍ରୟ ପାଇଁ ରଖାଯାଇଥିବା ଏକ ଡାଟାବେସରେ 84 ଟି ଦେଶର ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ବିଷୟରେ ସୂଚନା ରହିଛି ବୋଲି ସାଇବର ନ୍ୟୁଜ୍ ରିପୋର୍ଟ କରିଛି । ବିକ୍ରୟ ପାଇଁ ତଥ୍ୟ ରଖୁଥିବା ବ୍ୟକ୍ତି ଦାବି କରିଛନ୍ତି ଯେ ଏହି ସେଟ୍ ଆମେରିକାର 32 ନିୟୁତ ଉପଭୋକ୍ତାଙ୍କ ଡାଟା ରହିଛି । ଏହା ସହିତ ଭାରତ ସମେତ ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ବ୍ରିଟେନ, ରୁଷର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କର ତଥ୍ୟ ମଧ୍ୟ ରହିଛି ।

ରିପୋର୍ଟ ଅନୁଯାୟୀ ଆମେରିକାର ଡାଟାସେଟ 7,000 ଡଲାରରେ ଉପଲବ୍ଧ ଥିବାବେଳେ ବ୍ରିଟେନର ଡାଟାସେଟର ମୂଲ୍ୟ 2500 ଡଲାର ରହିଛି । ସାଇବର ନ୍ୟୁଜ୍ କହିଛି ଯେ ଯେତେବେଳେ ସେମାନେ ବିକ୍ରେତାଙ୍କ ସହ ଯୋଗାଯୋଗ କଲେ, ସେମାନେ ପ୍ରମାଣ ଭାବରେ ବ୍ରିଟେନର 1,097 ନମ୍ବର ସେୟାର କରିଥିଲେ । ଯାହା ପରେ ସାଇବର ନ୍ୟୁଜ୍ ସେହି ନମ୍ବର ଗୁଡିକର ଯାଞ୍ଚ କରି ନିଶ୍ଚିତ କରିଛି ଯେ ସେ ସ ସବୁ ହ୍ୱାଟସ୍ ଆପ୍ ଆକାଉଣ୍ଟ୍ ନମ୍ବର ।
ତେବେ ସେମାନେ କିପରି ଏହି ଡାଟା ହାସଲ କରିଛନ୍ତି ତାହା ହ୍ୟାକର୍ ନିର୍ଦ୍ଦିଷ୍ଟ କରି ନାହିଁ ।

ଏହା ପ୍ରଥମ ଥର ନୁହେଁ ଯେ ମେଟା-ମାଲିକାନା ପ୍ଲାଟଫର୍ମ ଡାଟା ଚୋରିର ଶିକାର ହୋଇଛି । ଗତ ବର୍ଷ ଭାରତର 60 ଲକ୍ଷ ଡାଟା ସମେତ 500 ମିଲିୟନରୁ ଅଧିକ ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ଲିକ୍ ହୋଇଥିବା ତଥ୍ୟରେ ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
500 Million Users WhatsApp Data Leaked, Up For Sale Online
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X