ହ୍ୱାଟସ୍ଆପ୍ ଡାଟା ଲିକ୍ ! 50 କୋଟି ୟୁଜରଙ୍କ ଡାଟା ହୋଇଛି ଲିକ୍, ଅନଲାଇନ୍ ବିକ୍ରି ପାଇଁ ପ୍ରସ୍ତୁତ
ଫୋନ୍ ନମ୍ବର ସମେତ ପ୍ରାୟ 50 କୋଟି ୟୁଜରଙ୍କ ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି ଏବଂ ଏହା ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।
ନୂଆଦିଲ୍ଲୀ : ହ୍ୱାଟସ୍ ଆପ୍ ସମ୍ବନ୍ଧରେ ସବୁଠୁ ବଡ ଡାଟା ଉଲ୍ଲଂଘନ ମାମଲା ସାମ୍ନାକୁ ଆସିଛି । ଏକ ସାଇବର ନ୍ୟୁଜ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଫୋନ୍ ନମ୍ବର ସମେତ ପ୍ରାୟ 50 କୋଟି ୟୁଜରଙ୍କ ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଛି ଏବଂ ଏହା ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।

ପ୍ରସିଦ୍ଧ ହ୍ୟାକିଂ ଫୋରମରେ ବିକ୍ରୟ ପାଇଁ ରଖାଯାଇଥିବା ଏକ ଡାଟାବେସରେ 84 ଟି ଦେଶର ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ବିଷୟରେ ସୂଚନା ରହିଛି ବୋଲି ସାଇବର ନ୍ୟୁଜ୍ ରିପୋର୍ଟ କରିଛି । ବିକ୍ରୟ ପାଇଁ ତଥ୍ୟ ରଖୁଥିବା ବ୍ୟକ୍ତି ଦାବି କରିଛନ୍ତି ଯେ ଏହି ସେଟ୍ ଆମେରିକାର 32 ନିୟୁତ ଉପଭୋକ୍ତାଙ୍କ ଡାଟା ରହିଛି । ଏହା ସହିତ ଭାରତ ସମେତ ଇଜିପ୍ଟ, ଇଟାଲୀ, ଫ୍ରାନ୍ସ, ବ୍ରିଟେନ, ରୁଷର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କର ତଥ୍ୟ ମଧ୍ୟ ରହିଛି ।
ରିପୋର୍ଟ ଅନୁଯାୟୀ ଆମେରିକାର ଡାଟାସେଟ 7,000 ଡଲାରରେ ଉପଲବ୍ଧ ଥିବାବେଳେ ବ୍ରିଟେନର ଡାଟାସେଟର ମୂଲ୍ୟ 2500 ଡଲାର ରହିଛି । ସାଇବର ନ୍ୟୁଜ୍ କହିଛି ଯେ ଯେତେବେଳେ ସେମାନେ ବିକ୍ରେତାଙ୍କ ସହ ଯୋଗାଯୋଗ କଲେ, ସେମାନେ ପ୍ରମାଣ ଭାବରେ ବ୍ରିଟେନର 1,097 ନମ୍ବର ସେୟାର କରିଥିଲେ । ଯାହା ପରେ ସାଇବର ନ୍ୟୁଜ୍ ସେହି ନମ୍ବର ଗୁଡିକର ଯାଞ୍ଚ କରି ନିଶ୍ଚିତ କରିଛି ଯେ ସେ ସ ସବୁ ହ୍ୱାଟସ୍ ଆପ୍ ଆକାଉଣ୍ଟ୍ ନମ୍ବର ।
ତେବେ ସେମାନେ କିପରି ଏହି ଡାଟା ହାସଲ କରିଛନ୍ତି ତାହା ହ୍ୟାକର୍ ନିର୍ଦ୍ଦିଷ୍ଟ କରି ନାହିଁ ।
ଏହା ପ୍ରଥମ ଥର ନୁହେଁ ଯେ ମେଟା-ମାଲିକାନା ପ୍ଲାଟଫର୍ମ ଡାଟା ଚୋରିର ଶିକାର ହୋଇଛି । ଗତ ବର୍ଷ ଭାରତର 60 ଲକ୍ଷ ଡାଟା ସମେତ 500 ମିଲିୟନରୁ ଅଧିକ ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ଲିକ୍ ହୋଇଥିବା ତଥ୍ୟରେ ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଥିଲା ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications