2024-ମୋଦୀ ୱାନ୍ସ ମୋର୍... ଜର୍ମାନୀରେ ନିର୍ବାଚନରେ ବିଜୟ ପାଇଁ ବିଜେପିକୁ ମିଳିଲା ନୂଆ ନାରା
ଅଭିଭାଷଣରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ କାର୍ଯ୍ୟକୁ ଗଣନା କରିଛନ୍ତି । ଏହି ସମୟରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ ଭାରତ ମାତା କି ଜୟ, ମୋଦୀ-ମୋଦୀ, ମୋଦୀ ହୈ ତୋ ମୁମକିନ୍ ହୈ, 2024 ମୋଦୀ ୱାନ୍ସ ମୋର୍ ନାରା ଲଗାଇଥିଲେ ।
ବର୍ଲିନ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜର୍ମାନୀ ଗସ୍ତରେ ଯାଇ ବର୍ଲିନ୍ ରେ ପୋଟ୍ସଡାମର୍ ପ୍ଲାଜ୍ ଥିଏଟରରେ ଭାରତୀୟ ସମୁଦାୟର ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ଅଭିଭାଷଣରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ କାର୍ଯ୍ୟକୁ ଗଣନା କରିଛନ୍ତି । ଏହି ସମୟରେ ଭାରତୀୟ ସମ୍ପ୍ରଦାୟର ଲୋକମାନେ ଭାରତ ମାତା କି ଜୟ, ମୋଦୀ-ମୋଦୀ, ମୋଦୀ ହୈ ତୋ ମୁମକିନ୍ ହୈ, 2024 ମୋଦୀ ୱାନ୍ସ ମୋର୍ ନାରା ଲଗାଇଥିଲେ । ଏହି ନାରାରେ ପୁରା ଥିଏଟର କମ୍ପି ଉଠିଥିଲା । କିନ୍ତୁ ଯେଉଁ ନାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ତାହା ହେଉଛି - 'ଟ୍ୱେଣ୍ଟି-ଟ୍ୱେଣ୍ଟି ଫୋର୍... ମୋଦୀ ୱାନ୍ସ ମୋର୍' । ଏହା ପର ଠାରୁ କଳ୍ପନା କରାଯାଉଛି ଯେ ଆସନ୍ତା 2024 ଲୋକସଭା ନିର୍ବାଚନରେ ବିଜେପି ଏହି ନାରାକୁ ବ୍ୟବହାର କରିପାରେ ।

ଯେପରିକି ସମସ୍ତେ ଜାଣନ୍ତି, ନିର୍ବାଚନ ଜିତିବା ପାଇଁ ବିଜେପି ସର୍ବଦା ମିଶନ ମୋଡରେ ଥାଏ । ବିଜେପିର ବିଜୟ ପାଇଁ ତାଙ୍କ ଦଳ ଦ୍ୱାରା ଅନେକ ରୋଚକ ନିର୍ବାଚନ ସ୍ଲୋଗାନ ପ୍ରସ୍ତୁତ କରିଥାଏ, ଯାହାକୁ ବିରୋଧୀ ମଧ୍ୟ ମାତ୍ ଦେଇପାରନ୍ତି ନାହିଁ । ଆପଣଙ୍କୁ କହି ରଖୁଛୁ ଯେତେବେଳେ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ, ସେତେବେଳେ 'ଅବକୀବାର ମୋଦୀ ସରକାର'ର ସ୍ଲୋଗାନ ବହୁତ ଲୋକପ୍ରିୟ ହୋଇଥିଲା । ଏହି ସ୍ଲୋଗାନଟି ପ୍ରତ୍ୟେକ ଲୋକର ମୁହଁରେ ଥିଲା । କହିବା ବାହୁଲ୍ୟ ଯେ ଏହି ସ୍ଲୋଗାନ ସାହାଯ୍ୟରେ ବିଜେପି ପ୍ରାୟ ପ୍ରତ୍ୟେକ ଘରେ ନିଜର ସ୍ଥାନ ସୃଷ୍ଟି କରିଥିଲା ।
ଗତ ଲୋକସଭା ନିର୍ବାଚନରେ ବିଜେପିର ସ୍ଲୋଗାନ 'ଫିର ଏକବାର ମୋଦୀ ସରକାର' ସାରା ଦେଶରେ ଲାଗିଥିଲା । ଏହି ସ୍ଲୋଗାନ ଆଧାରରେ ବିଜେପି ଏହାର କର୍ମୀମାନଙ୍କ ମଧ୍ୟରେ ବହୁ ଉତ୍ସାହ ସୃଷ୍ଟି କରିଥିଲା ଏବଂ ତାଙ୍କ ନାମରେ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ଆଗକୁ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୁଇ ବର୍ଷରୁ କମ୍ ସମୟ ବାକି ଥିବାରୁ ବିଜେପି ପୁଣିଥରେ ଏହି ମିଶନରେ ଅଛି । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଏହି ସ୍ଲୋଗାନକୁ ବ୍ୟବହାର କରିପାରେ ବୋଲି କୁହାଯାଉଛି ।
ପ୍ରାୟ ଏକ ଘଣ୍ଟାର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରଙ୍କ କାର୍ଯ୍ୟକୁ ଗଣନା କରିଛନ୍ତି । ଏହି ସମୟରେ ସେ ଇଶାରାରେ ବିରୋଧୀ ଦଳ ଉପରେ ଟାର୍ଗେଟ୍ କରିଥିଲେ । ସେ କହିଛନ୍ତି ଯେ ଆମ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । କୌଣସି ମଧ୍ୟସ୍ଥି ବିନା, କୌଣସି ଟଙ୍କା କାଟ ବିନା ସିଧାସଳଖ ଲୋକଙ୍କ ଆକାଉଣ୍ଟରେ ପହଞ୍ଚେ । ବର୍ତ୍ତମାନ କୌଣସି ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ପଡିବ ନାହିଁ ଯେ ଯଦି ମୁଁ ଗୋଟିଏ ଟଙ୍କା ପଠାଉଚି, କିନ୍ତୁ 15 ପଇସା ପହଞ୍ଚୁଛି ।
ଆମେ ଆପଣଙ୍କୁ କହି ରଖୁଛୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଭ୍ରଶ୍ଟାଚାର ରେ ନିରାଶ ହୋଇ କହିଥିଲେ ଯେ ଯଦି କେନ୍ଦ୍ର ସରକାର ଲୋକମାନଙ୍କ ପାଇଁ ଏକ ଟଙ୍କା ପଠାନ୍ତି, ତେବେ କେବଳ 15 ପଇସା ସାଧାରଣ ଲୋକଙ୍କ ପାଖରେ ପହଞ୍ଚେ । 85 ପଇସା ଦୁର୍ନୀତିକୁ ଯାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମାନ ଲୋକ, ଫାଇଲ ମଧ୍ୟ ସମାନ, ସରକାରୀ ଯନ୍ତ୍ରପାତି ମଧ୍ୟ ସମାନ କିନ୍ତୁ ଦେଶ ବଦଳିଛି ।












Click it and Unblock the Notifications