ମେକ୍ସିକୋରେ ଗୁଳିକାଣ୍ଡ, 19 ଜଣଙ୍କର ମୃତ୍ୟୁ
ଉତ୍ତର ଆମେରିକାର ମେକ୍ସିକୋରେ ଗୁଳିକାଣ୍ଡ ଖବର ସାମ୍ନକୁ ଆସିଛି । ଏଥିରେ 19 ଜଣଙ୍କର ମୃତ୍ୟୁ ହୋଇଛି । ସେଣ୍ଟ୍ରାଲ ମେକ୍ସିକୋରେ ଏହି ଭାରି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି ।
ମେକ୍ସିକୋ : ଉତ୍ତର ଆମେରିକାର ମେକ୍ସିକୋରେ ଗୁଳିକାଣ୍ଡ ଖବର ସାମ୍ନକୁ ଆସିଛି । ଏଥିରେ 19 ଜଣଙ୍କର ମୃତ୍ୟୁ ହୋଇଛି । ସେଣ୍ଟ୍ରାଲ ମେକ୍ସିକୋରେ ଏହି ଭାରି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି ।

ସେଣ୍ଟ୍ରାଲ ମେକ୍ସିକୋ ପ୍ରଶାସନର ଏକ ବିବୃତ୍ତି ଅନୁଯାୟୀ ରବିବାର ରାତି 10:30 ରୁ 11 ଟା ମଧ୍ୟରେ ଗୁଳିକାଣ୍ଡ ହୋଇଛି । ଏହା ପରେ ପୋଲିସ ଘଟଣାସ୍ଥଳକୁ ଅବରୋଧ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଏନେଇ ଷ୍ଟେଟ୍ ଆଟର୍ଣ୍ଣି ଜେନେରାଲ ଅଫିସ୍ ସୂଚନା ଦେଇଛି ।
ମାଇକୋଚାନ୍ ରାଜ୍ୟରେ ଥିବା ଲାସ୍ ଟିନାଜସ୍ ସହରରେ ଆୟୋଜିତ ଏକ ଉତ୍ସବରେ ଏହି ଘଟଣା ଘଟିଛି । ମୃତକ 19 ଜଣକ ମଧ୍ୟରୁ 16 ଜଣ ପୁରୁଷ ଓ 3 ତିନି ଜଣ ମହିଳା ଅଛନ୍ତି । ଏକାଧିକ ଲୋକ ଏହି ଘଟଣାରେ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ବିବରଣୀ ନେଇ ଅପେକ୍ଷା କରାଯାଇଛି ।












Click it and Unblock the Notifications