Get Updates
Get notified of breaking news, exclusive insights, and must-see stories!

ଆମେରିକାର ବିଦ୍ୟାଳୟରେ ଗୁଳିକାଣ୍ଡ, 18 ଶିଶୁ ସମେତ 21 ଜଣଙ୍କ ମୃତ୍ୟୁ

ଆମେରିକାର ଟେକ୍ସାସ ସହରରେ ଅବସ୍ଥିତ ଏକ ସ୍କୁଲରେ ଜଣେ 18 ବର୍ଷୀୟ ସୁଟର 18 ଜଣ ପିଲା ଏବଂ 3 ଜଣଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଘଟଣା ଟେକ୍ସାସର ଉଭାଲଡେରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ହୋଇଛି

ଟେକ୍ସାସ୍ : ଆମେରିକାର ଟେକ୍ସାସ ସହରରେ ଅବସ୍ଥିତ ଏକ ସ୍କୁଲରେ ଜଣେ 18 ବର୍ଷୀୟ ସୁଟର 18 ଜଣ ପିଲା ଏବଂ 3 ଜଣଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଘଟଣା ଟେକ୍ସାସର ଉଭାଲଡେରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ହୋଇଛି । ରିପୋର୍ଟ ଅନୁଯାୟୀ, ସୁଟରର ମଧ୍ୟ ମୃତ୍ୟୁ ହୋଇଛି ।
ଟେକ୍ସାସର ଗଭର୍ଣ୍ଣର ଗ୍ରେଗ ଆବଟ୍ଟ କହିଛନ୍ତି ଯେ ବିଦ୍ୟାଳୟରେ ଗୁଳିକାଣ୍ଡ ଭିଆଇ ଥିବା ସୁଟରର ବୟସ ମାତ୍ର 18 ବର୍ଷ । ଗୁଳି ବିନିମୟରେ ପୋଲିସ୍ ଗୁଳିରେ ସୁଚରର ମୃତ୍ୟୁ ହୋଇଛି ।

USA firing

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ 12.17 ସମୟରେ ସୁଟର ସ୍କୁଲରେ ପ୍ରବେଶ କରିଥିଲା । 2018 ମସିହା ପରେ ଆମେରିକାରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ । ଏହାପୂର୍ବରୁ, 2018 ରେ ଫ୍ଲୋରିଡାର ମାର୍ଜୋରୀ ଷ୍ଟୋନମ୍ୟାନ ଡଗଲାସ ହାଇସ୍କୁଲରେ ଗୁଳି ବିନିମୟରେ 17 ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ସମଗ୍ର ଆମେରିକାରେ ଶୋକର ଲହରୀ ଖେଳିଯାଇଛି । ଏହି ଘଟଣାରେ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରେସ୍ ସେକ୍ରେଟାରୀ କୈରୀନ ଜିନ୍ ପିଏରେ କହିଛନ୍ତି ଯେ ଏହି ଘଟଣା ବିଷୟରେ ଜୋ ବାଇଡେନ୍ ଙ୍କୁ ଅବଗତ କରାଯାଇଛି । ଏହି ଘଟଣା ସମ୍ବନ୍ଧରେ ଆଗାମୀ ସମୟରେ ମଧ୍ୟ ସମସ୍ତ ସୂଚନା ଦିଆଯିବ । ରାଷ୍ଟ୍ରପତି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଛନ୍ତି ଏବଂ ଏହି ଯନ୍ତ୍ରଣାଦାୟକ ଭୟାନକ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+