Rain In Odisha: ଫେରିବ ବର୍ଷା, ଭିଜିବ ଉପାନ୍ତରୁ ଉପକୂଳ
ଭୁବନେଶ୍ୱର: ରାଜ୍ୟରେ ପୁଣି ଫେରିବ ବର୍ଷା । ଆଜି ଠୁ ପୁଣି ଭିଜିବ ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ଯାଏଁ ଲାଗି ରହିବ ବର୍ଷା ।
ଆସନ୍ତା କାଲି(ଶୁକ୍ରବାର) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ 24 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ ।

ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ଏହା ପରେ କାଲିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ, ବାଲେଶ୍ୱର, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ବଜ୍ରପାତ ବର୍ଷା ନେଇ 17 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
30 ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏ ନେଇ 11 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ, 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିବ ବର୍ଷା । କିଛି ସ୍ଥାନରେ 70 ରୁ 200 ମିମି ଯାଏ ବର୍ଷା ସମ୍ଭାବନା ଅଛି ।












Click it and Unblock the Notifications