Get Updates
Get notified of breaking news, exclusive insights, and must-see stories!

ତ୍ୱରାନ୍ୱିତ ହେବ ସ୍ୱାସ୍ଥ୍ୟସେବା : ପଶ୍ଚିମ ଓଡ଼ିଶାକୁ 25 କୋଟି ଟଙ୍କାର ସହାୟତା

ଆଜି ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ 25 କୋଟି ଟଙ୍କାର ଆର୍ଥୀକ ସହାୟତା ଦିଆଯାଇଛି

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ସବୁ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଜୀବନ ଓ ଜୀବିକାର ଲଢେଇ ଭିତରେ ଜୀବନକୁ ପ୍ରାଥମିକତା ଦିଆଯାଇଥିବା କହି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷିରେ ଆଜି ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ 25 କୋଟି ଟଙ୍କାର ଆର୍ଥୀକ ସହାୟତା ଦିଆଯାଇଛି ।

ପଶ୍ଚିମଓଡ଼ିଶା

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏହି ସହାୟତା ଦିଆଯାଇଥିବା ଟ୍ୱିଟ୍ କରିଛନ୍ତି ଏହାର ଅଧ୍ୟକ୍ଷ ଅସିତ ତ୍ରିପାଠୀ । କୋଭିଡ୍ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକ ଅତିରିକ୍ତ ଆଇସିୟୁ, ଏଚଡିୟୁ ବେଡ୍, ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟ ସାମଗ୍ରୀ ସହ କରୋନା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି, ଅକ୍ସିଜେନ୍ ପାଇପ୍, ପଲ୍ସ ଅକ୍ସିମିଟର ଇତ୍ୟାଦି ଏହି ଅର୍ଥରୁ କିଣାଯାଇ ପାରିବ ।

ଜିଲ୍ଲା ପ୍ରଶାସନ ଆବଶ୍ୟକ ଅନୁସାରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଉପକରଣ କିଣି ପାରିବେ ବୋଲି ସେ କହିଛନ୍ତି । ଏହି ଭୟଙ୍କର ମହାମାରୀରେ ଆମର ଯୁଦ୍ଧକୁ ଆହୁରି ଶାଣୀତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କରୋନା ବିରୋଧୀ ଲଢେଇରେ ଏହା ସହୟକ ହୋଇ ପାରିବ ବୋଲି କହିଛନ୍ତି ଅସିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+