ମହିଳା ଓ ଶିଶୁ ବିକାଶ ବିଭାଗର ଅଭିନବ କାର୍ଯ୍ୟକ୍ରମ: "ଆଦ୍ୱିକା"ରେ ଯୋଡିହେଲେ ୧୦ ବାଳିକା
ଭୁବନେଶ୍ବର: କିଶୋରୀ ବାଳିକାମାନଙ୍କୁ ବିଭିନ୍ନ ଜୀବନ ଶୈଳୀ ସମ୍ବନ୍ଧିତ ଜ୍ଞାନ କୌଶଳ ଶିକ୍ଷା ଦେବା ପାଇଁ ରାଜ୍ୟ ସରକରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅଭିନବ କାର୍ଯ୍ୟକ୍ରମ: "ଆଦ୍ୱିକା" । ଗତବର୍ଷ ଅନ୍ତର୍ଜାତିକ ବାଳିକା ଦିବସ ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗୋଟିଏ ବର୍ଷ ମଧ୍ୟରେ ଯୋଡି ହୋଇଛନ୍ତି ୧୦ ଲକ୍ଷ ବାଳିକା।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି। ୨୦୨୦ ମସିହା ଅକ୍ଟୋବର ୧୧ ତାରିଖରେ କିଶୋରୀ ବାଳିକାମାନଙ୍କ ପାଇଁ ଲୋକାର୍ପିତ ହୋଇଥିବା "ଆଦ୍ୱିକା" କାର୍ଯ୍ୟକ୍ରମର ଏକ ବର୍ଷ ପୂର୍ତ୍ତି ଅବସର ରେ ଏହି କାର୍ଯ୍ୟକ୍ରମର ସଫଳତାକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା । ଆଦ୍ୱିକା କାର୍ଯ୍ୟକ୍ରମ ମାତ୍ର ବର୍ଷକ ମଧ୍ୟରେ ପ୍ରାୟ ୧୦ ଲକ୍ଷ କିଶୋରୀ ବାଳିକାଙ୍କ ନିକଟରେ ପହଞ୍ଚି ପାରିଛି ଏବଂ ଏହା ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲ ।

ଆଜି ପୂର୍ବାହ୍ନରେ ବିଭାଗ ତରଖରୁୟୁନିସେଫ୍ ଏବଂ ୟୁଏନଏଫପିଏର ମିଳିତ ସହଯୋଗରେ କ୍ଷେତ୍ର କର୍ମଚାରୀମାନଙ୍କୁ ନେଇ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଲେ, ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି "ଡିଜିଟାଲ୍ ଯୁଗ-ଆମର ଯୁଗା' ଡିଜିଟାଲ ଯୁଗରେ ଜୀବନ ସହଜ ହୋଇଛିା ଅଧିକ ସୁଯୋଗ ସୃଷ୍ଟି ହୋଇଛିା ତେଣୁ ଆମର କିଶୋରୀ ଏବଂ ମହିଳାମାନଙ୍କୁ ଡିଜିଟାଲ ବ୍ୟବସ୍ଥା ସଂପର୍କରେ ବ୍ୟାପକ ଭାବେ ସଚେତନ କରିବାକୁ ହେବା ଏଥି ପାଇଁ ଆମ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ୫-"ଟି' ଉପକ୍ରମ ଆଧାରରେ ମୋ ଛତୁଆ, ଇ-କଳିକା, ଇ-ମାନଦେୟ, ମୋ ଶିଶୁ ଆଦି ବିଭିନ୍ନ ଯୋଜନା ଡିଜିଟାଲ୍ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛିା ଡିଜିଟାଲ୍ କୌଶଳର ପ୍ରୟୋଗ କରି କ୍ଷେତ୍ର କର୍ମଚାରୀମାନଙ୍କ ଜରିଆରେ ଆମେ ରାଜ୍ୟର କିଶୋରୀ ବାଳିକାମାନଙ୍କ ସଚେତନତା ଓ ସମୃଦ୍ଧି ପାଇଁ ଏକ ବିଶାଳ ନେଟ୍ଓ୍ୱାର୍କ ଗଠନ କରିବାରେ ସଫଳ ହୋଇପାରିଛୁ ବୋଲି ମନ୍ତ୍ରୀ ମତୀ ସାହୁ କହିଥିଲେ । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ପ୍ରମୁଖ ଶାସନ ସଚିବ ମତୀ ଅନୁ ଗର୍ଗ କହିଲେ, ୨୦୨୦ ମସିହା ଏହି ଦିନରେ ରାଜ୍ୟର ଲକ୍ଷ ଲକ୍ଷ ବାଳିକାଙ୍କ ପାଇଁ "ଆଦ୍ୱିକା-ପ୍ରତ୍ୟେକ ବାଳିକା ଅଦ୍ୱିତୀୟ' କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲାା ଗୋଟିଏ ବର୍ଷ ମଧ୍ୟରେ କୋଭିଡ୍ କଠିନ ପରିସ୍ଥିତିରେ ମଧ୍ୟ ପ୍ରାୟ ୧୦ ଲକ୍ଷ କିଶୋରୀ-ବାଳିକାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛିା ଆଦ୍ୱିକା କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀଙ୍କ ନିମନ୍ତେ ପକେଟ୍ ବୁକ୍, କିଶୋରୀ କ୍ୟାଲେଣ୍ଡର, କିଶୋରୀ ବାର୍ତ୍ତା ଆଦି ସାମଗ୍ରୀ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି।












Click it and Unblock the Notifications