ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା ରଣନୀତି-ଯୋଜନା ପାଇଁ ଆଲୋଚନା ଚକ୍ର

ଭୁବନେଶ୍ୱର: ଜାତିସଘଂର ବିଶ୍ୱ ଖାଦ୍ୟ ସୁରକ୍ଷା ନିମନ୍ତେ ୨୦୨୩-୨୭ ଯୋଜନା ପ୍ରସ୍ତୁତି ପାଇଁ ଏକ ପରାମର୍ଶମୂଳକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ, ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ୍ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଆଦିରୁ ପ୍ରାୟ ୮୦ ଜଣ ପ୍ରତିନିଧି ଯୋଗଦେଇ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

world food programme

ଖାଦ୍ଯ ସୁରକ୍ଷା ପାଇଁ ଓଡ଼ିଶାରେ ଅନେକ ଅଭିନବ କୌଶଳର ପ୍ରୟୋଗ କରାଯାଇଛି । ସାଧାରଣ ଯୋଗାଣ ବ୍ୟବସ୍ଥାରେ ବାଇଓମେଟ୍ରିକ୍ କୌଶଳ ପ୍ରୟୋଗ, ମଧ୍ୟାହ୍ନ ଭୋଜନ ଏବଂ ଅଙ୍ଗନାବାଡ଼ିରେ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ପାଇଁ ପୁଷ୍ଟିଯୁକ୍ତ ଛତୁଆ ପ୍ରସ୍ତୁତି ଆଦି ଏହି ଅଭିନବ କୌଶଳର କେତେକ ଉଦାହରଣ ବୋଲି ଏହି ଆଲୋଚୋନଚକ୍ରରେ ବରିଷ୍ଠ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ଆଲୋଚନା ଚକ୍ରକୁ ସଂବୋଧନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଦାରିଦ୍ର୍ୟ କମାଇବା, ଖାଦ୍ୟ ସୁରକ୍ଷା ବଢ଼ାଇବା ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ଦୃଢ଼ିଭୁତ କରିବା ନିମନ୍ତେ ରାଜ୍ୟ ସରକାର ଦୃଢ଼ ପରିକର । ବିଗତ ବର୍ଷମାନଙ୍କରେ ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥାସହ ସହଭାଗିତା ଅନେକ ଫଳଦାୟୀ ହୋଇଛି ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ ।

ଆଗାମୀ ବର୍ଷମାନଙ୍କରେ ଖାଦ୍ୟସୁରକ୍ଷାର ପହୁଞ୍ଚାଣକୁ ସାର୍ବଜନୀନ କରିବା ନିମନ୍ତେ ଅଧିକରୁ ଅଧିକ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ୨୦୨୩-୨୭ ରଣନୀତିକୁ ନିରନ୍ତର ବିକାଶ ଲକ୍ଷ୍ୟ ଅଭିମୁଖୀ ଏବଂ ଅଧିକ ଫଳାଫଳ ଭିତ୍ତିକ କରିବା ପାଇଁ ସେ କହିଥିଲେ । ଏହି ରଣନୀତିକୁ ଓଡ଼ିଶା ସରକାର ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥାସହ ମିଳିତ ଭାବେ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟ ଶାସନ ସଚିବ ନିର୍ଭର ପ୍ରତିଶୃତି ଦେଇଥିଲେ । ସଂଯୁକ୍ତ ରାଷ୍ଟ୍ର ଉନ୍ନୟନ ଯୋଜନା ସଂସ୍ଥା ସହ ନିଜ କାର୍ଯ୍ୟ ଅଭିଜ୍ଞତାକୁ ମନେପକାଇ ଉନ୍ନୟନ କମିଶନ ପ୍ରଦୀପ କୁମାର ଜେନା ରଣନୀତିରେ ଅଂଚଳ ଏବଂ ସମୁଦାୟ ଭିତ୍ତିକ ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଖାଦ୍ୟ ସୁରକ୍ଷାର ମାନ ଅଂଚଳ ଓ ସମୁଦାୟ ଭିତ୍ତିରେ ଅଲଗା ହୋଇଥାଏ । ଉଦାହରଣ ସ୍ୱରୂପ, ପାହାଡ଼ିଆ ଅଂଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର କୃଷି ଉତ୍ପାଦନ ଓ ଖାଦ୍ୟ ଆବଶ୍ୟକତା ମାଳଭୂମି ଅଂଚଳ ଅଧିବାସୀଙ୍କଠାରୁ ଭିନ୍ନ । ସରକାରୀ ଏବଂ ବେସରକାରୀ ସହଭାଗିତା ଭିତ୍ତିରେ ନିରନ୍ତର ବିକାଶ ଲକ୍ଷ-୨(କ୍ଷୁଧା ଶୂନ୍ୟତା) କୁ ତ୍ୱରାନ୍ୱିତ ଗତିରେ ହାସଲ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସୂଚନା ଓ ଲୋକ ସଂପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟାନ୍, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ମୁଥୁ କୁମାର, ମତ୍ସ୍ୟ ଓ ପଶୁସଂପଦ ବିକାଶ ଶାସନ ସଚିବ ଆର୍.ରଘୁ.ପ୍ରସାଦ ପ୍ରମୁଖ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ପରାମର୍ଶମାନ ରଖିଥିଲେ । ସେହିପରି ଡବ୍ଲ୍ୟୁ.ଏଫ୍.ପି. ଜାତୀୟ ଉପନିର୍ଦ୍ଦେଶକ ଏରିକ୍ କେନେଫିକ୍ ଏବଂ ଓଡ଼ିଶା ରାଜ୍ୟ ଡବ୍ଲ୍ୟୁ.ଏଫ୍.ପି. ମୁଖ୍ୟ ହିମାଂଶୁ ବଳ ରଣନୀତିର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିଥିଲେ । ବେସରକାରୀ ସଂସ୍ଥାର ପ୍ରତିନିଧିଭାବେ ସି.ଓ୍ୱାଇ.ଏସ୍.ଡି. ର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ, ସ୍ୱାଭିମାନ (ଭିନ୍ନକ୍ଷମ ସଂପଦ କେନ୍ଦ୍ର) ର ନିର୍ଦ୍ଦେଶକ ଡଃ ଶୃତି ମହାପାତ୍ର, ଟାଟା କଂପାନୀ ସାମାଜିକ ଦାୟିତ୍ୱ ସଂପନ୍ନତା ବିଭାଗ ମୁଖ୍ୟ ଡଃ ଅନୀଲ୍ କୁମାର ପ୍ରମୁଖ ଖାଦ୍ୟ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ନିରୋଧି କୃଷି ଉତ୍ପାଦନ ପଦ୍ଧତି ଆଦି ବିଷୟରେ ନିଜ ନିଜର ମତ ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+