Get Updates
Get notified of breaking news, exclusive insights, and must-see stories!

ମିଳିତ ଜାତିସଂଘ ମହିଳା ଭାରତ ପ୍ରତିନିଧିଙ୍କ ଓଡିଶା ଗସ୍ତ: ସୁବ୍ରତ ବାଗ୍ଚିଙ୍କୁ ସାକ୍ଷାତ କଲେ

ଭୁବନେଶ୍ବର: ମିଳିତ ଜାତିସଂଘ ମହିଳା ଭାରତ ପ୍ରତିନିଧି ଶ୍ରୀମତୀ ସୁସାନ ଜେନ୍ ଫର୍ଗୁସନ୍ ତାଙ୍କର ପ୍ରଥମ ଓଡିଶା ଗସ୍ତରେ ଆସି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତିା ଏହି ଅବସରରେ ଶ୍ରୀ ବାଗ୍ଚି ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଅବଗତ କରାଇଛନ୍ତି।

UN Women India Head Odisha

ଶ୍ରୀ ବାଗ୍ଚି ପ୍ରକାଶ କରିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମକୁ ଲିଙ୍ଗଗତ ବୈଷମ୍ୟରୁ ମୁକ୍ତ ହେବା ଆବ ଶ୍ୟକାଦ କ୍ଷତା ଏବଂ ବୃତ୍ତିକୁ ପୁରୁଷକୈନ୍ଦ୍ରିକ ବୋଲି ବିବେଚନା ନକରି ସେଇ କ୍ଷେତ୍ରରେ ଅଧିକ ମହିଳା ଆଗକୁ ଆସିବା ଦରକାରା ଓଡିଶାର ମହିଳାମାନଙ୍କର ଅନେକ ଉଦାହରଣ ଉପସ୍ଥାପନ କରି ସେମାନେ ଲୋକୋ-ପାଇଲଟ୍, ଅଟୋମୋବାଇଲ୍ ମେକାନିକ୍, େଓ୍ୱଲ୍ଡର୍, ଶିଳ୍ପାନୁଷ୍ଠାନ ଅପରେଟର ଇତ୍ୟାଦି
କାର୍ଯ୍ୟରେ ଉତ୍କର୍ଷ ଅର୍ଜନ କରିଛନ୍ତି ବୋଲି ଶ୍ରୀ ବାଗ୍ଚି ଉଲ୍ଲେଖ କରିଥିଲୋ ଡିଜିଟାଲ୍ ସ୍କିଲ ଉପରେ ନିଜର ମତ ଉପସ୍ଥାପନ କରି ଶ୍ରୀ ବାଗ୍ଚି କହିଥିଲେ ଯେ ଏଥି ନିମନ୍ତେ ଉଚ୍ଚମାନର ଶିକ୍ଷକ ତାଲିମ, ବିଷୟବସ୍ତୁ, ଯନ୍ତ୍ରପାତି ଓ ଇଣ୍ଟରନେଟ୍ ବ୍ୟବହାର ଉପରେ ସାର୍ବଜନୀନ ଅଧିକାର ରହିବା ଆବଶ୍ୟକ । ଜାତିସଂଘ ମହିଳା, ଭାରତ ପ୍ରତିନିଧି ଶ୍ରୀମତୀ ଫର୍ଗୁସନ୍ ଓଡିଶା ସରକାର ଏବଂ ଜାତିସଂଘ ମହିଳାଙ୍କ ମଧ୍ୟରେ ସହଭାଗିତାକୁ ଉଚ୍ଚ ପ୍ରଶଂସା କରିଛନ୍ତିା ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରିବା ସହିତ ଜାତିସଂଘ ମହିଳା ରାଜ୍ୟ ସରକାରଙ୍କ ସହ ବିଶେଷ କରି ଶିକ୍ଷା ଓ ବୃତ୍ତିଗତ ପ୍ରଶିକ୍ଷଣରେ ଦ୍ୱିତୀୟ ସୁଯୋଗ ପ୍ରଦାନ (ସେକଣ୍ଡ ଚାନ୍ସ ଏଜୁକେସନ ଏଣ୍ଡ ଭୋକେସନାଲ ଲର୍ଣ୍ଣିଂ) ମାଧ୍ୟମରେ ଏକ ଶକ୍ତିଶାଳୀ ଅଂଶୀଦାର ହେବାକୁ ଚାହାଁନ୍ତି ବୋଲି ସେ ପ୍ରକାଶ କରିଥିଲ ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଜାତିସଂଘ ମହିଳାଙ୍କ ସହ ବିଭିନ୍ନ ପଦକ୍ଷେପ ନେଇ ସହଭାଗିତା ନିମନ୍ତେ ଏକ ବୁଝାମଣାପତ୍ର ସଂପାଦନ କରିଛନ୍ତିା ବୁଝାମଣାର ଅଂଶ ଭାବରେ ଓଡିଶାର ଦଶଟି ଆକାଂକ୍ଷୀ ଜିଲ୍ଲାରେ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଉତ୍ପାଦର ଅନଲାଇନ୍ ବିକ୍ରୟ ପାଇଁ ଇ-କମର୍ସ ପ୍ଲାଟଫର୍ମ ସହିତ ସଂଯୋଗକୁ ସୁଗମ କରିବା ପାଇଁ ଡିଜିଟାଲ
ମାର୍କେଟିଂ ଏବଂ ଔଦ୍ୟୋଗିକତା ଉପରେ ତାଲିମ ପ୍ରଦାନ କରାଯିବା ଜାତିସଂଘ ମହିଳା ସରକାରୀ ଆଇଟିଆଇ ବାଲେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ମହିଳା ଫୁଟବଲ ଦଳ ଏବଂ ଗୋପବନ୍ଧୁ ଆଇଟିଆଇ, କୋରାପୁଟ ଓ ସରକାରୀ ଆଇଟିଆଇ, ବଲାଙ୍ଗୀରଠାରେ ଭଲିବଲ କୋର୍ଟ ନିମନ୍ତେ ସହଯୋଗ କରିବା ଭୁବନେଶ୍ୱରସ୍ଥିତ ଓ୍ୱାଲର୍ଡ ସ୍କିଲ୍ ସେଣ୍ଟରରେ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା
ନେଇ ନୀତି, ପାଠ୍ୟକ୍ରମ ଏବଂ ନିଯୁକ୍ତି ନିମନ୍ତେ କାର୍ଯ୍ୟ ଆରମ୍ଭ ହେବା ମୟୂରଭଞ୍ଜ, ରାୟଗଡା ଏବଂ ଢେଙ୍କାନାଳ ଜିଲ୍ଲାର ସରକାରୀ ଆଇଟିଆଇ ଏବଂ ପଲିଟେକ୍ନିକ୍ମାନଙ୍କରେ ସେକଣ୍ଡ ଚାନ୍ସ ଏଜୁକେସନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରତିନିଧି ଦଳ ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରି ଓଏସ୍ଡିଏ ସିଇଓ ତଥା ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି.ଙ୍କ ସହ ସାକ୍ଷାତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+