ଆମ ହସ୍ପିଟାଲ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ସମୟ ସାରଣୀ ନିର୍ଦ୍ଧାରଣ ; ଜିଲ୍ଲା କମିଟିକୁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ
ଭୂବନେଶ୍ୱର : ଆମ ହସ୍ପିଟାଲ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ସମୟ ସାରଣୀ ନିର୍ଦ୍ଧାରଣ ହୋଇଛି। ପ୍ରତି ଜିଲ୍ଲାକୁ ସେମାନଙ୍କ ପ୍ରକଳ୍ପ ଆକଳନ ଅନୁସାରେ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯାଇଛି। ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ଅଧିକ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ଏହି କାମ ପାଇଁ ପୂର୍ତ୍ତିବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର୍ ବିକ୍ରମ ଯାଦବ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତଙ୍କର ଯୁଗ୍ମ ସ୍ୱାକ୍ଷରିତ ନିର୍ଦ୍ଦେଶନାମା ଜିଲ୍ଲାପାଳମାନଙ୍କୁ ପଠାଯାଇଛି।
ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ୧୪୭ ଟି ହସ୍ପିଟାଲ୍ ୫-ଟି ଢାଞ୍ଚାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି।ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାନ୍ୱୟନ ଓ ତଦାରଖ ନିମନ୍ତେ ଜିଲ୍ଲାସ୍ତରୀୟ କମିଟିକୁ ପୂର୍ଣ୍ଣକ୍ଷମତା ପ୍ରଦାନ କରାଯାଇଛି।

ଚଳିତ ବର୍ଷ ମଇ ମାସ ୧୫ ତାରିଖ ସୁଦ୍ଧା ଟେଣ୍ଡର ପକ୍ରିୟା ଶେଷକରି କ୍ଷେତ୍ରସ୍ତରୀୟ କାର୍ଯ୍ୟାରମ୍ଭ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ମାନକ ଅନୁସାରେ ଗୁଣାତ୍ମକମାନ ବଜାୟ ରଖି ନିର୍ମାଣ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications