ଜୀବନ ଓ ଜୀବିକାକୁ ଅଗ୍ରାଧିକାର : ଜୁଲାଇ ମାସର ବସ୍ ଟିକସ ଛାଡ କଲେ ରାଜ୍ୟ ସରକାର
ରାଜ୍ୟ ସରକାର ଜୁଲାଇ ମାସ ପାଇଁ ମୋଟର ଯାନ ଟିକସ ଛାଡ କରିଛନ୍ତି
ଭୁବନେଶ୍ୱର : ରାଜ୍ୟରେ ଅଗଷ୍ଟ 1 ତାରିଖ ଯାଏଁ ଆଶିଂକ କୋଭିଡ୍ କଟକଣାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ସାରା ରାଜ୍ୟରେ ବସ ଚଳାଚଳକୁ ଅନୁମତି ଦେଇଛନ୍ତି । ଯେତିକି ସିଟ୍ ରହିଛି ସେତିକି ସିଟରେ ଯାତ୍ରୀ ପରିବହନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବସ ଚଳାଚଳ ପାଇଁ କୌଣସି ସମୟ ସମୟ ଧାର୍ଯ୍ୟ କରି ନାହାନ୍ତି ସରକାର ।

ଅପରପକ୍ଷରେ ରାଜ୍ୟ ସରକାର ଜୁଲାଇ ମାସ ପାଇଁ ମୋଟର ଯାନ ଟିକସ ଛାଡ କରିଛନ୍ତି । ଫଳରେ ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡିକର ଟିକସ ନିଆଯିବ ନାହିଁ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ କୋଭିଡ କଟକଣା ଯୋଗୁଁ ରାଜ୍ୟରେ ବସ ଚଳାଚଳ ବନ୍ଦ ରହିଥିଲା । ଜୁଲାଇ ମାସରେ ମଧ୍ୟ ବହୁ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି । ତେଣୁ ସରକାର ଜୁଲାଇ ମାସର ଟିକସ ଛାଡ କରିଛନ୍ତି । ଏଠାରେ ସୂଚନାଥାଉକି, ପୂର୍ବରୁ ଏପ୍ରିଲ୍, ମେ ଓ ଜୁନ୍ ମାସର ମୋଟର ଯାନ ଟିକସ ଛାଡ କରିଥିଲେ ରାଜ୍ୟ ସରକାର ।












Click it and Unblock the Notifications