ପ୍ରବୀରଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଆର୍ଥିକ ସହାୟତାକୁ କ୍ୟାବିନେଟରେ ମଞ୍ଜୁରୀ
ଦିବଂଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା । କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ମିଳିବ ଆର୍ଥିକ ସହାୟତା ।
ଭୁବନେଶ୍ବର: ନିଜର ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର । ଦିବଂଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା । କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ମିଳିବ ଆର୍ଥିକ ସହାୟତା ।

ତେବେ ଏହି ଆର୍ଥିକ ସହାୟତାକୁ କ୍ୟାବିନେଟ ବୈଠକରେ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ କୋଭିଡ୍ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଘରୋଇ ଟିଭି ଚ୍ୟାନେଲ ସାମ୍ବାଦିକ ପ୍ରବୀର ପ୍ରଧାନ । ତେବେ ଆର୍ଥିତ ସହାୟତା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।












Click it and Unblock the Notifications