ଭୁବନେଶ୍ବରରେ ପହଞ୍ଚିଲା ସ୍ୱର୍ଣ୍ଣିମ ବିଜୟ ମଶାଲ, ଭବ୍ୟ ସ୍ଵାଗତ ସମବର୍ଦ୍ଧନା ସହ ଆଜି ରହିବ 120 ବାଟାଲିୟନ ପରିସରରେ
ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ଭୁବନେଶ୍ବର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ମୁଖ୍ଯାଳୟ ଠାରେ ପହଁଚିଛି। ଭବ୍ଯ ସମ୍ବର୍ଦ୍ଧନା ସହିତ ଏହି ପବିତ୍ର ମଶାଲ ବର୍ତ୍ତମାନ ଏଠାରେ ଅବସ୍ଥାପିତ ହୋଇଛି। ଆସନ୍ତା କାଲିଠାରୁ ଏହି ମଶାଲ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ଗମନ କରିବା ସହିତ ଅନ୍ୟାନ୍ଯ କାର୍ଯ୍ୟକ୍ରମରେ ସାମିଲ ହେବ।

୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡିଶାରେ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ବିଭିନ୍ନ ସ୍ଥାନ ପରିକ୍ରମ କରିବା। ଆଇ.ଏନ୍.ଏସ୍ ଚିଲିକା ଠାରେ ଥିବା ଏହି ମଶାଲ ଆଜି ଅର୍ଥାତ ଅକ୍ଟୋବର ୨୯ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଛି । ଏହି ବିଜୟ ମଶାଲ ତଥା ୧୯୭୧ ଯୁଦ୍ଧର ବୀର ଯବାନମାନମାନଙ୍କ ସମ୍ମାନ ପ୍ରଦର୍ଶନ ନିମନ୍ତେ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ହେଡ୍କ୍ୱାଟର୍ସ ତରଫରୁ ଓଡିଶା ସରକାରଙ୍କ ସହଯୋଗର ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଓଡିଶାରେ ବିଜୟ ମଶାଲ ପରିକ୍ରମାର କାର୍ଯ୍ୟସୂଚୀ:

ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ବିଭିନ୍ନ ସମୟରେ ଯାତ୍ରା କରିବ । ୩୦ ତାରିଖ ଅପରାହ୍ଣରେ ରାଜ ଭବନରେ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ବୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ୩୧ ତାରିଖରେ ଜୟଦେବ ବିହାର ସ୍ଥିତ ଆର୍.ବି.ଏଲ୍ ବ୍ୟାଙ୍କଠାରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରାରେ ବିଜୟ ମଶାଲ ଖଣ୍ଡଗିରି, ପଳାସପଲୀ୍ଲ. ନବୀନ ନିବାସ, ଫରେଷ୍ଟପାର୍କ, ଶିଶୁ ଭବନ,ମାଉସୀମା ମନ୍ଦିର ଛକ ଦେଇ ହୋଟେଲ ଗ୍ରାଣ୍ଡ ଆସିବ । ଏହି ଦିନ ସଂଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହେବ । କୋଭିଡ୍ କଟକଣା ଅନୁପାଳନ ଦୃଷ୍ଟିରୁ ସେଠାରେ ସିମୀତ ସଂଖ୍ୟକ ଅତିଥି ଓ ଯୁଦ୍ଧ ବୀର ଯବାନମାନେ ଉପସ୍ଥିତ ରହିବେ । ୧ ତାରିଖ ସକାଳେ ବିଜୟ ମଶାଲ ସୈ÷ନିକ ସ୍କୁଲ ଯାତ୍ରା କରିବା ସହିତ ସେଠାରେ ସ୍କୁଲ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଦିନ ପୂର୍ବାହ୍ନରେ ବି.ଏସ୍.ଏଫ୍ ଓ ୨ ତାରିଖ ସକାଳେ ବିଜୟ ମଶାଲ ଓଡିଶା କୃଷି ଓ ବୈ÷ଷୟିକ ବିଶ୍ୱ ବିଦ୍ୟାଳୟ ଓ ୩ ତାରିଖରେ ଡିଏଭି ପବ୍ଲିକ୍ ସ୍କୁଲ, ୟୁନିଟ୍-୮ ଏବଂ ଏନ୍.ସି.ସି କ୍ୟାମ୍ପ,ଆଦିବାସୀ ପଡିଆ-ୟୁନିଟ୍-୧ରେ ପହଁଚିବ । ୫ ତାରିଖ ସକାଳେ ବିଜୟ ମଶାଲ ପୁରୀ ସମୁଦ୍ରକୂଳଠାରେ ଆୟୋଜିତ ବାଲୁକା କଳା ପ୍ରଦର୍ଶନୀ ସ୍ଥଳରେ ପହଁଚିବ । ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ପରେ ପରେ ବିଜୟ ମଶାଲ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯାତ୍ରା କରିବ । ୬ ତାରିଖ ସକାଳେ ଏହା ବାଲେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୧୨୦ ବାଟାଲିୟନ ଷ୍ଟେସନ ହେଡ୍କ୍ୱାଟର୍ସ, ଭୁବନେଶ୍ୱର ତରଫରୁ ସୂଚନା ଦିଆଯାଇଛି।












Click it and Unblock the Notifications