For Quick Alerts
Turn On Notification  
For Daily Alerts
Oneindia App Download

ସ୍ମାର୍ଟ ହେଲଥ୍ କାର୍ଡ ସେବାରେ ଯୋଡି ହେଲା ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବା । ଜିଲ୍ଲାରେ BKYS ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୋନପୁରରେ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ର

|

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବା । ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୋନପୁରରେ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

BSKY

ଜିଲ୍ଲାରର ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ଉପକୃତ ହେବେ । ଏମାନଙ୍କ ମଧ୍ୟରୁ ୬ଟି ବ୍ଲକରେ ଗ୍ରାମାଞ୍ଚଳର ୧,୪୫,୧୫୭ ଜଣ ଏବଂ ତିନୋଟି ପୌରାଞ୍ଚଳରେ ୮, ୭୪୬ ଜଣ ହିତାଧିକାରୀ ଅଛନ୍ତି । ଏହି ସ୍ମାର୍ଟ କାର୍ଡ ଜରିଆରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳିପାରିବ ।

ଦେଶ ବିଦେଶରେ ଓଡ଼ିଶାର ଗୌରବ ବଢାଇଛନ୍ତି ସୁବର୍ଣ୍ଣପୁରର ବୁଣାକାର ଭାଇ ଓ ଭଉଣୀମାନେ । ଏମଏସଏମଇ ଦ୍ବାରା ସୋନପୁରରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଜଳସେଚନ ପାଇଁ ପଦକ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସୋନପୁରରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉଛି । ଏବେ ସ୍ମାର୍ଟ ହେଲଥ କାର୍ଡ ସେବା ଆରମ୍ଭ ହେବା ପରେ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Subarnapur was added to the Smart Health Card service
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X