ଉଦ୍ୟୋଗ ପାର୍କ-ଭୁବନେଶ୍ୱର ଦ୍ୱାରା ଷ୍ଟାର୍ଟ ଆପ ଖୋଲା ଚ୍ୟାଲେଞ୍ଜ ଉଦ୍ଘାଟିତ
ଭୁବନେଶ୍ବର: ଉଦ୍ୟୋଗ ପାର୍କ-ଭୁବନେଶ୍ୱର ଦ୍ୱାରା ଷ୍ଟାର୍ଟ ଅଫ୍ ପାଇଁ ୨.୦ ଖୋଲା ଚ୍ୟାଲେଞ୍ଜକୁ ସଫଫେଓ୍ୱର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆର ମହାନିର୍ଦ୍ଦେଶକ ଡ. ଓମ୍କାର ରାୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଖୋଲା ଚ୍ୟାଲେଞ୍ଜ ପ୍ରୋଗ୍ରାମରେ ଉଦ୍ୟୋଗୀମାନଙ୍କ ଦରଖାସ୍ତକୁ ସିଧାସଳଖ ଅନଲାଇନ ଆମନ୍ତ୍ରଣ କରାଯାଇ ନୂତନ ଷ୍ଟାର୍ଟ ଅଫ୍, ନବସୃଜନ ଓ ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ମନୋନୀତ କରାଯିବ । ଏହି ମନୋନୀତ ଷ୍ଟାର୍ଟ ଅଫ୍ଗୁଡ଼ିକୁ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ତାଲିମ୍, ମୂଳଧନ ଯୋଗାଇବା, ଉତ୍ପାଦ ପେଟେଣ୍ଟ କରାଇବା, ବଜାର ସୃଷ୍ଟି କରିବା ଇତ୍ୟାଦି କାମରେ ସହଯୋଗ ପ୍ରଦାନ କରାଯିବ ।

ରାଜ୍ୟ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉଦ୍ୟୋଗ ପାର୍କ ନକ୍ସା ପାଠାଗାର ଏବଂ ସମ୍ବଳ କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ହାଇସ୍କୁଲ ପାଠ୍ୟକ୍ରମରେ ଔଦ୍ୟୋଗୀକରଣ ଉପରେ ବିଷୟ ସ୍ଥାନିତ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଉଲ୍ଲେଖ କରି ଷ୍ଟାର୍ଟ ଅପ୍ ଓଡ଼ିଶା ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗ ପ୍ରତି ମାନସିକତା ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କହିଥିଲେ । ଏଠାରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଉତ୍ପାଦ ନମୁନା ପ୍ରସ୍ତୁତି, ସେନ୍ସର, ନିୟନ୍ତ୍ରଣ ବୋର୍ଡ ଭଳି ସୁବିଧା ଉପଲବ୍ଧ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଆଇଟି ସଚିବ ମନୋଜ ମିଶ୍ର, ସାଇବର ମିଡିଆ ପରିଚାଳନା ନିର୍ଦ୍ଦେଶକ ପି. ଗୁପ୍ତା, ସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା, ନିର୍ଦ୍ଦେଶକ ଏସ୍ଟିପିଆଇ, ନୂଆଦିଲ୍ଲୀ ସୁବୋଧ ସାଚନ, ନିର୍ଦ୍ଦେଶକ ଟେକ୍ସାସ୍ ଇନ୍ଷ୍ଟ୍ରୁମେଣ୍ଟସ୍ ରାଜୀବ ଖୁସୁ, ଇନ୍ଟେଲ୍ ଉପସଭାପତି ତଥା ସାଧାରଣ ପରିଚାଳକ ଶ୍ରୀ ସମ୍ବିତ୍ ସାହୁ, ନୂଆଦିଲ୍ଲୀ ଆଇଟି ପାର୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସଂଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications