ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ସମାରୋହ
ଭୁବନେଶ୍ୱର: ଆଜି ଜାତୀୟ ସେବା ଯୋଜନା ବା ଏନଏସଏସର ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି। ସ୍ଵେଚ୍ଛାସେବୀମାନେ ମୂଲ୍ୟବୋଧର ବାହକ ହୋଇ ସମାଜରେ ପରିବର୍ତ୍ତନ ଆଣିବା ଉଚିତ ବୋଲି ସମାରୋହରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ ଡକଫର ଏମ୍.ଏସ୍. ସ୍ୱାମୀନାଥନ୍ କନ୍ଫରେନ୍ସ ହଲରେ ଆୟୋଜିତ ଏହି ଉତ୍ସବରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପୌରୋହିତ୍ୟ କରି କହିଥିଲେ ଯେ ମୂଲ୍ୟବୋଧଭିତ୍ତିକ ଶିକ୍ଷା ସହିତ ଶିକ୍ଷାନୁଷ୍ଠାନରେ ନିଶାନିବାରଣ, ରକ୍ତଦାନ ଶିବିର, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଓ ଦକ୍ଷତା ବିକାଶ ଦିଗରେ ଏନ୍ଏସ୍ଏସ୍ ସ୍ଵେଚ୍ଛାସେବୀମାନେ କାର୍ଯ୍ୟକରିବା ଉଚିତ । ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ସମୟରେ ଡାକ୍ତର ତଥା ବିଶେଷଜ୍ଞମାନଙ୍କୁ ନେଇ ସମ୍ବେଦନଶୀଳତା ଶିବିର ଆୟୋଜନ କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲ । କେବଳ ଜଣେ ଉତ୍ତମ ଛାତ୍ର ନୁହେଁ, ଜଣେ ଉତ୍ତମ ଚରିତ୍ରର ମଣିଷ ହେବା ସହିତ ଅନ୍ୟକୁ ସେଭଳି ହେବା ପାଇଁ ପ୍ରବର୍ତ୍ତାଇବାରେ ଏହି ସ୍ଵେଚ୍ଛାସେବୀମାନେ ବ୍ରତୀ ହେବା ପାଇଁ ସେ ପରାମର୍ଶ ଦେଇଥିଲୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ପ୍ରତି ଶିକ୍ଷାନୁଷ୍ଠାନରେ କ୍ୟମ୍ପସ୍ ଆମ୍ବାସାଡର ନିଯୁକ୍ତି ସହିତ ଏନ୍ଏସ୍ଏସ୍ ରାଜ୍ୟ ପୁରସ୍କାରଗୁଡ଼ିକ ଏହି ଦିବସରେ ପ୍ରଦାନ କରିବାର ପ୍ରସ୍ତାବ ରଖିଥିଲୋ ସେ ମଧ୍ୟ ଭାରତ ସରକାରଙ୍କ ବିଭିନ୍ନ ଯୁବ କଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜାତୀୟ ଯୁବ ପ୍ରକଳ୍ପ ଆବାହକ ଶ୍ରୀ ମଧୁସୂଦନ ଦାସ ଯୋଗଦେଇ ଛାତ୍ର ଜୀବନରେ ଶୃଙ୍ଖଳା ଓ ରାଷ୍ଟ୍ରନିର୍ମାଣର ଭୂମିକା ସଂପର୍କରେ ଆଲୋଚନା କରିଥିଲୋ ଉତ୍ତମ ସଂଗୀତ ଓ ସ୍ଳୋଗାନ ମାଧ୍ୟମରେ କିପରି ଯୁକ୍ତାତ୍ମକ ଉର୍ଜ୍ଜା ଉଜ୍ଜୀବିତ କରିବାକୁ ହେବ ତାହାର ଏକ ପ୍ରୟୋଗାତ୍ମକ ଉଦାହରଣ ସେ ରଖିଥିଲୋ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡକଫର ପଓ୍ୱନ୍ କୁମାର ଅଗ୍ରଓ୍ୱାଲ ଯୋଗଦେଇ ଉତ୍ତମ ଚରିତ୍ର ଗଠନରେ ଏନ୍ଏସ୍ଏସର ଉଲ୍ଲେଖନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲୋ ସେ୍ୱଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ସେମାନେ ପରିବର୍ତ୍ତନର କାରଣ ହୁଅନ୍ତୁ ଏବଂ ଏହି ପରିବର୍ତ୍ତନ ସମାଜ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେଉ । ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ଶାଖା ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପଶାସନ ସଚିବ ଡକଫର ରମେଶ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଏନ୍ଏସ୍ଏସ୍ ଇ.ଟି.ଆଇର ପ୍ରଶିକ୍ଷକ ଡକଫର
ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଅଧିବେଶନରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ପ୍ରତିନିଧିତ୍ୱ ହୋଇଥିଲା।












Click it and Unblock the Notifications