ଜରୁରୀକାଳିନ ଏକକ ସହାୟତା ନମ୍ବର 112: ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା
ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ବିଭିନ୍ନ ଜରୁରୀକାଳିନ ସେବା ପାଇଁ '୧୧୨' ଏକକ ସହାୟତା ନମ୍ବର କାର୍ଯ୍ୟକାରୀ କରାଯାଇଛି । ଏହି ନମ୍ବର ଡାଏଲ୍ କରି ଅଗ୍ନଶମ, ପୋଲିସ୍ ତଥା ଆମ୍ବୁଲାନସ୍ ଭଳି ଜରୁରୀକାଳିନ ସହାୟତା ପ୍ରାପ୍ତ କରିହେବ । ପୂର୍ବରୁ ଜାରି ହୋଇଥିବା ପୋଲିସ ସହାୟତା ନମ୍ବର ୧୦୦ ଏବଂ ଅଗ୍ନିଶମ ସହାୟତା ନମ୍ବର ୧୦୧ ତଥା ଅନ୍ୟାନ୍ୟ ଜରୁରୀକାଳିନ ସେବାଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ନମ୍ବର ବଦଳରେ କେବଳ ୧୧୨ ନମ୍ବରକୁ କଲ୍ କରି ନାଗରିକମାନେ ପାଇପାରିବେ ସହାୟତା । ପ୍ରଥମ ପର୍ଯ୍ୟାୟରେ ଆମ ରାଜ୍ୟରେ ପୋଲିସ୍ ଏବଂ ଅଗ୍ନିଶମ ସେବାକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହି ସେବାର ସଫଳ କାର୍ଯ୍ୟକାରୀତା ସମ୍ବନ୍ଧରେ ଆଜି ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ଗୃହ ବିଭାଗର ସଚିବ ତଥା ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁÂିତ ଏହି ବୈଠକରେ '୧୧୨' ସହାୟତା ନମ୍ବରକୁ ଅଧିକ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଦେ୍ର୍ଧଶ ଦେଇଥିଲେ । ଲୋକମାନେ କଲ୍ କରିବା ପରେ ଜରୁରୀକାଳିନ ସେବା ତ୍ୱରିତ୍ ପ୍ରଦାନ କରିବା ପାଇଁ ଚେଷ୍ଟା କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ଶ୍ରୀ ମହାପାତ୍ର ।
ଏକାଧିକ ସେବା ପାଇଁ ସାରା ଦେଶରେ ରହିବ ଗୋଟିଏ ନମ୍ବର:
ବିଭିନ୍ନ ଜରୁରୀକାଳିନ ସେବା ପାଇଁ ଦେଶରେ ରହିଛି ଭିନ୍ନ ଭିନ୍ନ ନମ୍ବର । ଏହି ନମ୍ବର ଗୁଡିକ ହେଲା ୧୦୦, ୧୦୧, ୧୦୨ ତଥା ୧୦୮ ଭଳି ନମ୍ବର । ପୋଲିସ, ଅଗ୍ନିଶମ, ଆମ୍ବୁଲାନସ୍ ଏବଂ ଅନ୍ୟାନ୍ୟ ସେବା ପାଇଁ ଜାରି ହୋଇଥିବା ନମ୍ବରଗୁଡ଼ିକୁ ସମନ୍ୱିତ କରାଯାଇ ସାରା ଦେଶରେ କାର୍ଯ୍ୟକାରୀ ହେବ ୧୧୨ ଏକକ ନମ୍ବର । ତେବେ ବର୍ତମାନ ପୋଲିସ ସହାୟତା ପାଇଁ ରହିଥିବା ୧୦୦ ତଥା ଅଗ୍ନିଶମ ପାଇଁ ଜାରି ହୋଇଥିବା ୧୦୧ ନମ୍ବରକୁ ଡାଏଲ୍ କରି ମଧ୍ୟ ଲୋକମାନେ ସେବା ପାଇପାରିବେ । କାରଣ, ଏହିସବୁ ନମ୍ବରଗୁଡ଼ିକ ଅଧିକ ଆଦୃତ ତଥା ଲୋକପ୍ରୀୟ ହୋଇଯାଇଛି ।
ଓଡ଼ିଶାରେ ରହିଥିବା ସେବା:
ଆମ ରାଜ୍ୟରେ ଗୃହ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଛି ୨୪ ଘଂଟିଆ ଏମରଜେନ୍ସି ସହାୟତା କେନ୍ଦ୍ର । ଏଥିରେ ଏବେ କାର୍ଯ୍ୟ କରୁଛନ୍ତି ୧୨୪ ଜଣ ସହାୟକ । ଏହି ସେଲରେ ଆହୁରି ଅଧିକ ଲୋକଙ୍କୁ ନିୟୋଜିତ କରାଯିବ ଆବଶ୍ୟକ ସ୍ଥଳେ । ଜଣେ ନାଗରିକ ଫୋନ୍ ଯୋଗେ ସହାୟତା ମାଗିଲେ ସହାୟତା କେନ୍ଦ୍ର ସହ ଡିଜିଟାଲ୍ ପଦ୍ଧତିରେ ସଂଯୋଗ ହୋଇଥିବା ଗାଡି ଗୁଡ଼ିକ ଘଟଣାସ୍ଥଳରେ ପହଁଚି ଥାଏ । ଏବେ ସୁଦ୍ଧା ୫୫୩ଟି ଏହିଭଳି ଗାଡିକୁ ସହାୟତା କେନ୍ଦ୍ର ସହ ସଂଯୋଗ କରାଯାଇଛି । ଆହୁରି ଅଧିକ ସଂଖ୍ୟକ ଗାଡ଼ିକୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ନିଷ୍ପତି ହୋଇଛି ।
ଅଗଷ୍ଟ ମାସରେ ରିସିଭ୍ ହୋଇଛି ୮୭୦୮ଟି କଲ୍

୧୧୨ ସହାୟତା ନମ୍ବର ଅଧିକ ଆଦୃତ ହେବାରେ ଲାଗିଛି । ଚଳିତ ଅଗଷ୍ଟ ମାସରେ ଏହି ନମ୍ବରକୁ ଆସିଛି ୮୭୦୮ଟି କଲ୍ । ସେଥିମଧ୍ୟରୁ ୭୯୫୭ଟି କଲ୍ କେବଳ ପୋଲିସ୍ ସହାୟତା ପାଇଁ ପଂଜିକୃତ ହୋଇଛି । ଏହି ସବୁ କଲ୍ କରିଥିବା ଲୋକଙ୍କୁ ଆବଶ୍ୟକ ଜରୁରୀକାଳିନ ସହାୟତା ପ୍ରଦାନ କରାଯାଇଛି । ଏହି କଲ୍ ଗୁଡ଼ିକ ମଧ୍ୟରୁ ୫୮୫ଟି କଲ୍ ଆସିଥିଲା ଅଗ୍ନିଶମ ସହାୟତା ପାଇଁ । ସେହିପରି ୧୯୧୫ଟି କଲ୍ ଆମ୍ବୁଲାନସ୍ ସେବା ପାଇଁ ପଂଜିକୃତ ହୋଇଥିବା ସହାୟତା କେନ୍ଦ୍ର ପକ୍ଷରୁ ପ୍ରକାଶ । ସୂଚନାଯୋଗ୍ୟ ଯେ, ଏବେ ରାଜ୍ୟରେ ଆମ୍ବୁଲାନସ୍ ସେବା ପାଇଁ ୧୦୮ ନମ୍ବରକୁ ଦୈନିକ ୩୦ ହଜାର ଫୋନ୍ ରିସିଭ୍ ହେଉଛି । ଏହି ଆମ୍ବୁଲାନସ୍ ନମ୍ବରକୁ ୧୧୨ ସହ ଯୋଡିବା ପୂର୍ବରୁ ଆବଶ୍ୟକ ସଂଖ୍ୟକ ମାନବ ସମ୍ବଳ, ତାଲିମ ଏବଂ ଅନ୍ୟାନ୍ୟ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର












Click it and Unblock the Notifications