ସାମ୍ବାଦିକଙ୍କ ପାଇଁ ନବୀନଙ୍କ ମେଗା ଯୋଜନା: ଚିକିତ୍ସା ପାଇଁ 2 ଲକ୍ଷ, ମୃତ୍ୟୁ ହେଲେ ପରିବାରକୁ 4 ଲକ୍ଷ ସହାୟତା

ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ୨୦୦୬ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ୱର: ସରକାର ଦେଇଥିବା କଥାକୁ ରଖିଛନ୍ତି । ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି ୨୦୦୬ର ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନ ଓ ଲୋକ ସମ୍ପର୍କ ବିଭାଗରେ ବିକ୍ଷପ୍ତି ପ୍ରକାଶ ପାଇଛି ।

କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ସେହିପରି କିଡନ ରୋଗ, ହୃଦ ରୋଗ, କ୍ୟାନସର କିମ୍ବା ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ୨ ଲକ୍ଷ ଟଙ୍କାର ବିମା ଯୋଗାଇ ଦେବେ ରାଜ୍ୟ ସରକାର ।

ସାମ୍ବାଦିକଙ୍କ କଲ୍ୟାଣ ପାଣ୍ଠି

୨୫ ଲକ୍ଷ ଘର ନିର୍ମାଣ ଋଣ ନେଲେ ୩ ପ୍ରତିଶତ ସୁଧ ରିହାତିରେ ଯୋଗାଇ ଦିଆଯିବ ବୋଲି ସଂଶୋଧନ ହୋଇଛି । ଏଥିସହ ୫୦ ହଜାର ଟଙ୍କାର ବାଇକ କିଣିଲେ ୩ ପ୍ରତିଶତ ସୁଧ ରିହାତି ଦିଆଯିବ । ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର କିଣିଲେ ୩ ପ୍ରତିଶତ ସୁଧରେ ରିହାତି ମିଳିବ । ଦୁର୍ଘଟଣା ଓ ରୋଗରେ ଶରୀର କିଛି ଅଂଶ ଅକାମି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ ।

ସେହିପରି ଆଇଆଇଏମ୍‌ସି ଭଳି ଅନୁଷ୍ଠାନରେ ସାମ୍ବାଦିକଙ୍କୁ ତାଲିମ ନିମନ୍ତେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହୟତା ଯୋଗାଇବେ ସରକାର । 5 ବର୍ଷର ଅଭିଜ୍ଞତା ଥିବା ସାମ୍ବାଦିକଙ୍କ ତାଲିମ ପାଇଁ ଜଣଙ୍କ ପିଛା 10 ହଜାର ଟଙ୍କା ଖର୍ଚ୍ଚ ଭାର ବହନ କରିବେ ରାଜ୍ୟ ସରକାର । ସେହିପରି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପିଲାଙ୍କ ମାଟ୍ରିକ ପାସ୍ ପର୍ଯ୍ୟନ୍ତ ମାସକୁ 1500 ଓ ଉଚ୍ଚ ଶିକ୍ଷା ପାଇଁ ମାସକୁ 2500 ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+