ବାର୍ଡ ଫ୍ଲୁ ପାଇଁ ରାଜ୍ୟ ସରକାର ଜାରି କଲେ ହେଲ୍ପ ଲାଇନ୍ ନମ୍ବର
ବାର୍ଡ ଫ୍ଲୁ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ୍ ଓ ଟ୍ରୋଲ ଫୋନ ନମ୍ବର ଜାରି କରିଛନ୍ତି । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାର୍ଡ ଫ୍ଲୁ ଭୟକୁ ନେଇ ଆଗୁଆ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି ମହାମରୀର ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ୍ ଓ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କୁକୁଡ଼ା ଏବଂ ଅନ୍ୟ ପକ୍ଷୀଙ୍କ ଅସାଧାରଣ ମୃତ୍ୟୁ କିମ୍ବା କୌଣସି ଲକ୍ଷଣ ଦେଖାଗଲେ (ଯୁଗ୍ମ ନିର୍ଦ୍ଦେଶକ) ୦୬୭୪-୨୪୧୪୩୧୦, (ଡ. ସାଗରିକା ବେହେରା) ୭୯୭୮୧୦୫୫୩୮ ଏବଂ (ଡ. ମଦନ ମୋହନ ମହାପାତ୍ର) ୯୪୩୭୩୧୩୧୮୩ରେ ଜଣାଇବାକୁ ବିଭାଗ ପରାମର୍ଶ ଦେଇଛି ।

ଉଲ୍ଲେଖଥାଉ କି, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବାର୍ଡ ଫ୍ଲୁ ମାମଲା ଚିହ୍ନଟ କରାଯାଇ ନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଗୋଟିଏ ବି ମାମଲା ପଜିଟିଭି ଆସି ନାହିଁ । ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଖବର ରହିଛି ।












Click it and Unblock the Notifications