ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକ: ୨୧୭୧.୮୨ କୋଟିର ୧୦ ପ୍ରକଳ୍ପକୁ ମଞ୍ଜୁରୀ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୦ଟି ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି ।

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୧୦ଟି ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୨ ହଜାର ୧୭୧ କୋଟି ୮୨ ଲକ୍ଷ ଟଙ୍କାର ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି ।

Single Window Clearance Authority Meeting

୬୫୦କୋଟିରେ ଯାଜପୁର ବଡଚଣାରେ ହେବ ୩ଟି MTPA ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ । ଝାରୁସୁଗୁଡାରେ ମଧ୍ୟ ୨୦୫ କୋଟି ଟଙ୍କାର ନିବେଶ ହେବ । ଜଗତସିଂହପୁରର ଉଦୟବଟରେ ୧୫୦ କୋଟି ଟଙ୍କାର ନିବେଶ ହେବ । ସେହିଭଳି ବରଗଡରେ ୧୦୦ କୋଟି, ସୋନପୁରରେ ୨୫୮ କୋଟି, ହରିଦାଶପୁରରେ ୧୯୦ କୋଟି, କଳିଙ୍ଗନଗରରେ ୨୧୦ କୋଟି, ଖୋର୍ଦ୍ଧାରେ ୧୧୯ କୋଟି, ଭୁବନେଶ୍ୱରରେ ୧୮୧ କୋଟି ପୁଞ୍ଜି ନେବଶ କରାଯାଇ ପ୍ରକଳ୍ପ ନିର୍ମାଣ କରାଯିବ । ଏସବୁ ପ୍ରକଳ୍ପରେ 5 ହଜାର 242 ଜଣଙ୍କୁ ନିଯୁକ୍ତି ମିଳିବ । ଏହାସହ ପ୍ରକଳ୍ପ ଦ୍ବାରା ରାଜ୍ୟରେ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ଯାହାକି ରାଜ୍ୟର ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବ ।

ଏନେଇ ଟ୍ବିଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଟି ପ୍ରକଳ୍ପ ଦ୍ୱାରା ୫ ହଜାର ୨୪୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପ ଗୁଡିକ ଶିଳ୍ପ ସମୃଦ୍ଧ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+