Get Updates
Get notified of breaking news, exclusive insights, and must-see stories!

ବଲାଙ୍ଗିରରେ ୨୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌

ଭୁବନେଶ୍ବର: ବଲାଙ୍ଗିରରେ ଏକ ଅତ୍ୟାଧୁନିକ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ହେବ । ଆଧୁନିକ ସୁବିଧା ସୁଯୋଗ ସହ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ଏଥିରେ ଅନେକ ପ୍ରକଳ୍ପ ଅନ୍ତର୍ଭୁକ୍ତ ହେବ। ଏହି କେନ୍ଦ୍ର ଆସନ୍ତା ୩୦ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।

Balangir

ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ତଲପାଲି ମୌଜାର ସୂର୍ଯ୍ୟନଗରଠାରେ ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ କାର୍ଯ୍ୟ କରିବ । ପ୍ରାୟ ଦଶ ଏକରରୁ ଊଦ୍ଧ୍ୱର୍ ପରିମିତ ଅଞ୍ଚଳରେ ନିର୍ମିତ ହେବାକୁ ଥିବା ଏହି ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟାରିୟମ୍‌ ନିମନ୍ତେ ୨୧.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ହେବାକୁ ଥିବା ଏହି କେନ୍ଦ୍ର ପରିସରରେ ଏକ ପାର୍କରେ ବିଜ୍ଞାନ ସମ୍ବଳିତ ବିିଭିନ୍ନ ନମୁନା ଓ ପ୍ରଦର୍ଶନ ସାମଗ୍ରୀ ରହିବ । ପିଲାମାନଙ୍କ ନିମନ୍ତେ ବିଜ୍ଞାନ କୌତୁକ ପ୍ରସଙ୍ଗ ସମେତ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ପ୍ରାଣୀବିଜ୍ଞାନ ବିଷୟ ସଂପର୍କିତ ମତ ବିନିମୟ ନିମନ୍ତେ ବ୍ୟବସ୍ଥା କରାଯିବ ।

ଅନୁରୂପ ଭାବରେ ପ୍ଲାନେଟାରିୟମ୍‌ରେ ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ସକାଶେ ମହାକାଶ ଅଭିଯାନ, ବିଶ୍ୱବ୍ରହ୍ମାଣ୍ଡ ଏବଂ ବିବର୍ତ୍ତନ ଇତ୍ୟାଦି ନେଇ ବିଭିନ୍ନ ପ୍ରଦର୍ଶନ ବ୍ୟବସ୍ଥା ରହିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି । ଆଜି ମନ୍ତ୍ରୀ ନିର୍ମାଣସ୍ଥଳି ପରିଦର୍ଶନ କରିଥିଲେ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଶଦ ଆଲୋଚନା କରିଥିଲେ । ବିଜ୍ଞାନ ଓ କାରିଗରୀ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+